Advertisment

ବାଜିଲା ଆଇପିଏଲ ବିଗୁଲ: ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

ଚେନ୍ନାଇ: ମହାମାରୀ କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ ଭିତରେ ଆଜିଠାରୁ ଆଇପିଏଲର ୧୪ତମ ସଂସ୍କରଣ ପାଇଁ ବିଧିବଦ୍ଧ ଭାବେ ବିଗୁଲ ବାଜିଛି। ଚେନ୍ନାଇରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ବିନା ଦର୍ଶକରେ ଆୟୋଜିତ ଚଳିତ ଆଇପିଏଲର ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବିରାଟ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ରୋହିତ ଶର୍ମାଙ୍କ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ। […]

ଅଦ୍ୟତନ ହୋଇଛି
ବାଜିଲା ଆଇପିଏଲ ବିଗୁଲ: ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

MI

Advertisment

ଚେନ୍ନାଇ: ମହାମାରୀ କରୋନାର ଦ୍ୱିତୀୟ ଲହରୀ ସଂକ୍ରମଣ ଭିତରେ ଆଜିଠାରୁ ଆଇପିଏଲର ୧୪ତମ ସଂସ୍କରଣ ପାଇଁ ବିଧିବଦ୍ଧ ଭାବେ ବିଗୁଲ ବାଜିଛି। ଚେନ୍ନାଇରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

Advertisment

ବିନା ଦର୍ଶକରେ ଆୟୋଜିତ ଚଳିତ ଆଇପିଏଲର ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବିରାଟ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ରୋହିତ ଶର୍ମାଙ୍କ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ।

ଏଯାଏ ୫ଥର ଟ୍ରଫି ଜିତିଥିବା ମୁମ୍ବାଇ ପକ୍ଷରୁ ଆଇପିଏଲର ୧୪ତମ ସଂସ୍କରଣରେ ଦୁଇ ଜଣ ଖେଳାଳି ଡେବ୍ୟୁ କରୁଛନ୍ତି। ଏଯାଏ ଦକ୍ଷିଣ ଆଫ୍ରିକା ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳି ନଥିବା ମାରକୋ ଜାନସେନ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ସେହିପରି ଗତ ସଂସ୍କରଣରେ ବେଞ୍ଚରେ ବସିବସି ଯାଇଥିବା କ୍ରିସ୍‌ ଲୀନଙ୍କୁ ପ୍ରଥମ ମ୍ୟାଚ୍‌ରେ ସୁଯୋଗ ମିଳିଛି।

Advertisment

ମୁମ୍ବାଇର ନିୟମିତ ଓପନର କ୍ୱିଣ୍ଟିନ ଡି’କକ୍‌ ଏବେ କ୍ୱାରେଣ୍ଟାଇନରେ ଥିବାରୁ ଲୀନ ଓ ରୋହିତ ଶର୍ମା ହିଁ ଦଳ ପାଇଁ ଇନିଂସ ଆରମ୍ଭ କରିବେ। ସେହିପରି ୱିକେଟ କିପିଂ ଦାୟିତ୍ୱ ଈଶାନ କିଶାନ ନିର୍ଭାହ କରିବେ। ସେହିପରି ବାହାଘର ପରେ ପ୍ରଥମଥର ମୈଦାନକୁ ଓହ୍ଲାଉଛନ୍ତି ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା। ତାଙ୍କ ବୋଲିଂରେ ସହଯୋଗ କରିବା ପାଇଁ ଟ୍ରେଣ୍ଟ ବୋଲ୍ଟ ମଧ୍ୟ ରହିଛନ୍ତି। ଏମାନଙ୍କ ସହ ବାମହାତୀ ଡେବ୍ୟୁଟାଣ୍ଟ ମାରକୋ ମଧ୍ୟ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କାଏରନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା ଓ ରାହୁଲ ଚହର ରହିଛନ୍ତି।


ଅନ୍ୟପକ୍ଷରେ ଆରସିବି ପକ୍ଷରୁ ଗ୍ଲେନ ମ୍ୟାକ୍ସୱେଲ, ଜାମିସନ ଓ ଡାନିଏଲ କ୍ରିଷ୍ଟିଆନ ଡେବ୍ୟୁ କରୁଛନ୍ତି। ସେହିପରି ଅସୁସ୍ଥତା କାରଣରୁ ଦେବଦତ୍ତ ପାଡ୍ଡିକଲ ଆଜିର ମ୍ୟାଚ୍‌ ଖେଳୁ ନାହାନ୍ତି। ତେଣୁ ରଜତ ପାଟିଦାର ମଧ୍ୟ ଡେବ୍ୟୁ କରୁଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା, କ୍ରିସ ଲୀନ, ସୂର୍ଯ୍ୟ କୁମାର ଯାଦବ, ଈଶାନ କିଶନ(ୱିକେଟ କିପର), କାଏରନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ମାରକୋ ଜାନସେନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମ୍ରା।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ରଜତ ପାଟିଦର, ବିରାଟ କୋହଲି, ଏବି ଡିଭିଲୟର୍ସ(ୱିକେଟ କିପର), ଗ୍ଲେନ ମ୍ୟାକ୍ସୱେଲ, ଡାନିଏଲ କ୍ରିଷ୍ଟିଆନ, ୱାଶିଂଟନ ସୁନ୍ଦର, କାୟଲ ଜାମିସନ, ଶାହାବାଜ ଅହମଦ, ହର୍ଷଲ ପଟେଲ, ମହମ୍ମଦ ସିରାଜ ଓ ୟୁଜବେନ୍ଦର ଚହଲ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe