Advertisment

କୋହଲି ଓ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ, ଆରସିବି ୧୬୫/୬

ଦୁବାଇ: କ୍ୟାପଟେନ୍ ବିରାଟ୍ କୋହଲି ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ ବଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୫ ରନ୍ କରିଛି। କୋହଲି ୪୨ ବଲରେ ୩ ଚୌକା ଓ ୩ ଛକା ସହ ୫୧ ଓ ମ୍ୟାକ୍ସୱେଲ୍ ୩୭ ବଲରେ ୬ ଚୌକା ଓ ୩ ଛକା ସହ ୫୬ ରନ୍ କରିଛନ୍ତି। ବିଜୟ ଟ୍ରାକକୁ ଫେରିବା ପାଇଁ ମୁମ୍ବାଇକୁ ୧୬୬ ରନ୍ କରିବାକୁ […]

କୋହଲି ଓ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ, ଆରସିବି ୧୬୫/୬

maxwell

Advertisment

ଦୁବାଇ: କ୍ୟାପଟେନ୍ ବିରାଟ୍ କୋହଲି ଓ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ ବଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୫ ରନ୍ କରିଛି। କୋହଲି ୪୨ ବଲରେ ୩ ଚୌକା ଓ ୩ ଛକା ସହ ୫୧ ଓ ମ୍ୟାକ୍ସୱେଲ୍ ୩୭ ବଲରେ ୬ ଚୌକା ଓ ୩ ଛକା ସହ ୫୬ ରନ୍ କରିଛନ୍ତି। ବିଜୟ ଟ୍ରାକକୁ ଫେରିବା ପାଇଁ ମୁମ୍ବାଇକୁ ୧୬୬ ରନ୍ କରିବାକୁ ପଡ଼ିବ।

Advertisment

ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ମୁମ୍ବାଇ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦ୍ୱିତୀୟ ଓଭରରେ ମୁମ୍ବାଇର ଷ୍ଟ୍ରାଇକ୍ ବୋଲର ଯଶପ୍ରୀତ ବୁମ୍ରା ଇନ୍ ଫର୍ମ ଆରସିବି ଓପ୍ନର ଦେବଦତ୍ତ ପାଡିକଲଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ କୋହଲି ଓ ଶ୍ରୀକର ଭରତ ଦ୍ୱିତୀୟ ୱିକେଟ୍ ପାଇଁ ୬୮ ରନ୍ ଯୋଡ଼ି ଟିମକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଭରତ ୩୨ (୨୪ ବଲ୍, ୨ ଚୌକା, ୨ ଛକା) ରନ୍ କରି ରାହୁଲ୍ ଚହରଙ୍କ ଶିକାର ହୋଇଥିଲେ।

କୋହଲି ଓ ମ୍ୟାକ୍ସୱେଲଙ୍କ ଯୋଡ଼ି ତୃତୀୟ ୱିକେଟ୍ ପାଇଁ ୫୧ ରନର ଭାଗିଦାରୀ କରି ଆରସିବିକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। କୋହଲି କ୍ରମାଗତ ଦ୍ୱିତୀୟ ମ୍ୟାଚରେ ଅର୍ଦ୍ଧଶତକ ମାରିଥିଲେ। କିନ୍ତୁ ସେ ପୁଣିଥରେ ଅର୍ଦ୍ଧଶତକ ପରେ ନିଜ ୱିକେଟ୍ ହରାଇ ବସିଥିଲେ। କୋହଲିଙ୍କୁ ଆଡାମ୍ ମିଲନେ ଆଉଟ୍ କରିଥିଲେ। ଏବି ଡି'ଭିଲିୟର୍ସ ଛକା ମାରି ଶୁଭାରମ୍ଭ କରିଥିଲେ, କିନ୍ତୁ ବଡ଼ ସ୍କୋର କରିବାରେ ସଫଳ ହୋଇନଥିଲେ। ମ୍ୟାକ୍ସୱେଲ୍ ୩୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

Advertisment

ବୁମ୍ରାଙ୍କ ୟର୍କର ବଲକୁ ମାରିବାକୁ ଯାଇ ମ୍ୟାକ୍ସୱେଲ୍ ଲଙ୍ଗ ଅନରେ ଟ୍ରେଣ୍ଟ ବୋଲ୍ଟଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ତାଙ୍କ ପରେ ପରେ ଡି'ଭିଲିୟର୍ସ (୧୧)ଙ୍କୁ ମଧ୍ୟ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ ବୁମ୍ରା। ଶାହବାଜ ଅହମ୍ମଦ (୧)ଙ୍କୁ ବୋଲ୍ଟ କ୍ଲିନ୍ ବୋଲ୍ଡ କରିଥିବା ବେଳେ ଡାନିଏଲ୍ ଖ୍ରୀଷ୍ଟିଆନ୍ (୧) ଓ କାଇଲ୍ ଜେମିସନ୍ (୨) ଅପରାଜିତ ଥିଲେ। ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମ୍ରା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ବୋଲ୍ଟ, ମିଲନେ ଓ ରାହୁଲ୍ ଚହର୍ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe