ହ୍ୟାଟ୍ରିକ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ଆରସିବି

ଚେନ୍ନାଇ: କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୩୮ ରନରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆରସିବି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୨୦୪ ରନ୍ କରିଥିଲା। ଏହାର ଜବାବରେ କେକେଆର ମାତ୍ର ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୬ ରନ୍ କରିଥିଲା। ଏହି ବିଜୟ ସହିତ ଆରସିବି ଆଇପିଏଲ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି। କେକେଆର୍ ୨୦୫ ରନର ଟାର୍ଗେଟ ପିଛା କରି ଧୂଆଁଧାର ଇନିଂସ ଆରମ୍ଭ କରିବାକୁ […]

RCB-WIN

RCB-WIN

Subhransu Sekhar
  • Published: Sunday, 18 April 2021
  • Updated: 18 April 2021, 08:20 PM IST

ଚେନ୍ନାଇ: କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୩୮ ରନରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆରସିବି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୨୦୪ ରନ୍ କରିଥିଲା। ଏହାର ଜବାବରେ କେକେଆର ମାତ୍ର ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୬ ରନ୍ କରିଥିଲା। ଏହି ବିଜୟ ସହିତ ଆରସିବି ଆଇପିଏଲ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି।

କେକେଆର୍ ୨୦୫ ରନର ଟାର୍ଗେଟ ପିଛା କରି ଧୂଆଁଧାର ଇନିଂସ ଆରମ୍ଭ କରିବାକୁ ଯାଇ କାଏଲ ଜାମିଏସନଙ୍କ ବଲରେ ଶୁଭମାନ ଗିଲ ଆଉଟ୍ ହୋଇଥିଲେ। ୯ ବଲରେ ଦୁଇଟି ଚୌକା ଓ ଦୁଇଟି ଛକା ମାରି ୨୧ ରନ କରିଥିଲେ ଶୁଭମାନ। ଏହାପରେ ରାହୁଲ ତ୍ରିପାଠୀ (୨୫) ଏବଂ ନୀତୀଶ ରାଣା (୧୮) କେକେଆରକୁ ୫୦ ରନରେ ପହଞ୍ଚାଇଥିଲେ। ତେବେ ତ୍ରିପାଠୀ ୱାଶିଂଟନ୍ ସୁନ୍ଦରଙ୍କ ବଲରେ ସିରାଜଙ୍କ ଦ୍ୱାରା କ୍ୟାଚ ଆଉଟ୍ ହୋଇଥିଲେ। ଆଉ ଦଳକୁ ଏକ ଭଲ ସ୍କୋର ମୁହାଁ ତ୍ରିପାଠୀ ଓ ରାଣା ନେଇଯାଉଥିବା ବେଳେ ପାର୍ଟନରସିପ୍ ଭାଙ୍ଗିବାରେ ସଫଳ ହୋଇଥିଲେ ଓ୍ୱାଶିଂଟନ ସୁନ୍ଦର।

ଏହା ପରେ ଚହଲ ଦୀନେଳ କାର୍ତ୍ତିକଙ୍କୁ ଏଲବିଡବ୍ଲ୍ୟୁ କରି କେକେଆରକୁ ଆଉ ଏକ ଝଟକା ଦେଇଥିଲେ। ଏହାପୂର୍ବୁର କାର୍ତ୍ତିକ ପ୍ରଥମେ ନୀତୀଶ ରାଣା (୧୮)ଙ୍କୁ କ୍ୟାଚ ଆଉଟ୍ କରିଥିଲେ। ଏହା ପରେ ସେ ଦୀନେଶ କାର୍ତ୍ତିକଙ୍କୁ ୨ ରନରେ ଆଉଟ୍ କରିଥିଲେ।

ଏହାପରେ ହର୍ଷଲ ପଟେଲ ଇଓନ ମୋର୍ଗାନ (୨୯)ଙ୍କୁ ଆଉଟ୍ କରିଥିଲେ। ଯାହାକି ବିଜୟ ହେବ ବୋଲି ଆଶା ରଖିଥିବା କେକେଆରର ଆଶାରେ ବ୍ରେକ ମାରିଥିଲା। ଏହାପରେ ଆଣ୍ଡ୍ର୍ୟୁ ରସେଲ କ୍ରିଜରେ ଭଲ ସ୍କୋର କରି ୨୦ ବଲରେ ୩୧ ରନ କରି ଆଉଟ୍ ହୋଇଥିଲେ। ହେଲେ ଅନ୍ୟପଟେ ପଟ କ୍ୟୁମିନ୍ସ ୬ ରନ୍ କରି ଆଉଟ୍ ହୋଇଥିବା ବେଳେ ହରଭଜନ ସିଂହ ଓ ବରୁଣ ଚକ୍ରବର୍ତ୍ତୀ ୨ ରନ୍ କରି ଅପରାଜିତ ଥିବା ବେଳେ ୨୦ ଓଭର ଶେଷ ହୋଇଯାଇଥିଲା।

ଆରସିବି ପକ୍ଷରୁ ଜାମିଏସନ ସର୍ବାଧିକ ୩ଟି ଓ୍ୱିକେଟ ନେଇଥିବା ବେଳେ ଚହଲ ଓ ହର୍ଷଲ ପଟେଲ ଦୁଇଟି ଲେଖାଏଁ ଓ୍ୱିକେଟ ନେଇଥିଲେ। ସେହିପରି ଓ୍ୱାଶିଂଟନ ସୁନ୍ଦର ଗୋଟିଏ ଓ୍ୱିକେଟ ନେଇଥିଲେ।

ଆରସିବି ୨୦୦/୪ (୨୦)

ଏହାପୂର୍ବରୁ, ମ୍ୟାକ୍ସୱେଲ (୭୮) ଏବଂ ଏବି ଡି ଭିଲିୟର୍ସଙ୍କ ଅପରାଜିତ ୭୬ ରନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୨୦୪ ରନ କରି ୪ଟି ୱିକେଟ୍ ହରାଇଥିଲା। ଆରସିବି ମଧ୍ୟ ଆରମ୍ଭରୁ କେକେଆର ବୋଲରଙ୍କ ଦ୍ୱାରା ଝଟକା ଖାଇଥିଲା। ଗୋଟିଏ ଓଭରରେ କ୍ୟାପଟେନ ବିରାଟ କୋହଲି ୫ ରନ୍ ଏବଂ ରଜତ ପଟିଦାର ୧ ରନ କରି ଶସ୍ତାରେ ପାଭିଲିଅନକୁ ଫେରିଥିଲେ।

ଏହା ପରେ ଗ୍ଲେନ ମ୍ୟାକ୍ସଓ୍ୱେଲ (୭୮) ଏବଂ ଦେବଦତ୍ତ ପଦିକଲ (୨୫) ରନ୍ କରି ଦଳକୁ ଏକ ଭଲ ସ୍କୋର ଦେଇଥିଲେ। ହେଲ ତୃତୀୟ ୱିକେଟ୍ ପାଇଁ ମୋଟ୍ ୮୬ ରନ୍ କରିବା ପରେ ପ୍ରସିଦ୍ଧଙ୍କ ବଲରେ ଦେବିଦତ୍ତ ଆଉଟ୍ ହୋଇଥିଲେ। ଏହାପରେ ଗ୍ଲେନ୍ ମ୍ୟାକ୍ସଓ୍ୱେଲଙ୍କ ଧୂଆଁଧାର ବ୍ୟାଟିଂ ଆରମ୍ଭ ହୋଇଥିଲା। ମାତ୍ର ୨୮ଟି ବଲରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ଆଉ ଚତୁର୍ଥ ୱିକେଟ୍ ପାଇଁ ସେ ଏବି ଡି ଭିଲିୟର୍ସ (୭୬*) ଙ୍କ ସହ ମିଶି ଉଭୟେ ୫୩ ରନ କରିଥିଲେ।

ହେଲେ ମ୍ୟାକ୍ସୱେଲ କମିନ୍ସଙ୍କ ବଲରେ ହରଭଜନ  ସିଂହଙ୍କ ଦ୍ୱାରା କ୍ୟାଚ ଆଉଟ୍ ହୋଇଥିଲେ। ସେ ୪୯ଟି ବଲ ଖେଳି ୯ଟି ଚୌକା ଏବଂ ତିନୋଟି ଛକା ସହାୟତାରେ ୭୮ ରନ୍ ସଂଗ୍ରହ କରିଥିଲେ। ଏହାପରେ ଏବି ଡି ଭିଲିୟର୍ସ ମାତ୍ର ୨୭ ବଲରେ ଅର୍ଦ୍ଧଶତକ ହାସଲ କରି ଦଳକୁ ୨୦୦ ରନରେ ପହଞ୍ଚାଇଥିଲେ। କେକେଆର ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଦୁଇଟି ଓ୍ୱିକେଟ ନେଇଥିବାବେଳେ ପ୍ୟାଟ୍ କମିନ୍ସ ଏବଂ ପ୍ରସିଦ୍ଧ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos