ରୁସୋଙ୍କ ରେକର୍ଡ ଶତକ, ଦକ୍ଷିଣ ଆଫ୍ରିକାର ପ୍ରଥମ ବିଜୟ

ସିଡ୍‌ନୀ: ବର୍ଷା ଯୋଗୁ ଜିତବା ମ୍ୟାଚ୍‌ରେ ଜିମ୍ବାୱେ ସହ ପଏଣ୍ଟ ବାଣ୍ଟିଥିବା ଦକ୍ଷିଣ ଆଫ୍ରିକା ଆଜି ଚଳିତ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି। ରିଲି ରୁସୋଙ୍କ ରେକର୍ଡ ଶତକ ବଳରେ ବାଂଲାଦେଶକୁ ଏକତରଫା ଭାବେ ୧୦୪ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା। ରୁସୋ ୫୬ ବଲରେ ୧୦୯ ରନର ଇନିଂସ ଖେଳିଥିବା ବେଳେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୦୫ ରନ କରିଥିଲା। ଏହାର ଜବାବରେ ବାଂଲାଦେଶ ୧୬.୩ […]

Rossouw

Rossouw

Hemant Lenka
  • Published: Thursday, 27 October 2022
  • Updated: 27 October 2022, 04:23 PM IST

Sports

Latest News

ସିଡ୍‌ନୀ: ବର୍ଷା ଯୋଗୁ ଜିତବା ମ୍ୟାଚ୍‌ରେ ଜିମ୍ବାୱେ ସହ ପଏଣ୍ଟ ବାଣ୍ଟିଥିବା ଦକ୍ଷିଣ ଆଫ୍ରିକା ଆଜି ଚଳିତ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି। ରିଲି ରୁସୋଙ୍କ ରେକର୍ଡ ଶତକ ବଳରେ ବାଂଲାଦେଶକୁ ଏକତରଫା ଭାବେ ୧୦୪ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା।

ରୁସୋ ୫୬ ବଲରେ ୧୦୯ ରନର ଇନିଂସ ଖେଳିଥିବା ବେଳେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୦୫ ରନ କରିଥିଲା। ଏହାର ଜବାବରେ ବାଂଲାଦେଶ ୧୬.୩ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୦୧ ରନ ହିଁ କରିପାରିଛି।

ଏହି ମ୍ୟାଚ୍‌କୁ ୧୦୪ ରନରେ ଜିତିବା ପରେ ଦକ୍ଷିଣ ଆଫ୍ରିକାର ନେଟ ରନ ରେଟ୍‌ ଯୁକ୍ତ ୫+ ହୋଇଯାଇଛି। ଯାହା ପରବର୍ତ୍ତୀ ଅବସ୍ଥାରେ ଦଳକୁ ସେମି ଫାଇନାଲକୁ ଯିବାରେ ସହାୟତା କରିବ।

ରୁସୋ ଦକ୍ଷିଣ ଆଫ୍ରିକା ପାଇଁ ବିଶ୍ୱକପରେ ଶତକ ହାସଲ କରିବାର ପ୍ରଥମ କ୍ରିକେଟ ବନିଛନ୍ତି। ସେହିପରି ପରି ଚଳିତ ବିଶ୍ୱକପରେ ସେ ପ୍ରଥମ କ୍ରିକେଟର ଭାବେ ଶତକ ମଧ୍ୟ ହାସଲ କରିଛନ୍ତି।

ରୁସୋ ମାତ୍ର ୫୨ ବଲରେ ନିଜର ଶତକ ହାସଲ କରିଥିଲେ। ଏଥିରେ ୭ଟି ଚୌକା ଓ ୭ଟି ଛକା ରହିଥିଲା। ଶତକ ହାସଲ କରିବା ପରେ ସେ ଆଉ ଗୋଟିଏ ଛକା ମାରିଥିଲେ। ଏହାର ଅର୍ଥ ୧୦୯ ରନର ଇନିଂସରେ ରୁସୋ ୮ଟି ଛକା ଓ ୭ଟି ଚୌକା ମାରିଛନ୍ତି।

ରୁସୋଙ୍କ ବ୍ୟତୀତ ଡି’କକ ମଧ୍ୟ ୩୮ ବଲରେ ୬୩ ରନ କରିଛନ୍ତି। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୧୬୮ ରନର ଭାଗିଦାରୀ କରିଥିଲେ। ଏହା ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ପାଇଁ ସର୍ବଶ୍ରେଷ୍ଠ ପାର୍ଟରଶିପ। ଦଳୀୟ ସ୍କୋର ୧୭୦ ଥିବା ବେଳେ ଡି’କକ, ୧୮୦ ବେଳେ ତ୍ରିସ୍ତାନ ଷ୍ଟବ୍ସ(୭) ଓ ୧୯୭ ରନରେ ରୁସୋ ପ୍ୟାଭିଲିୟନ ଫେରିଥିଲେ।

ଏଡେନ ମାର୍କମ ୧୧ ବଲରେ ୧୦ ମଧ୍ୟ ବେଶୀ କିଛି କରିପାରି ନଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାଭିଲ ମିଲର ୪ ବଲରେ ଅପରାଜିତ ୨ ଓ ୱେନ ପାର୍ଣ୍ଣେଲ ୨ ବଲର ସମ୍ମୁଖୀନ ହୋଇ କୌଣସି ରନ କରି ପାରି ନଥିଲେ। ଶେଷ ୫ ଓଭରରେ ଦକ୍ଷିଣ ଆଫ୍ରିକା ଆଖିଦୃଶିଆ ବ୍ୟାଟିଂ କରି ନଥିଲେ ମଧ୍ୟ ଦଳ ୫ ୱିକେଟ ହରାଇ ୨୦୫ ରନ କରିବାକୁ ସକ୍ଷମ ହୋଇଥିଲା।

ବିଶାଳ ୨୦୬ ରନର ଟାର୍ଗେଟ ପାଇଥିବା ବାଂଲାଦେଶ ପ୍ରଥମ ଓଭରରେ ୧୭ ରନ ଆଦାୟ କରିଥିଲା। ଦ୍ୱିତୀୟ ଓଭରରେ ମଧ୍ୟ ଦଳ କୌଣସି ୱିକେଟ ହରାଇ ନଥିଲେ। କିନ୍ତୁ ତୃତୀୟ ଓଭରରେ ଆନରିଚ୍ ନୋର୍ଖିୟା ଆସିବା କ୍ଷଣି ବାଂଲାଦେଶର ବ୍ୟାଟିଂ ଲାଇନ ଅପ ଛିନଛତ୍ର ହୋଇ ଯାଇଥିଲା।

ସେ ପ୍ରଥମେ ସୌମ୍ୟ ସରକାର(୧୫) ଓ ନଜମୁଲ ହୁସେନ ସାଣ୍ଟୋ(୯)ଙ୍କୁ ଗୋଟିଏ ଓଭରରେ ଆଉଟ କରିଥିଲେ। ଏହାପରେ ଅଧିନାୟକ ଶାବିକ ଅଲ ହାସନ(୧) ନୋର୍ଖିୟାଙ୍କ ତୃତୀୟ ଶିକାର ବନିଥିଲେ। ଏହି ଠାରୁ ହିଁ ବାଂଲାଦେଶ ନିୟମିତ ୱିକେଟ ହରାଇ ଚାଲିଥିଲା।

ଆଫିଫ ହୁସେନ(୧), ମେହିଦ ହାସନ ମିର୍ଜା(୧୧), ମୋସାଡେକ ହୁସେନ(୦), ନୁରୁଲ ହୁସେନ(୩), ତସ୍କିନ ଅହମଦ(୧୦) ଓ ହାସନ ମହମ୍ମଦ(୦) ଆଉଟ ହୋଇଥିଲେ। ଲିଟନ ଦାସ(୩୪) ଗୋଟିଏ ପଟେ ଛିଡ଼ା ହୋଇଥିଲେ ମଧ୍ୟ ତାଙ୍କୁ ଆଉ କେହି ବି ସାଥ ଦେଇ ନଥିଲେ। ତାଙ୍କୁ ଶାମସି ଆଉଟ କରିବା ପରେ ବାଂଲାଦେଶର ସବୁ ଆଶା ମଉଳି ଯାଇଥିଲା।

ଶେଷରେ ୧୦ ରନ କରିଥିବା ତସ୍କିନଙ୍କୁ ନୋର୍ଖିୟା ବୋଲ୍ଡ କରି ବାଂଲାଦେଶକୁ ୧୦୧ ରନରେ ଅଲଆଉଟ କରି ଦେଇଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ନୋର୍ଖିୟା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଶାମସି ୩ଟି, କେଶବ ମହାରାଜ ଓ କାଗିସୋ ରବାଡା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ଶତକୀୟ ଇନିଂସ ପାଇଁ ରୁସୋ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story