Advertisment

ବିଶ୍ୱକପ ଫିବର: ବିମାନ ଓ ହୋଟେଲ ପାଇଁ ଅସମ୍ଭାଳ ଭିଡ଼, ଦାମ ୫ ଗୁଣ ବଢ଼ିଲା

ସକାଳ ବେଳା ଛାଡ଼ିବାକୁ ଥିବେ ଇଣ୍ଡିଗୋ ବିମାନର ଟିକେଟର ଦାମ ସବୁଠାରୁ ଶସ୍ତା ୨୬,୯୯୯ ଟଙ୍କା। ସେହିପରି ଅକସା ଏୟାର ଫ୍ଲାଇଟର ଟିକେଟ ଦାମ ୨୮,୭୭୮ ଟଙ୍କା ରହିଛି।

author-image
Hemant Lenka
Flight

Flight

ସାରା ଦେଶରେ ଏବେ ବିଶ୍ୱକପ ଫିବର। ଦୀର୍ଘ ୧୨ ବର୍ଷ ପରେ ଭାରତ ଫାଇନାଲକୁ ଯାଇଥିବା ବେଳେ ଟ୍ରଫି ପାଇଁ ଦଳ ଅଷ୍ଟ୍ରେଲିଆ ସହ ଲଢ଼େଇ କରିବ। ଆସନ୍ତା ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୨୦୦୩ର ଦୁଇ ଫାନାଲିଷ୍ଟ ପୁଣିଥରେ ବିଶ୍ୱକପ ପାଇଁ ମୁହିଁମୁହିଁ ହେବେ।

Advertisment

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧.୩୦ ଲକ୍ଷ ଲୋକ ଏକାଠି ବସି ପାରିବେ। ଫାଇନାଲ ମ୍ୟାଚ୍‌ ପାଇଁ ମଧ୍ୟ ସମସ୍ତ ଟିକେଟ ବିକ୍ରି ସରିଛି। ଏବେ ଫାଇନାଲ ମ୍ୟାଚ୍‌ର ମୁକସାଖୀ ବନିବା ପାଇଁ ଲୋକଙ୍କ ପ୍ରବଳ ଦେଖିବାକୁ ମିଳିଛି।

ବିଶେଷ କରି ଅହମଦାବାଦକୁ ଯାଉଥିବା ବିମାନ ଓ ଓ ସେଠାରେ ଥିବା ହୋଟେଲରେ ବୁକିଂ ପାଇଁ ଲୋକମାନେ ଜୋରଦାର ଉଦ୍ୟମ କରୁଛନ୍ତି। ସ୍ଥିତି ଏପରି ହୋଇଛି ଯେ ଲୋକଙ୍କୁ ହୋଟେଲ କିମ୍ବା ବିମାନର ଟିକେଟ ମଧ୍ୟ ଠିକ ଭାବେ ମିଳିପାରୁ ନାହିଁ।

Advertisment

ଏପରି ସ୍ଥିତିରେ ୱାନ ୱେ ବିମାନ ସେବାର ଦାମ ପ୍ରାୟ ୫ ଗୁଣ ବଢ଼ିଥିବାର ବେଳେ ହୋଟେଲ ଭଡ଼ା ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି। ତଥାପି ଲୋକମାନେ ଅଧିକ ଦାମ ଦେଇ ଫାଇନାଲ ମ୍ୟାଚ୍‌ର ମଜା ଉଠାଇବାକୁ ଚାହୁଁଛନ୍ତି।

ଗୁରୁବାର ବେଙ୍ଗାଲୁରୁରୁ ଅହମଦାବାଦ ବିମାନ ଟିକେଟର ଦାମ ୫,୭୦୦ ଟଙ୍କା ଦେଖାଉଥିଲା। କିନ୍ତୁ ଶନିବାର ସକାଳେ ବେଙ୍ଗାଲୁରୁରୁ ଅହମଦାବାଦ ବିମାନର ଟିକେଟର ଦାମ ୩୩,୦୦୦ ହଜାର ଟଙ୍କା ହୋଇଯାଇଥିବା ଦେଖିବାକୁ ମିଳୁଛି।

ଭାରତ ଫାଇନାଲରେ ପ୍ରବେଶ କରିବା ପୂର୍ବରୁ ଟିକେଟ ଦାମ କମ ରହିଥିଲା। କିନ୍ତୁ ଭାରତ ଐତିହାସିକ ବିଜୟ ହାସଲ କରିବା ପରେ ଦାମ ଆକାଶ ଛୁଆଁ ହୋଇଯାଇଛି। ଲୋକଙ୍କ ଭିଡ଼ ହେଉଥିବାରୁ ଇଣ୍ଡିଗୋ ପକ୍ଷରୁ ଶନିବାର ୬ଟି ବିମାନ ବେଙ୍ଗାଲୁରୁରୁ ଅହମଦାବାଦ ମଧ୍ୟରେ ଚଳାଚଳ କରାଯିବ। ଏଥିରେ ଲୋକମାନେ ଯାତ୍ରା କରିପାରିବେ। କିନ୍ତୁ ବିମାନ ଭଡ଼ାର ଦାମ ଯଥେଷ୍ଟ ଅଧିକ ରହିଛି।

ଜୟାନନଗରେ ରହୁଥିବା ମଧୁ ପ୍ରସାଦ କହିଛନ୍ତି, “ଆମେ ଟିଭିରେ ପ୍ରଥମ ସେମି ଫାଇନାଲ ଦେଖି ପୂରା ଉତ୍ସହିତ ହୋଇପଡ଼ିଛୁ। ମୋ ପରି ଅନେକ ଫ୍ୟାନ୍ସକୁ ଭାରତୀୟ ଟିମ ଖୁସି ମନାଇବାର ସୁଯୋଗ ଦେଇଛି। ମୁଁ ଫାଇନାଲ ମ୍ୟାଚ୍‌କୁ ଅହମଦାବାଦର ଷ୍ଟାଡିୟମରେ ଦେଖିବାକୁ ଚାହୁଁଛି।

ଏଥିପାଇଁ ମୁଁ ବେଙ୍ଗାଲୁରୁରୁ ଅହମଦାବାଦ ଯିବା ପାଇଁ ଟିକେଟ ବୁକିଂ କରିବାକୁ ଚାହିଁଥିଲି। କିନ୍ତୁ ଏହାର ଦାମ ଦେଖି ମୁଁ ପୂରା ସ୍ତବ୍ଧ। ରାତି ୯ଟା ବେଳେ ଥିବା ଇଣ୍ଡିଗୋ ବିମାନରେ ଟିକେଟ ଦାମ ୩୨,୯୯୯ ଟଙ୍କା ରହିଛି। ସକାଳେ ଏହା ୩୦ ହଜାର ଟଙ୍କା ଦେଖାଉଛି।”

କେବଳ ଇଣ୍ଡିଗୋ ନୁହେଁ, ଏହି ରୁଟରେ ଯାଉଥିବା ପ୍ରାୟ ସବୁ ଏୟାରଲାଇନ୍ସରେ ୱାନ ୱେ ଯାତ୍ରା ପାଇଁ ଟିକେଟର ଦାମ ପ୍ରାୟ ୩୦ ହଜାର ଟଙ୍କା ରଖାଯାଇଛି।ସକାଳ ବେଳା ଛାଡ଼ିବାକୁ ଥିବେ ଇଣ୍ଡିଗୋ ବିମାନର ଟିକେଟର ଦାମ ସବୁଠାରୁ ଶସ୍ତା ୨୬,୯୯୯ ଟଙ୍କା। ସେହିପରି ଅକସା ଏୟାର ଫ୍ଲାଇଟର ଟିକେଟ ଦାମ ୨୮,୭୭୮ ଟଙ୍କା ରହିଛି।

କିଛି କ୍ରିକେଟ ଫ୍ୟାନ୍ସ ବେଙ୍ଗାଲୁରୁରୁ ମୁମ୍ବାଇ ଦେଇ ଅହମଦାବାଦରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଏହି ରୁଟରେ ଟିକେଟର ଦାମ ୧୬ ହଜାର ଟଙ୍କା।

କେବଳ ବିମାନ ଭଡ଼ା ନୁହେଁ, ଅହମଦାବାଦରେ ଥିବା ହୋଟେଲ ଗୁଡ଼ିକର ଭଡ଼ା ମଧ୍ୟ ୫ରୁ ୧୦ ଗୁଣ ବଢ଼ିଯାଇଛି।

ICC World Cup 2023 CWC 2023 ICC World Cup