Advertisment

ଗୋଟିଏ ଓଭରରେ ୭ ଛକା ମାରିଲେ ଋତୁରାଜ ଗାଏକ୍ୱାଡ, ଦେଖନ୍ତୁ ଭିଡିଓ

ଅହମଦାବାଦ: ଗୋଟିଏ ଓଭରରେ ୬ ଛକା ମାରିବା କଥା ଆପଣ ଦେଖିଥିବେ। ହେଲେ ଜଣେ ବ୍ୟାଟର କେମିତି ୬ଟି ବଲରେ ୭ଟି ଛକା ମାରିଲେ ବୋଲି ଆପଣ ଭାବୁଥିବେ। ହେଲେ ଏମିତି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଭାରତୀୟ ବ୍ୟାଟର ଋତୁରାଜ ଗାଏକ୍ୱାଡ। ସେ ଗୋଟିଏ ଓଭରରେ ୭ଟି ଛକା ମାରି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ବର୍ତ୍ତମାନ ଚାଲିଥିବା ବିଜୟ ହଜାରେ ଟ୍ରଫିରେ ଗାଏକ୍ୱାଡଙ୍କ ବ୍ୟାଟରୁ ଦମଦାର ଶଟ ଦେଖବାକୁ ମିଳିଛି। ସେ ଉତ୍ତର ପ୍ରଦେଶର […]

ଅଦ୍ୟତନ ହୋଇଛି
ଗୋଟିଏ ଓଭରରେ ୭ ଛକା ମାରିଲେ ଋତୁରାଜ ଗାଏକ୍ୱାଡ, ଦେଖନ୍ତୁ ଭିଡିଓ

Maharastra

Advertisment

ଅହମଦାବାଦ: ଗୋଟିଏ ଓଭରରେ ୬ ଛକା ମାରିବା କଥା ଆପଣ ଦେଖିଥିବେ। ହେଲେ ଜଣେ ବ୍ୟାଟର କେମିତି ୬ଟି ବଲରେ ୭ଟି ଛକା ମାରିଲେ ବୋଲି ଆପଣ ଭାବୁଥିବେ। ହେଲେ ଏମିତି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଭାରତୀୟ ବ୍ୟାଟର ଋତୁରାଜ ଗାଏକ୍ୱାଡ। ସେ ଗୋଟିଏ ଓଭରରେ ୭ଟି ଛକା ମାରି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି।

Advertisment

ବର୍ତ୍ତମାନ ଚାଲିଥିବା ବିଜୟ ହଜାରେ ଟ୍ରଫିରେ ଗାଏକ୍ୱାଡଙ୍କ ବ୍ୟାଟରୁ ଦମଦାର ଶଟ ଦେଖବାକୁ ମିଳିଛି। ସେ ଉତ୍ତର ପ୍ରଦେଶର ବୋଲର ଶିବ ସିଂହଙ୍କୁ କ୍ରମାଗତ ୭ଟି ଛକା ମାରି ଗୋଟିଏ ଓଭରରେ ୪୩ ରନ ଆଦାୟ କରିଛନ୍ତି। ଋତୁରାଜ ଗାଏକ୍ୱାଡ ପ୍ରଥମ ବ୍ୟାଟର ଭାବେ ସୀମିତ ଓଭର କ୍ରିକେଟର ଗୋଟିଏ ଓଭରରେ ୪୩ ରନ କରିବାକୁ ସକ୍ଷମ ହୋଇଛନ୍ତି।

ମହାରାଷ୍ଟ୍ର ପକ୍ଷରୁ ବିଜୟ ହଜାରେ ଟ୍ରଫି ଖେଳୁଥିବା ଋତୁରାଜ ଆଜି ଉତ୍ତର ପ୍ରଦେଶ ବିପକ୍ଷରେ ଦୁଇ ଶତକ ହାସଲ କରିଛନ୍ତି। ସେ ୧୫୯ ବଲରେ ଅପରାଜିତ ୨୨୦ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୧୦ଟି ଚୌକା ଓ ୧୬ଟି ବିଶାଳ ଛକା ମାରିଛନ୍ତି। ତେବେ ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ ଥିଲା ୪୯ତମ ଓଭର। ଏହି ଓଭର ବୋଲିଂ କରିବାକୁ ଉତ୍ତର ପ୍ରଦେଶର ଶିବ ସିଂହ ଆସିଥିଲେ।

Advertisment

କିନ୍ତୁ ତାଙ୍କୁ ପ୍ରଥମ ବଲରୁ ହିଁ ଗାଏକ୍ୱାଡ ବଡ଼ ପ୍ରହାର କରିଥିଲେ। ପ୍ରଥମ ୪ଟି ବଲରେ କ୍ରମାଗତ ୪ଟି ଛକା ମାରି ଋତୁରାଜ ନିଜର ଆକ୍ରମଣାତ୍ମକ ରୂପ ଦେଖାଇଥିଲେ। ଏହି ସମୟରେ ଶିବ ମଧ୍ୟ ୪ଟି ଛକା ଖାଇ ସମାନ୍ୟ ନର୍ଭସ ହୋଇ ଯାଇଥିଲେ। ୫ମ ବଲରେ ଋତୁରାଜ ୬କା ମାରିଥିବା ବେଳେ ଏହା ନୋ-ବଲ ହୋଇଯାଇଥିଲା।

ଫଳରେ ତାଙ୍କୁ ଗୋଟିଏ ଅତିରିକ୍ତ ବଲ ପକାଇବାକୁ ପଡ଼ିଥିଲା। ଏହାର ଫାଇଦା ଉଠାଇ ଗାଏକ୍ୱାଡ ମଧ୍ୟ ଆଉ ୩ଟି ଛକା ମାରିଥିଲେ। ଏଥିସହ ନିଜର ଦ୍ୱିଶତକ ମଧ୍ୟ ହାସଲ କରିଥିଲେ।

ଗୋଟିଏ ଓଭରରେ ୭ ଛକା ମାରି ଗାଏକ୍ୱାଡ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ପୂର୍ବରୁ ସାର ଗାରିଫିଲ୍ଡ ସୋବର୍ସ, ରବି ଶାସ୍ତ୍ରୀ, ହରସେଲ ଗିବ୍ସ, ଯୁବରାଜ ସିଂହ, ରସ ହ୍ୱାଇଟଲୀ, ହଜରତୁଲ୍ଲା ଜଜାଇ, ଲେଓ କାରଟେର, କାଏରନ ପୋଲାର୍ଡ ଓ ତିସାରା ପେରେରା ୬ ବଲରେ ୬ଟି ଲେଖାଏ ଛକା ମାରିଥିଲେ। କିନ୍ତୁ ଗାଏକ୍ୱାଡ ଗୋଟିଏ ଓଭରରେ ୭ ଛକା ମାରିଛନ୍ତି।

ଋତୁରାଜ ଗାଏକ୍ୱାଡ ମହାରାଷ୍ଟ୍ରର ପ୍ରଥମ ବ୍ୟାଟର ଯିଏ ଲିଷ୍ଟ ଏରେ ଦ୍ୱିଶତକ ହାସଲ କରିଛନ୍ତି। ସେ ଅପରାଜିତ ୨୨୦ ରନର ଇନିଂସ ଖେଳି ଲିଷ୍ଟ ଏରେ ଦ୍ୱିଶତକ ହାସଲ କରିଥିବା ୧୧ତମ ଖେଳାଳି ବନିଛନ୍ତି।


ରୋହିତ ଶର୍ମାଙ୍କ ଗୋଟିଏ ମ୍ୟାଚ୍‌ରେ ୧୬ଟି ଛକା ମାରିବା ରେକର୍ଡର ମଧ୍ୟ ସମକକ୍ଷ ହୋଇଛନ୍ତି ଗାଏକ୍ୱାଡ। ଲିଷ୍ଟ ଏ କ୍ରିକେଟର ଗୋଟିଏ ଓଭରରେ ବ୍ୟାଟରୁ ୪୨ ରନ ବାହାର କରିବାର ବିରଳ ରେକର୍ଡ ମଧ୍ୟ ସେ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe