Advertisment

ମ୍ୟାଚ ଛଡ଼ାଇ ନେଲେ ଶାହବାଜ, ରୋମାଞ୍ଚକର ବିଜୟ ସହ ଟପରେ ଆରସିବି

ଚେନ୍ନାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଘାତକ ବୋଲିଂ ଆଗରେ ଘାଇଲା ହେଲା ସନରାଇଜର୍ସ ହାଇଦ୍ରାବାଦ। ବିଶେଷକରି ଯୁବ ବୋଲର ଶାହାବଜ ଅହମଦଙ୍କ ଗୋାଟିଏ ଓଭରର ତିନୋଟି ସଫଳତା ସନ୍ ରାଇଜର୍ସ ମୁହଁରୁ ମ୍ୟାଚ ଛଡ଼ାଇ ଆଣିଛି।  ଆରସିବି ଦ୍ୱାରା ଧାର୍ଯ୍ୟ ୧୫୦ ରନର ଟାର୍ଗେଟ ପିଛା କରୁଥିବା ହାଇଦ୍ରାବାଦ ଟିମ୍ ୯ ଓ୍ୱିକେଟ ହରାଇ ୧୪୩ ରନ କରିବାରେ ସକ୍ଷମ ହୋଇଛି। ଏଥିସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ରନରେ ପରାସ୍ତ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମ୍ୟାଚ ଛଡ଼ାଇ ନେଲେ ଶାହବାଜ, ରୋମାଞ୍ଚକର ବିଜୟ ସହ ଟପରେ ଆରସିବି

rcb

ଚେନ୍ନାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଘାତକ ବୋଲିଂ ଆଗରେ ଘାଇଲା ହେଲା ସନରାଇଜର୍ସ ହାଇଦ୍ରାବାଦ। ବିଶେଷକରି ଯୁବ ବୋଲର ଶାହାବଜ ଅହମଦଙ୍କ ଗୋାଟିଏ ଓଭରର ତିନୋଟି ସଫଳତା ସନ୍ ରାଇଜର୍ସ ମୁହଁରୁ ମ୍ୟାଚ ଛଡ଼ାଇ ଆଣିଛି।  ଆରସିବି ଦ୍ୱାରା ଧାର୍ଯ୍ୟ ୧୫୦ ରନର ଟାର୍ଗେଟ ପିଛା କରୁଥିବା ହାଇଦ୍ରାବାଦ ଟିମ୍ ୯ ଓ୍ୱିକେଟ ହରାଇ ୧୪୩ ରନ କରିବାରେ ସକ୍ଷମ ହୋଇଛି। ଏଥିସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଛି।

Advertisment

ଲକ୍ଷ୍ୟର ପିଛା କରୁଥିବା ହାଇଦ୍ରାବାଦ ଓପନର ରିଦ୍ଧିମାନ ଶାହଙ୍କ ଓ୍ୱିକେଟ ପରେ ଭଲ ଆରମ୍ଭ କରିଥିଲା। କ୍ୟାପଟେନ ଡେଭିଡ୍ ଓ୍ୱାର୍ଣ୍ଣର ଓ ମନୀଷ ପାଣ୍ଡେ ଦ୍ୱିତୀୟ ଓ୍ୱିକେଟ ପାଇଁ ୮୩ ରନର ପାର୍ଟନରସିପ କରି ଦଳକୁ ବିଜୟ ଅଭିମୁଖେ ନେଇଥିଲେ। କିନ୍ତୁ ୫୪ ରନ କରି ଓ୍ୱାର୍ଣ୍ଣରଙ୍କ ଆଉଟ୍ ଓ ଶାହାବାଜଙ୍କ ଗୋଟିଏ ଓଭରରେ ତିନୋଟି ଓ୍ୱିକେଟ ବାଜିକୁ ପଲଟାଇ ଦେଇଥିଲା। ଏହିଠାରୁ ଆରସିବି ମ୍ୟାଚରେ କମବ୍ୟାକ କରିଥିଲା।

ଓ୍ୱାର୍ଣ୍ଣର ୩୭ ବଲରେ ୭ଟି ଚୌକା ଓ ଗୋଟିଏ ଛକା ସହିତ ୫୪ ରନ କରି ଜମିଏସନଙ୍କ ବୋଲରେ କ୍ୟାଚ ଆଉଟ୍ ହୋଇଥିଲେ। ଆଉ ଏହି ସମୟରେ ଦଳ ୧୩.୨ଟି ବଲରେ ୯୬ ରନ କରିଥିଲା। ଓ୍ୱାର୍ଣ୍ଣରଙ୍କ ପୂର୍ବରୁ ରିଦ୍ଦିମାନ ଶାହ ୧୩ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ। ହେଲେ ଦଳକୁ ବିଜୟୀ ହେବା ପାଇଁ ବଲ୍ ତୁଳନାରେ ରନ୍ ସେତେଟା ନଥିଲା। ହେଲେ କ୍ରିଜରେ ମନୀଷ ପାଣ୍ଡେ (୩୮)ଙ୍କ ବ୍ୟତୀତ ଆଉ କେହି ଦୁଇ ଅଙ୍କ ରନ୍ କରିବାରେ ସକ୍ଷମ ହୋଇପାରିନଥିଲେ। ମୁଖ୍ୟତଃ ହାଇଦ୍ରାବାଦର ଦୁର୍ବଳ ବ୍ୟାଟିଂ ପାଇଁ ବାଙ୍ଗାଲୋରକୁ ବିଜୟ ହେବା ପାଇଁ ଅନୁକୂଳ ବାତାବାରଣ ତିଆରି କଲା।

Advertisment

ଆରସିବି ବୋଲର ଲଗାତର ଦ୍ୱିତୀୟ ମ୍ୟାଚରେ ବିଜୟୀ ହେବା ପାଇଁ ସମସ୍ତ ପ୍ରୟାସ କରିଥିଲେ। ବିଶେଷକରି ଶାହାବାଜ ୨ ଓଭରରେ ୭ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ହେଲେ ୧୭ ଓଭରରେ ସେ ଏକାକୀ ତିନୋଟି ୱିକେଟ୍ ନେଇଥିଲେ। ଯାହାକି ମ୍ୟାଚର ମୋଡ ଆରସିବି ସପକ୍ଷରେ ବଦଳିଥିଲା।

ଆରସିବି ଏହି ମ୍ୟାଚ ଜିତିବା ପରେ ପଏଣ୍ଟ ଟେବୁଲରେ ଆଗରେ ରହିଛି। କାରଣ ଦୁଇଟି ଯାକ ମ୍ୟାଚରେ ସେ ବିଜୟୀ ହୋଇଛି। ସେହିପରି ହାଇଦ୍ରାବାଦ ପ୍ରଥମ ମ୍ୟାଚ ପରେ ଦ୍ୱିତୀୟ ମ୍ୟାଚବି ହାରିଛି।

ଆରସିବିକୁ ୧୪୯ ରନରେ ରୋକିଲା ସନରାଇଜର୍ସ

IPL 2021