Advertisment

ନଭେମ୍ବର ୨୦୧୭ ପରେ ପ୍ରଥମଥର ବିରାଟଙ୍କୁ ପଛରେ ପକାଇଲେ ରୁଟ

ଦୁବାଇ: ଭାରତ ବିପକ୍ଷ ବିପକ୍ଷ ଚେନ୍ନାଇ ଟେଷ୍ଟରେ ରେକର୍ଡ ବ୍ରେକିଂ ଇନିଂସ୍‌ ଖେଳିଥିବା ଇଂଲିଶ ଟିମ୍‌ର ଅଧିନାୟକ ଜୋ ରୁଟ୍‌ ବଡ଼ ସଫଳତା ହାସଲ କରିଛନ୍ତି। ଭାରତ ବିପକ୍ଷରେ ଦ୍ୱିଶତକ ହାସଲ କରିଥିବା ରୁଟ ୨୦୧୭ ମସିହା ନଭେମ୍ବର ମାସ ପରେ ପ୍ରଥମଥର ପାଇଁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ପଛରେ ପକାଇ ଦେଇଛନ୍ତି। ରୁଟ୍ ତୃତୀୟ ସ୍ଥାନକୁ ଉଠିଥିବା ବେଳେ ୧ନଂ ସ୍ଥାନରେ ଥିବା କେନ୍ ୱିଲିୟମସନଠାରୁ ୩୬ […]

ନଭେମ୍ବର ୨୦୧୭ ପରେ ପ୍ରଥମଥର ବିରାଟଙ୍କୁ ପଛରେ ପକାଇଲେ ରୁଟ

Virat

Advertisment

ଦୁବାଇ: ଭାରତ ବିପକ୍ଷ ବିପକ୍ଷ ଚେନ୍ନାଇ ଟେଷ୍ଟରେ ରେକର୍ଡ ବ୍ରେକିଂ ଇନିଂସ୍‌ ଖେଳିଥିବା ଇଂଲିଶ ଟିମ୍‌ର ଅଧିନାୟକ ଜୋ ରୁଟ୍‌ ବଡ଼ ସଫଳତା ହାସଲ କରିଛନ୍ତି। ଭାରତ ବିପକ୍ଷରେ ଦ୍ୱିଶତକ ହାସଲ କରିଥିବା ରୁଟ ୨୦୧୭ ମସିହା ନଭେମ୍ବର ମାସ ପରେ ପ୍ରଥମଥର ପାଇଁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ ପଛରେ ପକାଇ ଦେଇଛନ୍ତି।

Advertisment

ରୁଟ୍ ତୃତୀୟ ସ୍ଥାନକୁ ଉଠିଥିବା ବେଳେ ୧ନଂ ସ୍ଥାନରେ ଥିବା କେନ୍ ୱିଲିୟମସନଠାରୁ ୩୬ ପଏଣ୍ଟ ଓ ଦ୍ୱିତୀୟ ସ୍ଥାନରେ ଥିବା ଷ୍ଟିଭ ସ୍ମିଥଙ୍କ ଠାରୁ ୮ ପଏଣ୍ଟ ପଛରେ ରହିଛନ୍ତି। ସେହିପରି ଅଷ୍ଟ୍ରେଲିଆର ମାର୍ନସ ଲାବୁଶେନ ୪ର୍ଥ ଓ ବିରାଟ କୋହଲି ୮୫୨ ପଏଣ୍ଟ ସହ ବ୍ୟାଟିଂ ତାଲିକାର ୫ମ ସ୍ଥାନକୁ ଖସି ଯାଇଛନ୍ତି।

ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ରୁଟ୍‌ ୨୧୮ ରନ୍‌ କରିଥିଲେ। ଏଥିପାଇଁ ସେ ଦୁଇଟି ସ୍ଥାନ ପଦୋନ୍ନତି ପାଇ ୩ୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଶ୍ରୀଲଙ୍କା ଓ ଭାରତ ବିପକ୍ଷରେ ଏଯାଏ ୩ଟି ଟେଷ୍ଟ ଖେଳି ସେ ୬୮୪ ରନ୍‌ ସଂଗ୍ରହ କରିଛନ୍ତି।

Advertisment

ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ୯୧ ରନ୍‌ କରିଥିବା ଋଷଭ ପନ୍ତ ପ୍ରଥମଥର ପାଇଁ ଭାରତୀୟ ୱିକେଟ ହିସାବରେ ରାଙ୍କିଙ୍ଗରେ ୭୦୦ ପଏଣ୍ଟ ହାସଲ କରିବାର ରେକର୍ଡ ସୃଷ୍ଟି କରିଛନ୍ତି। ସେ ବ୍ୟାଟସମ୍ୟାନ ତାଲିକାର ୧୩ନଂ ସ୍ଥାନରେ ପୂର୍ବଭଳି ରହିଛନ୍ତି।

ଟେଷ୍ଟ ବୋଲିଂ କଥା ଦେଖିଲେ, ଇଂଲିଶ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ରାଙ୍କିଙ୍ଗର ୬ଷ୍ଠ ସ୍ଥାନରୁ ଲମ୍ପ ମାରି ୩ୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଦ୍ୱିତୀୟ ସ୍ଥାନରେ ଥିବା ଷ୍ଟୁଆର୍ଟ ବ୍ରଡଙ୍କ ଠାରୁ ସେ ମାତ୍ର ୪ ପଏଣ୍ଟ ଦୂରରେ ଅଛନ୍ତି। ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ଆରମ୍ଭ ହେବା ଦିନ ଠାରୁ ଆଣ୍ଡରସନ କେବେ ହେଲେ ୩ୟ ସ୍ଥାନରେ ପହଞ୍ଚି ନଥିଲେ।

ତେବେ ପୂର୍ବଭଳି ୯୦୮ ପଏଣ୍ଟ ସହ ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ ବୋଲିଂ ରାଙ୍କର ୧ନଂ ସ୍ଥାନରେ ରହିଛନ୍ତି। ଟପ୍‌ ଟେନ୍‌ ବୋଲିଂ ରାଙ୍କର ୭ନଂରେ ଭାରତର ରବି ଅଶ୍ୱିନ ଓ ୮ନଂରେ ଯଶପ୍ରୀତ ବୁମ୍ରା ଅଛନ୍ତି।

ଅଲରାଉଣ୍ଡର ତାଲିକାରେ ବେନ ଷ୍ଟୋକ୍ସ ୧ନଂ ସ୍ଥାନରେ ଥିବା ବେଳେ ୨ୟରେ ଜେସନ ହୋଲଡର ଓ ୩ୟ ସ୍ଥାନରେ ରବୀନ୍ଦ୍ର ଜାଡେଜା ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe