Advertisment

୯୨ ରନରେ ଅଟକିଲା ବିରାଟଙ୍କ ଟିମ୍

ଆବୁ ଧାବି: ୟୁଏଇରେ ଆଇପିଏଲ୍‌-୧୪ର ଦ୍ୱିତୀୟ ପର୍ଯ୍ୟାୟରେ ଆଣ୍ଠେଇଛି ବିରାଟ୍ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ସୋମବାର ଆଇପିଏଲର ୩୧ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସର ଘାତକ ବୋଲିଂକୁ ସାମ୍ନା କରିନପାରି ଆରସିବି ଟିମ୍ ୧୯ ଓଭରରେ ମାତ୍ର ୯୨ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ କେକେଆରକୁ ମ୍ୟାଚ୍ ଜିତିବା ପାଇଁ ମାତ୍ର ୯୨ ରନ୍ କରିବାକୁ ପଡ଼ିବ। ଆରସିବି ଟିମ୍ ପକ୍ଷରୁ ଦେବିଦତ୍ତ ପାଡିକଲ୍ ସର୍ବାଧିକ ୨୨ ରନ୍ କରିଛନ୍ତି। ତେବେ କ୍ୟାପଟେନ୍ […]

ଅଦ୍ୟତନ ହୋଇଛି
୯୨ ରନରେ ଅଟକିଲା ବିରାଟଙ୍କ ଟିମ୍

rcb-vs-kkr

Advertisment

ଆବୁ ଧାବି: ୟୁଏଇରେ ଆଇପିଏଲ୍‌-୧୪ର ଦ୍ୱିତୀୟ ପର୍ଯ୍ୟାୟରେ ଆଣ୍ଠେଇଛି ବିରାଟ୍ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ସୋମବାର ଆଇପିଏଲର ୩୧ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସର ଘାତକ ବୋଲିଂକୁ ସାମ୍ନା କରିନପାରି ଆରସିବି ଟିମ୍ ୧୯ ଓଭରରେ ମାତ୍ର ୯୨ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ କେକେଆରକୁ ମ୍ୟାଚ୍ ଜିତିବା ପାଇଁ ମାତ୍ର ୯୨ ରନ୍ କରିବାକୁ ପଡ଼ିବ। ଆରସିବି ଟିମ୍ ପକ୍ଷରୁ ଦେବିଦତ୍ତ ପାଡିକଲ୍ ସର୍ବାଧିକ ୨୨ ରନ୍ କରିଛନ୍ତି। ତେବେ କ୍ୟାପଟେନ୍ ବିରାଟ୍‌ କୋହଲି ନିରାଶ କରିଛନ୍ତି। କେକେଆର ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ରେ ରସେଲ୍‌ ୩ଟି ଲେଖାଏ ୱିକେଟ୍‌ ନେଇଛନ୍ତି।

Advertisment

ଜାୟେଦ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ କୋହଲି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଇନିଂସର ଦ୍ୱିତୀୟ ଓଭରରେ କେକେଆର୍ ପେସର୍ ପ୍ରସିଦ୍ଧ କୃଷ୍ଣ କୋହଲିଙ୍କୁ ଆଉଟ୍ ବଡ଼ ସଫଳତା ହାସଲ କରିଥିଲେ। କୋହଲି ମାତ୍ର ୫ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଦେବିଦତ୍ତ ପାଡିକଲ୍ ଓ ଡେବ୍ୟୁଟାଣ୍ଟ ଶ୍ରୀକର ଭରତ ଦ୍ୱିତୀୟ ୱିକେଟ୍‌ ପାଇଁ ୩୧ ରନ୍ ଯୋଡ଼ିଥିଲେ। କିନ୍ତୁ ଏହି ଯୋଡ଼ି ପ୍ୟାଭିଲିୟନ୍ ଫେରିବା ପରେ ଆରସିବିର ବଡ଼ ସ୍କୋର ଆଶା ଧୂଳିସାତ୍ ହୋଇଯାଇଥିଲା।

ପାଡିକଲଙ୍କୁ ଲକି ଫର୍ଗୁସନ୍ ପ୍ୟାଭିଲିୟନ୍ ପଠାଇଥିବା ବେଳେ ଭରତ (୧୬)ଙ୍କୁ ଆନ୍ଦ୍ରେ ରସେଲ୍‌ ଆଉଟ୍ କରିଥିଲେ। ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିୟର୍ସ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ ପୂରା ନିରାଶ କରିଥିଲେ। ଡି’ଭିଲିୟର୍ସ ଆସୁ ଆସୁ ରସେଲଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ମ୍ୟାକ୍ସୱେଲ ମଧ୍ୟ ସୁଯୋଗର ଫାଇଦା ଉଠାଇପାରିନଥିଲେ ଏବଂ ମାତ୍ର ୧୦ ରନ୍ କରି ବରୁନ ଚକ୍ରବର୍ତ୍ତୀଙ୍କ ବଲରେ ବୋଲ୍ଡ ହୋଇ ପ୍ୟାଭିଲିୟନ୍ ଫେରିଥିଲେ।

Advertisment

ଲୋୟର୍ ଅର୍ଡରରେ ସଚିନ ବେବି (୭), ପ୍ରଥମଥର ଆଇପିଏଲ୍‌ ଖେଳୁଥିବା ୱାନିନ୍ଦୁ ହସରଙ୍ଗା (୦), କାଇଲ୍ ଜେମିସନ୍ (୪), ହର୍ଷଲ୍ ପଟେଲ୍ (୧୨), ମହମ୍ମଦ ସିରାଜ (୮) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ୟୁଜବେନ୍ଦ୍ର ଚହଲ୍‌ ୨ ରନ୍ କରି ଅପରାଜିତ ଥିଲେ। କେକେଆର୍ ପକ୍ଷରୁ ଫର୍ଗୁସନ୍ ୨ଟି ଓ ପ୍ରସିଦ୍ଧ କୃଷ୍ଣ ଗୋଟିଏ ୱିକେଟ୍‌ ନେଇଥିଲେ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe