Ruturaj Gaikwad
ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ରେ ଗର୍ଜିଛି ଋତୁରାଜ ଗାଏକ୍ୱାଡଙ୍କ ବ୍ୟାଟ। ମାତ୍ର ୫୭ ବଲରେ ଅପରାଜିତ ୧୨୩ ରନର ଇନିଂସ ଖେଳିଛନ୍ତି ଗାଏକ୍ୱାଡ। ଏହି ବିସ୍ଫୋରକ ଇନିଂସ ବଳରେ ଭାରତ ତୃତୀୟ ଟି-୨୦ରେ ଅଷ୍ଟ୍ରେଲିଆକୁ ୨୨୩ ରନର ଟାର୍ଗେଟ ଦେଇଛି।
ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୨୨ ରନ କରିଛି। ଗାଏକ୍ୱାଡଙ୍କ ବ୍ୟତୀତ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ୩୯ ଓ ତିଲକ ବର୍ମା ଅପରାଜିତ ୩୧ ରନ କରିଛନ୍ତି। ଈଶାନ କିଶନ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ବେଳେ ଯଶସ୍ୱୀ ଜୈସୱାଲ କେବଳ ୬ ରନ କରିବାକୁ ସକ୍ଷମ ହୋଇଛନ୍ତି।
ଗାଏକ୍ୱାଡ ପ୍ରଥମଥର ପାଇଁ ଟି-୨୦ ଅନ୍ତର୍ଜାତୀୟରେ ଶତକ ହାସଲ କରିଛନ୍ତି। ସେ ଆଜି ପ୍ରଥମ ୨୨ ବଲରେ ୨୨ ରନ କରିଥିଲେ। ଏହାପରେ ସେ ୩୫ ବଲରେ ବିସ୍ଫୋରକ ୧୦୧ ରନ କରି ନିଜ ଜଲୱା ଦେଖାଇଛନ୍ତି। ସେ ଆଜିର ଇନିଂସରେ ୭ଟି ଛକା ଓ ୧୩ଟି ଚୌକା ମାରିଛନ୍ତି।
ଅଷ୍ଟ୍ରେଲିଆ ବିପକ୍ଷ ୫ ଟିକିଆ ଟି-୨୦ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି। ଆଜି ଅଷ୍ଟ୍ରେଲିଆ ମ୍ୟାଚ୍ ଜିତିଲେ ସିରିଜକୁ କମବ୍ୟାକ କରିବ। ନଚେତ ଭାରତ ସିରିଜକୁ ଆଗୁଆ ୩-୦ରେ ଜିତି ନେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1701185339.jpg)