Advertisment

ହ୍ୟାଟ୍ରିକ୍‌ ମାରିଲା କେକେଆର୍‌, କବ୍‌ଜା କଲା IPL24 ଟ୍ରଫି

୧୧୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ଦମଦାର ଓପନିଂ କରିଥିଲା।

author-image
Madhupriya Mistry
KKR Win

KKR Win

ହାଇଦ୍ରାବାଦ ଠାରୁ ଆଇପିଏଲ୍‌ ଟ୍ରଫି ଛଡାଇ ନେଲା କୋଲକାତା। ହ୍ୟାଟ୍ରିକ୍‌ ମାରିଲା କେକେଆର୍। ତୃତୀୟ ଥର ଲାଗି ଆଇପିଏଲ ଟାଇଟଲ ହାତେଇଲା କୋଲକାତା ନାଇଟ୍ ରାଇଡର୍ସ। ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି କେକେଆର ଇଣ୍ଡିଆନ୍ ପ୍ରିମିଅର ଲିଗ୍ ୨୦୨୪ ଟ୍ରଫି ଉପରେ କବ୍‌ଜା କରିଛି।

Advertisment

ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ପକ୍ଷରୁ ପାଟ୍ କିମନ୍ସ ସର୍ବାଧିକ ୨୪ ରନ କରିଥିବା ବେଳେ ମାର୍କ୍ରମ ୨୦ ରନ୍ କରିଥିଲେ। ଦଳ ୧୮ ଓଭର ୩ ବଲରେ ୧୧୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।

କୋଲକାତାର ବୈଭବ ଆରୋରା ୪ଟି ୱିକେଟ୍ ନେଇଥିଲେ। ୧୧୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ଦମଦାର ଓପନିଂ କରିଥିଲା। ଭେଙ୍କଟେସ୍ ଆୟର ୨୬ ବଲରୁ ଧୂଆଁଧାର ୫୨ ରନ କରିଥିବା ବେଳେ ରେହମାନୁଲ୍ଲା ୩୯ ରନ୍ କରିଥିଲେ।

Advertisment

ଦଳ ମାତ୍ର ୧୦ ଓଭର ୩ ବଲରେ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ପୂର୍ବରୁ ୨୦୧୨ ଓ ୨୦୧୪ରେ ଗମ୍ଭୀରଙ୍କ ନେତୃତ୍ୱରେ କେକେଆର୍‌ ବିଜେତା ହୋଇଥିଲା।

ବିଜେତା କେକେଆର୍‌କୁ ଟ୍ରଫି ସହ ୨୦ କୋଟି ଓ ରନର୍‌ଅପ୍‌ ହାଇଦ୍ରାବାଦ୍‌କୁ ୧୩ କୋଟି ଟଙ୍କା ପୁରସ୍କାର ଦିଆଯାଇଛି। ସେହିପରି ଚଳିତ ସଂସ୍କରଣରେ ସର୍ବାଧିକ ରନ୍‌ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିରାଟ କୋହଲି (୧୫ମ୍ୟାଚ୍‌, ୭୪୧ ରନ୍‌) ଅରେଞ୍ଜ କ୍ୟାପ୍‌ ଓ ସର୍ବାଧିକ ୱିକେଟ୍‌ ନେଇଥିବା ପଞ୍ଜାବ କିଙ୍ଗ୍ସର ହର୍ଷଲ ପଟେଲ୍‌ (୧୪ମ୍ୟାଚ୍, ୨୪ ୱିକେଟ୍‌) ପର୍ପଲ୍‌ କ୍ୟାପ୍‌ ପାଇଛନ୍ତି। ଉଭୟଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିଛି।

IPL 2024 Final KKR WIN