Advertisment

ମ୍ୟାକ୍ସୱେଲଙ୍କ ବିସ୍ଫୋରକ ବ୍ୟାଟିଂ, ଆରସିବି ୧୬୪/୭

ଶାରଜା: ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଚଳିତ ଆଇପିଏଲରେ ରବିବାର ଖେଳାଯାଉଥିବା ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୪ ରନ୍ କରିଛି। ‍ଫଳରେ ପ୍ଲେଅଫ୍ ଆଶା ଉଜ୍ଜୀବିତ ରଖିବା ପାଇଁ ପଞ୍ଜାବକୁ ୧୬୫ ରନ୍ କରିବାକୁ ପଡ଼ିବ। ଆରସିବି ପକ୍ଷରୁ ମ୍ୟାକ୍ସୱେଲ୍ ସର୍ବାଧିକ ୫୭ (୩୩ ବଲ୍, ୩ ଚୌକା, ୪ ଛକା) ରନ୍ କରିଛନ୍ତି। ଉକ୍ତ ମ୍ୟାଚରେ ଆରସିବି କ୍ୟାପଟେନ୍ […]

ଅଦ୍ୟତନ ହୋଇଛି
ମ୍ୟାକ୍ସୱେଲଙ୍କ ବିସ୍ଫୋରକ ବ୍ୟାଟିଂ, ଆରସିବି ୧୬୪/୭

maxwell

Advertisment

ଶାରଜା: ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଚଳିତ ଆଇପିଏଲରେ ରବିବାର ଖେଳାଯାଉଥିବା ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୪ ରନ୍ କରିଛି। ‍ଫଳରେ ପ୍ଲେଅଫ୍ ଆଶା ଉଜ୍ଜୀବିତ ରଖିବା ପାଇଁ ପଞ୍ଜାବକୁ ୧୬୫ ରନ୍ କରିବାକୁ ପଡ଼ିବ। ଆରସିବି ପକ୍ଷରୁ ମ୍ୟାକ୍ସୱେଲ୍ ସର୍ବାଧିକ ୫୭ (୩୩ ବଲ୍, ୩ ଚୌକା, ୪ ଛକା) ରନ୍ କରିଛନ୍ତି।

Advertisment

ଉକ୍ତ ମ୍ୟାଚରେ ଆରସିବି କ୍ୟାପଟେନ୍ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମର ଦୁଇ ଓପ୍ନର କୋହଲି ଓ ଦେବଦତ୍ତ ପାଡିକଲ୍ ପ୍ରଥମ ୱିକେଟ ପାଇଁ ୬୮ ରନର ଭାଗିଦାରୀ କରିଥିଲେ। କୋହଲି ୨୫ ରନ୍ କରିଥିବା ବେଳେ ମୋଜେସ୍ ହେନରିକ୍ସଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ଡାନିଏଲ୍ ଖ୍ରୀଷ୍ଟିଆନଙ୍କୁ ହେନରିକ୍ସ ପରବର୍ତ୍ତୀ ବଲରେ ପ୍ୟାଭିଲିୟନ୍ ପଠାଇଥିଲେ। ଭଲ ଟଚରେ ଥିବା ପାଡିକଲଙ୍କୁ ମଧ୍ୟ ହେନରିକ୍ସ ନିଜର ଶିକାର ବନାଇଥିଲେ। ପାଡିକଲ୍ ୩୮ ବଲରେ ୪ ଚୌକା ଓ ୨ ଛକା ସହ ୪୦ ରନ୍ କରି ଆଉଟ୍ ହୋଇଥିଲେ।

୭୮ ରନ୍ ଭିତରେ ୩ ୱିକେଟ୍ ହରାଇ ଆରସିବି ବିପଦରେ ପଡ଼ିଥିବା ବେଳେ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ମ୍ୟାକ୍ସୱେଲ୍ ଓ ଏବି ଡି’ଭିଲିୟର୍ସ ଦମ୍ ଦେଖାଇଥିଲେ। ବିଶେଷକରି ମ୍ୟାକ୍ସୱେଲ୍ ପ୍ରତିକୁଳ ପିଚରେ ପଞ୍ଜାବ ବୋଲରଙ୍କୁ ଆଟାକ୍ କରିଥିଲେ। ସେ ମାତ୍ର ୨୯ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ମ୍ୟାକ୍ସୱେଲ୍ ଓ ଡି’ଭିଲିୟର୍ସ ଚତୁର୍ଥ ୱିକେଟ୍ ପାଇଁ ୭୩ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରି ଆରସିବିକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।

Advertisment

ଡି’ଭିଲିୟର୍ସ ୨୩ (୧୮ ବଲ, ୧ ଚୌକା, ୨ ଛକା) ରନ୍ କରି ରନଆଉଟ୍ ହୋଇଥିଲେ। ମ୍ୟାକ୍ସୱେଲଙ୍କୁ ମହମ୍ମଦ ଶାମି ଆଉଟ୍ କରିଥିଲେ। ଶାହବାଜ ଅହମ୍ମଦ ୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ହର୍ଷଲ୍ ପଟେଲ ୧ ରନ୍ କରି ଅପରାଜିତ ଥିଲେ। ପଞ୍ଜାବ ପକ୍ଷରୁ ମହମ୍ମଦ ଶାମି ଓ ହେନରିକ୍ସ ୩ଟି ଲେଖାଏ ୱିକେଟ୍ ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe