ଟସ୍ ଜିତିଲେ ରୋହିତ୍‌, ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୨୭ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ । ଏହି ମ୍ୟାଚରେ ମୁମ୍ବାଇ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ଟିମ୍ ପ୍ରଥମେ ବ୍ୟାଟିଂ କରିବ । ଉକ୍ତ ମ୍ୟାଚରେ ମୁମ୍ବାଇ ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି । ନେଥନ କୁଲ୍ଟର-ନାଇଲଙ୍କ ସ୍ଥାନରେ ଧୱଲ୍ କୁଲକର୍ଣ୍ଣିଙ୍କୁ ଏବଂ ଜୟନ୍ତ ଯାଦବଙ୍କ ସ୍ଥାନରେ […]

ipl-match-27

Ranjit Kumar Jena
  • Published: Saturday, 01 May 2021
  • , Updated: 01 May 2021, 07:22 PM IST

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୨୭ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ । ଏହି ମ୍ୟାଚରେ ମୁମ୍ବାଇ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ଟିମ୍ ପ୍ରଥମେ ବ୍ୟାଟିଂ କରିବ ।

ଉକ୍ତ ମ୍ୟାଚରେ ମୁମ୍ବାଇ ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି । ନେଥନ କୁଲ୍ଟର-ନାଇଲଙ୍କ ସ୍ଥାନରେ ଧୱଲ୍ କୁଲକର୍ଣ୍ଣିଙ୍କୁ ଏବଂ ଜୟନ୍ତ ଯାଦବଙ୍କ ସ୍ଥାନରେ ଜେମ୍ସ ନିଶାମଙ୍କୁ ସାମିଲ୍ କରାଯାଇଛି । ତେବେ ଚେନ୍ନାଇ ଟିମ୍ ଅପରିବର୍ତ୍ତିତ ରହିଛ ।

ସୂଚନାଯୋଗ୍ୟ, ଉଭୟ ଟିମ୍ ସେମାନଙ୍କର ଶେଷ ମ୍ୟାଚରେ ବିଜୟୀ ହୋଇଥିଲେ । ଚେନ୍ନାଇ ତା’ର ପୂର୍ବ ମ୍ୟାଚରେ ଆରସିବିକୁ ହରାଇଥିବା ବେଳେ ମୁମ୍ବାଇ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ୍ ଶର୍ମା (କ୍ୟାପଟେନ୍‌), କ୍ୱିଣ୍ଟନ୍ ଡି’କକ୍‌ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଶନ୍‌, ହାର୍ଦ୍ଦିକ ପାଣ୍ଡ୍ୟା, କାଇରନ୍ ପୋଲାର୍ଡ, କୃନାଲ୍ ପାଣ୍ଡ୍ୟା, ଜୟନ୍ତ ଯାଦବ, ରାହୁଲ୍ ଚହର୍‌, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍ରା ।

ଚେନ୍ନାଇ ସୁପର୍ କିଙ୍ଗସ୍‌: ଋତୁରାଜ ଗାଏକ୍ୱାଡ, ଫାଫ୍ ଡୁପ୍ଲେସିସ୍‌, ସୁରେଶ ରାଇନା, ମୋଇନ୍ ଅଲୀ, ଅମ୍ବାତି ରାୟୁଢୁ, ମହେନ୍ଦ୍ର ସିଂ ଧୋନି, ରବୀନ୍ଦ୍ର ଜାଡେଜା, ସାମ୍ କୁରାନ୍, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର୍‌, ଲୁଙ୍ଗି ଏନଗିଡି ।

Related story