Advertisment

ଏକା ଲଢ଼ିଲେ ଋତୁରାଜ, ଚେନ୍ନାଇ ୧୫୬/୬

ଦୁବାଇ: ଆଇପିଏଲର ୧୪ଶ ସଂସ୍କରଣର ୩୦ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ। ଏହି ମ୍ୟାଚରେ ଋତୁରାଜ ଗାଏକ୍ୱାଡଙ୍କ ଦମଦାର ଇନିଂସ୍ ଓ ଡ୍ୱେନ୍ ବ୍ରାଭୋଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୬ ରନ୍ କରିଛି। ଫଳରେ ମୁମ୍ବାଇକୁ ମ୍ୟାଚ୍ ଜିତିବା ପାଇଁ ୧୫୭ ରନ୍ କରିବାକୁ ପଡ଼ିବ। ଚେନ୍ନାଇ ପକ୍ଷରୁ ଋତୁରାଜ ଅପରାଜିତ ୮୮ (୫୮ ବଲ୍, ୯ ଚୌକା, ୪ ଛକା) […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଏକା ଲଢ଼ିଲେ ଋତୁରାଜ, ଚେନ୍ନାଇ ୧୫୬/୬

csk

ଦୁବାଇ: ଆଇପିଏଲର ୧୪ଶ ସଂସ୍କରଣର ୩୦ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର୍ କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ। ଏହି ମ୍ୟାଚରେ ଋତୁରାଜ ଗାଏକ୍ୱାଡଙ୍କ ଦମଦାର ଇନିଂସ୍ ଓ ଡ୍ୱେନ୍ ବ୍ରାଭୋଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୬ ରନ୍ କରିଛି। ଫଳରେ ମୁମ୍ବାଇକୁ ମ୍ୟାଚ୍ ଜିତିବା ପାଇଁ ୧୫୭ ରନ୍ କରିବାକୁ ପଡ଼ିବ।

Advertisment

ଚେନ୍ନାଇ ପକ୍ଷରୁ ଋତୁରାଜ ଅପରାଜିତ ୮୮ (୫୮ ବଲ୍, ୯ ଚୌକା, ୪ ଛକା) ରନ୍ କରିଥିବା ବେଳେ ଡ୍ୱେନ୍ ବ୍ରାଭୋ ମାତ୍ର ୮ ବଲରେ ୩ ଛକା ସହ ୨୩ ରନ୍ ଏବଂ ରବୀନ୍ଦ୍ର ଜାଡେଜା ୨୬ ରନ୍ କରିଛନ୍ତି। ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, ଆଡାମ ମିଲନେ ଓ ଯଶପ୍ରୀତ ବୁମ୍ରା ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଚେନ୍ନାଇର ଏହି ନିଷ୍ପତ୍ତି ଟିମ୍ ଉପରେ ଭାରୀ ପଡ଼ିଥିଲା। ମୁମ୍ବାଇର ଷ୍ଟ୍ରାଇକ୍ ବୋଲର ଟ୍ରେଣ୍ଟ ବୋଲ୍ଟ ପ୍ରଥମ ଓଭରରେ ଚେନ୍ନାଇକୁ ବଡ଼ ଝଟକା ଦେଇଥିଲେ। ଇନଫର୍ମ ଫାଫ୍ ଡୁପ୍ଲେସିସ୍ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମୋଇନ୍ ଅଲୀ ମଧ୍ୟ ଖାତା ଖୋଲିପାରିନଥିଲେ। ତାଙ୍କୁ ଦ୍ୱିତୀୟ ଓଭରରେ ଆଡାମ୍ ମିଲନେ ଆଉଟ୍ କରିଥିଲେ। ଅମ୍ବାତି ରାୟୁଡୁ ରିଟାୟର୍ଡ ହର୍ଟ ହୋଇଥିଲେ। ସୁରେଶ ରାଇନା (୪) ଚୌକା ମାରି ଆରମ୍ଭ କରିଥିଲେ ହେଁ ବେଶୀ ସମୟ କ୍ରିଜରେ ତିଷ୍ଠିପାରିନଥିଲେ।

Advertisment

https://twitter.com/IPL/status/1439618717277728770?s=20

କ୍ୟାପଟେନ୍ ଧୋନିଙ୍କ ଉପରେ ଟିମ୍ ଆଶାବାଦୀ ଥିବା ବେଳେ ସେ ମଧ୍ୟ ନିରାଶ କରିଥିଲେ। ଧୋନି ବ୍ୟକ୍ତିଗତ ୩ ରନ୍ କରି ମିଲନେଙ୍କ ଶିକାର ହୋଇଥିଲେ। ୨୪ ରନରେ ୪ ୱିକେଟ୍ ହରାଇ ଚେନ୍ନାଇ ବ୍ୟାକଫୁଟକୁ ଚାଲିଆସିଥିଲା। ତେବେ ଏହିଠାରେ ଋତୁରାଜଙ୍କୁ ଭରପୂର ସହଯୋଗ କରିଥିଲେ ରବୀନ୍ଦ୍ର ଜାଡେଜା। ଦୁହେଁ ପଞ୍ଚମ ୱିକେଟ୍ ହରାଇ ୮୧ ରନର ଭାଗିଦାରୀ କରିଥିଲେ। ଋତୁରାଜ ୪୧ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଜାଡେଜା ୨୬ ରନ୍ କରି ଯଶପ୍ରୀତ ବୁମ୍ରାଙ୍କ ବଲରେ ଆଉଟ୍ ହୋଇଥିଲେ।

ଏହା ପରେ ଡ୍ୱେନ୍ ବ୍ରାଭୋ କ୍ରିଜକୁ ଆସିବା ମାତ୍ରକେ ଧୂଆଁଧାର ବ୍ୟାଟିଂ କରିଥିଲେ। ବ୍ରାଭୋ ବୋଲ୍ଟଙ୍କୁ ବ୍ୟାକ୍ ଟୁ ବ୍ୟାକ୍ ଛକା ମାରି ଚେନ୍ନାଇ ରନ୍ ଗତିକୁ ବଢ଼ାଇଥିଲେ। ତେବେ ତାଙ୍କୁ ଆଉଟ୍ କରିଥିଲେ ବୁମ୍ରା। ଋତୁରାଜ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ଚେନ୍ନାଇକୁ ୧୫୬ ରନର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶାର୍ଦ୍ଦୁଲ ଠାକୁର ୧ ରନ କରି ଅପରାଜିତ ଥିଲେ।

IPL 2021