RCB ପରାଜୟ ଧାରାରେ ଲାଗିଲା ବ୍ରେକ୍, ୩୫ ରନରେ ପରାସ୍ତ ହାଇଦ୍ରାବାଦ

ଏଯାବତ ୯ଟି ମ୍ୟାଚ୍ ଖେଳିଥିବା ବେଙ୍ଗାଲୁରୁ ଖାତାରେ ଦ୍ୱିତୀୟ ବିଜୟ ସାମିଲ ହୋଇଛି...

RCB Players

ଆରସିବି ପ୍ଲେୟର୍ସ

Debibandita Barick
  • Published: Friday, 26 April 2024
  • Updated: 26 April 2024, 09:03 AM IST

ଚଳିତ ଆଇପିଏଲ ସିଜିନରେ କ୍ରମାଗତ ଷଷ୍ଠ ପରାଜୟ ପରେ ବିଜୟର ସ୍ୱାଦ ଚାଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଘରୋଇ ଗ୍ରାଉଣ୍ଡରେ ଶକ୍ତିଶାଳୀ ହାଇଦ୍ରାବାଦକୁ ୩୫ ରନରେ କରିଛି ପରାସ୍ତ। ଫଳରେ ବେଙ୍ଗାଲୁରୁ ଖାତାରେ ଦ୍ୱିତୀୟ ବିଜୟ ସାମିଲ ହୋଇଛି, ତଥାପି ପଏଣ୍ଟ ଟେବୁଲର ଅନ୍ତିମ ସ୍ଥାନରୁ ମୁକୁଳି ପାରିନି ଦଳ।

ହାଇଦ୍ରାବାଦର ଉପଲ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୦୬ ରନ୍ ସଂଗ୍ରହ କରିଥିଲା ଆରସିବି। ଦଳ ପକ୍ଷରୁ ବିରାଟ କୋହଲି ଓ ଡୁ ପ୍ଲେସିସ ଦମଦାର ଆରମ୍ଭ କରିଥିଲା। ଉଭୟ ୩.୫ ଓଭର ବେଳକୁ ୪୮ ରନର ଭାଗିଦାରୀ ଯୋଡ଼ିଥିଲେ। ଏହି ସମୟରେ ୨୫(୧୨) ରନ୍ କରି ଆଉଟ୍ ହୋଇ ଯାଇଥିଲେ ଡୁପ୍ଲେସିସ୍।

ୱିଲ୍ ଜ୍ୟାକ୍ସ ମଧ୍ୟ ୬(୯) ରନ୍ କରି ପାଭିଲିଅନ ଫେରିଥିଲେ। ଏହାପରେ କୋହଲିଙ୍କ ସାଥ୍ ଦେଇଥିଲେ ରଜତ ପଟିଦାର। ସେ ଦର୍ଶନୀୟ ଶର୍ଟ୍ସ ଖେଳି ରନ୍ ରେଟକୁ ଆଗେଇ ନେଇଥିଲେ। ଦଳ ବଡ଼ ସ୍କୋରର ଟାର୍ଗେଟ ଦେବା ନେଇ ଅନୁମାନ କରାଯାଉଥିବା ବେଳେ କୋହଲି ଓ ପଟିଦାରଙ୍କ ଯୋଡି ଭାଙ୍ଗିଥିଲେ ଜୟଦେବ ଉନାଦକଟ। ପଟିଦାର ୫୦(୨୦) ରନ୍ କରିଥିବା ବେଳେ ତାଙ୍କୁ ପାଭିଲିଅନ ରାସ୍ତା ଦେଖାଇଥିଲେ ଉନାଦକଟ।

ଏହାପରେ ଧିମେଇ ଯାଇଥିଲା ଦଳୀୟ ସ୍କୋର୍। କୋହଲି ଜଗିରଖି ଖେଳିବାକୁ ଚେଷ୍ଟା କରିଥିଲେ ବି ଉନାଦକଟଙ୍କ ବଲର ଶିକାର ହୋଇଥିଲେ। ସେ ୫୧(୪୩) ରନ୍ କରି ଆଉଟ୍ ହୋଇଥିଲେ। ଦିନେଶ କାର୍ତ୍ତିକ ମଧ୍ୟ ୧୧(୬) ରନ୍ କରି ଆଉଟ୍ ହେବା ପରେ ଦଳୀୟ ସ୍ଥିତି ଦୁର୍ବଳ ହୋଇ ଯାଇଥିଲା। 

Also Read

ସମସ୍ତ ମୂଲ୍ୟବାନ ୱିକେଟ ଯିବା ପରେ ଲଢୁଆ ପାଳି ଖେଳିଥିଲେ କାମନର ଗ୍ରୀନ। ଶେଷ ଆଡକୁ ଦର୍ଶନୀୟ ଶର୍ଟ୍ସ ଖେଳି ଦେଳୀୟ ସ୍କୋର୍ ୨୦୬ରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ। ସେ ୨୦ ବଲରେ ୩୭ ରନ୍ କରିଥିଲେ।

ଏକାଧିକ ବାର ୨୫୦ ରନରୁ ଅଧିକ ପାଳି ଖେଳିଥିବା ହାଇଦ୍ରାବଦ ପାଇଁ ଏହା ସହଜ ହେବ ବୋଲି ମନେ ହେଉଥିଲା। କିନ୍ତୁ ଆବଶ୍ୟକ ସ୍ଥଳରେ ମୂଲ୍ୟବାନ ୱିକେଟ ନେବାରେ ସଫଳ ହୋଇଥିଲେ ଆରସିବି ବୋଲର୍। ପ୍ରାରମ୍ଭରୁ ଟ୍ରାଭିସ ହେଡ୍, ଅଭିଶେକ ଶର୍ମା, ଆଡେନ ମାକ୍ରମ ଭଳି ଶକ୍ତିଶାଳୀ ବ୍ୟାଟରଙ୍କ ୱିକେଟ୍ ନେଥିଲା ବେଙ୍ଗାଲୁରୁ। ହାଇଦ୍ରାବାଦ ୪୧ ରନ୍ ମଧ୍ୟରେ ୩ଟି ମୂଲ୍ୟବାନ ୱିକେଟ ହରାଇ ଦୁର୍ବଳ ହୋଇପଡିଥିଲା।

ତଥାପି ଶେହବାଜ ଅହମଦ ଓ ପ୍ୟାଟ କମିନ୍ସ ଦର୍ଶନୀୟ ଶର୍ଟ୍ସ ଖେଳିଥିଲେ। କମିନ୍ସ ୩୧(୧୫) ରନ୍ କରିଥିବା ବେଳେ ଶେହବାଜ ଅପରାଜିତ ୪୦(୩୭) ରନ୍ କରିଥିଲେ। କିନ୍ତୁ ଅନ୍ୟମାନେ ଭଲ ପ୍ରଦର୍ଶନ କରିନପାରିବାରୁ ୮ ୱିକେଟ ବିନିମୟରେ ଦଳ ୧୭୧ ରନରେ ଅଟକି ଯାଇଥିଲା। ଫଳରେ ଏହି ମ୍ୟାଚକୁ ୩୫ ରନରେ ଜିତି ନେଇଛି ଆରସିବି। 

ଦଳ ପକ୍ଷରୁ ସ୍ୱପ୍ନିଲ ସିଂହ, କରଣ ଶର୍ମା ଓ କାମରନ ଗ୍ରୀନ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ୱିଲ୍ ଜ୍ୟାକ୍ସ ଓ ୟଶ ଦୟାଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ମହମ୍ମଦ ଶିରାଦ କୌଣସି ୱିକେଟ ନେଇ ପାରିନଥିଲେ ବି ୪ ଓଭରରେ ୨୦ ରନ୍ ଦେଇ ପ୍ରଭାବୀ ବୋଲିଂ କରିଥିଲେ। ରଜତ ପଟିଦାରଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story