Advertisment

ରୟାଲ୍ସ ବିଜୟରେ ବ୍ରେକ ଲଗାଇଲା ଟାଇଟନ୍ସ

କ୍ରମାନ୍ୱୟରେ ୪ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ରୟାଲ୍ସ ବାହିନୀକୁ ମାତ୍ ଦେଇଛି ଟାଇଟନ୍ସ ଟିମ୍।

Rashid Khan

Rashid Khan

Advertisment

ରାଜସ୍ଥାନ ରୟାଲ୍ସ ବିଜୟ ଧାରାରେ ବ୍ରେକ୍ ଲଗାଇଛି ଗୁଜରାଟ ଟାଇଟନ୍ସ। କ୍ରମାନ୍ୱୟରେ ୪ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ରୟାଲ୍ସ ବାହିନୀକୁ ମାତ୍ ଦେଇଛି ଟାଇଟନ୍ସ ଟିମ୍। ୧୯୭ ରନର ଟାର୍ଗେଟକୁ ପିଛା କରି ଅତି ରୋମାଞ୍ଚକର ଭାବେ ଏହି ମ୍ୟାଚକୁ ଜିତି ନେଇଛି ଗୁଜରାଟ ଟାଇଟନ୍ସ। 

Advertisment

ଗତକାଲି ଖେଳା ଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ବିନିମୟରେ ୧୯୬ ରନ୍ ସଂଗ୍ରହ କରିଥିଲା ରାଜସ୍ଥାନ ରୟାଲ୍ସ। ଦଳ ପକ୍ଷରୁ ସଞ୍ଜୁ ସାମସନ ଅପରାଜିତ ରହି ୬୮(୩୮) ରନ୍ କରିଥିଲେ। ସେହିପରି ରିଆନ ପରାଗ ୭୬(୪୮), ଯଶସ୍ୱୀ ଜୈସ୍ୱାଲ ୨୪(୧୯), ଜୋସ ବଟଲର ୮(୧୦), ହେଟମେୟର ୧୩(୫) ରନ୍ କରିଥିଲେ।

ହେଲେ ସାମସନ ଓ ପରାଗଙ୍କ ଲଢୁଆ ଇନିଂସକୁ ଫିକା ପକାଇ ଦେଇଛନ୍ତି ଟାଇଟନ୍ସ ବାହିନୀ। ବିଶାଳ ସ୍କୋରକୁ ପିଛା କରି ଦ୍ୱିତୀୟ ପାଳି ଆରମ୍ଭ କରିଥିବା ଗୁଜରାଟ ପ୍ରାରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ମଧ୍ୟକ୍ରମରେ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ୱେ ଶେଷ ଭାଗକୁ ଅତି ରୋମାଞ୍ଚକ ଭାବେ ବିଜୟ ହାଲସ କରିନେଇଛି। 

Advertisment

ସାଇ ସୁଦର୍ଶନ ଓ ଶୁବମନ ଗିଲ୍ ଯଥାକ୍ରମେ ୩୫(୨୯) ଏବଂ ୭୨(୪୪) ରନ୍ କରି ପାଭିଲିଅନ ଫେରିବା ପରେ ମାଥ୍ୟୁ ୱାଦେ ଓ ଅଭିନବ ମନୋହରଙ୍କ ମୂଲ୍ୟବାନ ୱିକେଟ ହରାଇଥିଲା ଦଳ। ଫଳରେ ରନ୍ ରେଟ୍ ଧିମେଇ ଯାଇଥିଲା।

୧୭.୩ ଓଭଲ ବେଳକୁ ଦଳ ୭ ୱିକେଟ୍ ହରାଇ ୧୫୭ ରନ୍ ସଂଗ୍ରହ କରିଥିଲା। ହେଲେ ଶେଷ ଦୁଇ ଓଭରରେ ବାଜି ଓଲଟାଇ ଦେଇଥିଲେ ରଶିଦ ଖାନ। ୧୨ ବଲରେ ୩୫ ରନ୍ ଆବଶ୍ୟକ ପଡୁଥିବା ବେଳେ ସେ ଲକ୍ଷ୍ୟ ପୂରଣ କରିନେଇଥିଲେ। ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ରଶିଦ ଖାନଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି। 

GT Vs RR IPL IPL 2024 Gujarat Titans Rajasthan Royals
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe