Advertisment

ଏହି ମହିଳା କ୍ରିକେଟରଙ୍କୁ ବାହା ହେବେ ଋତୁରାଜ ଗାଏକ୍ୱାଡ, ଜାଣନ୍ତୁ ସେ କିଏ?

ଋତୁରାଜ ଗାଏକ୍ୱାଡଙ୍କ ଭଳି ଉତ୍କର୍ଷା ମଧ୍ୟ ଜଣେ କ୍ରିକେଟର। ସେ ମହାରାଷ୍ଟ୍ର ମହିଳା କ୍ରିକେଟ ଟିମ ପକ୍ଷରୁ ଏକାଧିକ ମ୍ୟାଚ୍‌ ଖେଳି ସାରିଛନ୍ତି।

ଅଦ୍ୟତନ ହୋଇଛି
CSK

CSK

Advertisment

ଆଇପିଏଲ ଟିମ ଚେନ୍ନାଇ ସୁପର କିଙ୍ଗସର ଓପନର ବ୍ୟାଟର ଋତୁରାଜ ଗାଏକ୍ୱାଡ ବାହା ହେବାକୁ ଯାଉଛନ୍ତି। ସେ ଆସନ୍ତା ୩ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ। ଚେନ୍ନାଇ ଚଳିତ ବର୍ଷ ଆଇପିଏଲ ଟ୍ରଫି ଜିତିବା ପରେ ଗାଏକ୍ୱାଡ ଗୋଟିଏ ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।

Advertisment

ଏହି ଫଟୋରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଗାଏକ୍ୱାଡଙ୍କ ଗର୍ଲଫ୍ରେଣ୍ଡ ରହିଛନ୍ତି। ଗାଏକ୍ୱାଡ ତାଙ୍କୁ ହିଁ ଜୁନ ୩ରେ ବିବାହ କରିବେ। ସେହି ଯୁବତୀ ଜଣଙ୍କ ହେଲେ ଉତ୍କର୍ଷା ପାୱାର। ସେ ବି ଜଣେ କ୍ରିକେଟର।

ଋତୁରାଜ ଗାଏକ୍ୱାଡଙ୍କ ଭଳି ଉତ୍କର୍ଷା ମଧ୍ୟ ଜଣେ କ୍ରିକେଟର। ସେ ମହାରାଷ୍ଟ୍ର ମହିଳା କ୍ରିକେଟ ଟିମ ପକ୍ଷରୁ ଏକାଧିକ ମ୍ୟାଚ୍‌ ଖେଳି ସାରିଛନ୍ତି। ଉତ୍କର୍ଷା ମହାରାଷ୍ଟ୍ର ଅଣ୍ଡର ୧୯ ଟିମ ପାଇଁ ୨୦୧୨-୧୩ ଓ ୨୦୧୭-୧୮ରେ ଖେଳିଥିଲେ।

Advertisment

ମହାରାଷ୍ଟ୍ରର ସିନିୟର ମହିଳା ଟିମ୍‌ରେ ବି ସେ ନଜର ଆସିଥିଲେ। ସେ ଜଣେ ଚମତ୍କାର ଅଲରାଉଣ୍ଡର। ସେ ୧୮ମାସ ତଳେ ମହାରାଷ୍ଟ୍ର ପାଇଁ ଶେଷ ମ୍ୟାଚ୍‌ ଖେଳିଥିଲେ। ଏହାପରେ ତାଙ୍କୁ କ୍ରିକେଟ ମୈଦାନରେ ଦେଖିବାକୁ ମିଳି ନାହିଁ। ବର୍ତ୍ତମାନ ସେ ପୁଣେରେ ଥିବା ଆଇଏନଏଫଏସ୍‌ରେ ପାଠ ପଢ଼ୁଛନ୍ତି।

୧୯୯୮ ମସିହା ଅକ୍ଟୋବର ୧୩ରେ ଜନ୍ମ ଗ୍ରହଣ କରିଥିବା ଉତ୍କର୍ଷା ପିଲା ବେଳେ ପ୍ରଥମେ ଫୁଟବଲ ଓ ବ୍ୟାଡମିଣ୍ଟନ ଖେଳୁଥିଲେ। କିନ୍ତୁ ୧୧ ବର୍ଷ ବୟସରୁ ସେ କ୍ରିକେଟ ପ୍ରତି ଆକୃଷ୍ଟ ହୋଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ମହାରାଷ୍ଟ୍ରର ମହିଳା ଟିମରେ ଜଣେ ଅଲରାଉଣ୍ଡର ଭାବେ ସ୍ଥାନ ପାଇଥିଲେ।

କ୍ରିକେଟ ଖେଳିବା ସମୟରେ ଋତୁରାଜ ଗାଏକ୍ୱାଡଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏବେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଗାଏକ୍ୱାଡ ମଧ୍ୟ ମହାରାଷ୍ଟ୍ର କ୍ରିକେଟ ଟିମର ଖେଳାଳି।

IPL CSK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe