ଇଂଲିଶ ରେକର୍ଡ ବୁକ୍‌ରେ ଜୋ ରୁଟ୍‌

ଚେନ୍ନାଇ: ଭାରତ ବିପକ୍ଷ ପ୍ରଥମେ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଶତକ ହାସଲ କରିଛନ୍ତି। ଆଜି ଦିବସର ଖେଳ ଶେଷ ବେଳକୁ ରୁଟ୍‌ ୧୨୮ ରନ୍‌ କରି ଅପରାଜିତ ମଧ୍ୟ ରହିଛନ୍ତି। ତେବେ ଆଜିର ଶତକ ପରେ ଇଂଲିଶ ରେକର୍ଡ ବୁକ୍‌ରେ ତାଙ୍କ ନାଁ ଯୋଡ଼ି ହୋଇଯାଇଛି। ସେ ତୃତୀୟ ଇଂଲିଶ କ୍ରିକେଟର ଭାବେ ନିଜର ୧୦୦ତମ ଟେଷ୍ଟରେ ଶତକ ହାସଲ କରିବାର ଗୌରବ ହାସଲ କରିଛନ୍ତି। ରୁଟ୍‌ଙ୍କ ପୂର୍ବରୁ କଲିନ କାୱଡ୍ରେ […]

cy

cy

Hemant Lenka
  • Published: Friday, 05 February 2021
  • Updated: 05 February 2021, 06:53 PM IST

Sports

Latest News

ଚେନ୍ନାଇ: ଭାରତ ବିପକ୍ଷ ପ୍ରଥମେ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଶତକ ହାସଲ କରିଛନ୍ତି। ଆଜି ଦିବସର ଖେଳ ଶେଷ ବେଳକୁ ରୁଟ୍‌ ୧୨୮ ରନ୍‌ କରି ଅପରାଜିତ ମଧ୍ୟ ରହିଛନ୍ତି। ତେବେ ଆଜିର ଶତକ ପରେ ଇଂଲିଶ ରେକର୍ଡ ବୁକ୍‌ରେ ତାଙ୍କ ନାଁ ଯୋଡ଼ି ହୋଇଯାଇଛି।

ସେ ତୃତୀୟ ଇଂଲିଶ କ୍ରିକେଟର ଭାବେ ନିଜର ୧୦୦ତମ ଟେଷ୍ଟରେ ଶତକ ହାସଲ କରିବାର ଗୌରବ ହାସଲ କରିଛନ୍ତି। ରୁଟ୍‌ଙ୍କ ପୂର୍ବରୁ କଲିନ କାୱଡ୍ରେ ଓ ଆଲେକ ଷ୍ଟେୱର୍ଟ ନିଜ ନିଜର ଶତକ ଟେଷ୍ଟ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ।

ଭାରତ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଦୁଇଟି ମ୍ୟାଚ୍‌ରେ ମଧ୍ୟ ରୁଟ୍ ଶତକ ହାସଲ କରିଥିଲେ। ଆଜି କ୍ରମାଗତ ତୃତୀୟ ଟେଷ୍ଟରେ ସେ ତୃତୀୟ ଶତକ ହାସଲ କରିଛନ୍ତି। ଅନ୍ୟପକ୍ଷରେ ବିଶ୍ୱକଥା ଦେଖିଲେ ରୁଟ୍‌ ୯ମ ଖେଳାଳି ଭାବେ ନିଜର ୧୦୦ତମ ଟେଷ୍ଟରେ ଶତକ ହାସଲ କରିଛନ୍ତି।

୧୯୬୮ ମସିହାରେ ପ୍ରଥମେ କାୱଡ୍ରେ ତାଙ୍କ ୧୦୦ତମ ମ୍ୟାଚ୍‌ରେ ୧୦୪ ରନ୍‌ କରିଥିଲେ। ୧୯୮୯ରେ ପାକିସ୍ତାନ ଅଧିନାୟକ ଜାଭେଦ ମିଆଁଦାଦ ଦ୍ୱିତୀୟ ବ୍ୟାଟସମ୍ୟାନ ଭାବେ ୧୪୫ ରନ୍‌ କରି ଏହି ତାଲିକାରେ ସାମିଲ ହୋଇଥିଲେ। ୧୯୯୦ରେ ୱେଷ୍ଟଇଣ୍ଡିଜର ଗୋରଡନ ଗ୍ରୀନିଣ୍ଡେଜ(୧୪୯), ୨୦୦୦ ମସିହାରେ ଆଲେକ ଷ୍ଟେୱର୍ଟ(୧୦୫) ଓ ୨୦୦୫ରେ ଇଞ୍ଜିମାମ ଉଲହକ(୧୮୪) ନିଜର ଶତକ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି।

ଅଷ୍ଟ୍ରେଲିଆର ଅଧିନାୟକ ରିକି ପଣ୍ଟିଂ ତାଙ୍କ ୧୦୦ତମ ଟେଷ୍ଟ ମ୍ୟାଚ୍‌ର ଦୁଇଟି ଯାକ ଇନିଂସ୍‌ରେ ୧୨୦ ଓ ଅପରାଜିତ ୧୪୩ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକା ଅଧିନାୟକ ଗ୍ରେମ ସ୍ମିଥ(୧୩୧) ଓ ୨୦୧୭ରେ ହାସିମ ଆମଲା ୧୩୪ ରନ୍‌ କରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos