Advertisment

ଲାଇଭ୍‌ ମ୍ୟାଚ୍‌ ବେଳେ ଝଗଡ଼ା, ପଡିଆରେ ମୁହାଁମୁହିଁ ହେଲେ ଶ୍ରୀସନ୍ଥ ଓ ଗମ୍ଭୀର

ଇଣ୍ଡିଆ କ୍ୟାପିଟାଲ୍ସ ଓ ଗୁଜୁରାଟ ଜାଏଣ୍ଟସ ମଧ୍ୟରେ ହୋଇଥିବା ମୁକାବିଲାରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ।

S-sreesanth and Goutam Gambhir

S-sreesanth and Goutam Gambhir

Advertisment

ଲାଇଭ୍‌ ମ୍ୟାଚ୍‌ ବେଳେ ଝଗଡ଼ା। ମୁହାଁମୁହିଁ ହେଲେ ଦୁଇ ପୁରୁଣା ଷ୍ଟାର୍‌ ଭାରତୀୟ କ୍ରିକେଟର୍‌। ଖଚାଖଚ ଭିଡ ଭିତରେ ପଡିଆରେ ଏସ୍‌ ଶ୍ରୀସନ୍ଥ ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହୋଇଛି। ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି।

Advertisment

ଚାଲିଛି ଲିଜେଣ୍ଡସ କ୍ରିକେଟ୍‌ ଲିଗ୍‌। ଏହା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଖେଳାଳୀଙ୍କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ହେଉଛି। ଭାରତର ବିଭିନ୍ନ ସହରରେ ଏହି ଲିଗର ମ୍ୟାଚ୍ ଖେଳାଯାଉଛି। ତେବେ ପୁରୁଣା ଷ୍ଟାର ଖେଳାଳିଙ୍କୁ ପୁଣିଥରେ ପଡିଆରେ ଦେଖିବାକୁ ଦର୍ଶକଙ୍କର ଭିଡ ମଧ୍ୟ ହେଉଛି। ତେବେ ଇଣ୍ଡିଆ କ୍ୟାପିଟାଲ୍ସ ଓ ଗୁଜୁରାଟ ଜାଏଣ୍ଟସ ମଧ୍ୟରେ ହୋଇଥିବା ମୁକାବିଲାରେ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି।

ପୂର୍ବତନ ଭାରତୀୟ ଦ୍ରୁତ ବୋଲର୍‌ ଏସ୍ ଶ୍ରୀସନ୍ଥ ଓ ପୂର୍ବତନ ଭାରତୀୟ ଓପ୍‌ପର ଗୌତମ ଗମ୍ଭୀରଙ୍କ ମଧ୍ୟରେ ଲାଇଭ୍‌ ମ୍ୟାଚ୍‌ ବେଳେ ଝଗଡ଼ା ହୋଇଛି। ମ୍ୟାଚ୍‌ ଅଧାରେ ଉଭୟଙ୍କ ମଧ୍ୟରେ ହୋଇଛି କଥା କଟାକଟି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସିନିୟର ଖେଳାଳୀ ଭାବେ ଗୌତମ ଗମ୍ଭୀର ପଡିଆ ମଝିରେ ଯାହା କହିଲେ ତାହା ଉଚିତ୍ ନଥିଲା ବୋଲି ଏକ ଭିଡିଓ ଶେଆର କରି କହିଛନ୍ତି ଶ୍ରୀସନ୍ଥ।

Advertisment

ଇନ୍‌ଷ୍ଟାଗ୍ରାମ ଲାଇଭ୍‌ ଭିଡିଓରେ ଶ୍ରୀସନ୍ଥ କହିଛନ୍ତି, 'ମିଷ୍ଟର ଫାଇଟର ଓ ମୋ ମଧ୍ୟରେ ଯାହା ହେଲା ତାକୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି । ଗମ୍ଭୀର ସବୁବେଳେ ବିନା କାରଣରେ ନିଜର ସାଥୀ ଖେଳାଳୀଙ୍କ ସହ ଝଗଡା କରୁଛନ୍ତି। ବୀରେନ୍ଦ୍ର ସେହୱାଗ ଓ ଅନ୍ୟ ଖେଳାଳୀଙ୍କ ସହ ମଧ୍ୟ ଏଭଳି ବ୍ୟବହାର କରନ୍ତି । ସିନିୟର ଖେଳାଳୀଙ୍କୁ ସମ୍ମାନ କରନ୍ତିନି। ଆଜି ମଧ୍ୟ ସେଭଳି କିଛି ଘଟିଲା, ବାରମ୍ବାର ପଡିଆରେ ସେ ମୋତେ ଉସକାଉଥିଲେ। ପଡିଆ ଭିତରେ ସେ ମୋ ସହ ବେଶ୍‌ ଅଭଦ୍ରାମୀ କରିଥିଲେ। ମୋର କୌଣସି ଭୁଲ ନଥିଲା। ଗୌତମ ଗମ୍ଭୀର ପଡିଆ ମଧ୍ୟରେ କ'ଣ କରୁଥିଲେ ତାହା ଖୁବଶୀଘ୍ର ସମସ୍ତେ ଜାଣିଯିବେ। ପଡିଆ ଭିତରେ ଲାଇଭ ମ୍ୟାଚରେ ଏଭଳି ଶବ୍ଦ ପ୍ରୟୋଗ କରିବା ଆଦୌ ଗ୍ରହଣୀୟ ନୁହେଁ। ମୋ ପରିବାର, ମୋ ରାଜ୍ୟ ଏପରିକି ମୋତେ ଭଲ ପାଉଥିବା ପ୍ରତିଟି ବ୍ୟକ୍ତି ବହୁତ ସହିଲେଣି। କିନ୍ତୁ ଏବେ ବିନା କାରଣରେ କେହି ମୋତେ ନିଚ୍ଚା ଦେଖାଇବା ଏବଂ ଅପମାନିତ କରିବା ଉଚିତ୍ ନୁହେଁ। ଗୌତମ ଗମ୍ଭୀର ମୋତେ କ'ଣ କହିଲେ ତାହା ମୁଁ ଖୁବଶୀଘ୍ର ଆପଣମାନଙ୍କୁ କହିବି।'

ବିରାଟ କୋହଲିଙ୍କ ସହ ଗମ୍ଭୀରଙ୍କ ଅତୀତରେ ହୋଇଥିବା ବିବାଦ ବିଷୟରେ ମଧ୍ୟ ଶ୍ରୀସନ୍ଥ ବଖାଣିଛନ୍ତି। ଯଦି ଆପଣ ଆପଣଙ୍କର ସହକର୍ମୀଙ୍କୁ ସମ୍ମାନ ନ ଦିଅନ୍ତି ତେବେ ଲୋକ ପ୍ରତିନିଧିତ୍ୱ କରିବାର କ’ଣ ଆବଶ୍ୟକ? ମୁଁ ଅଧିକ ଆଘାତ ଲାଗିଛି। ଗୌତମଙ୍କ ଏଭଳି ଶବ୍ଦ ପ୍ରୟୋଗ ଯୋଗୁ ମୋ ପରିବାର ଓ ପ୍ରିୟଜନଙ୍କୁ ମଧ୍ୟ ଆଘାତ ଦେଇଛି। ମୁଁ ଗୋଟିଏ ବି ଖରାପ ଶବ୍ଦ କିମ୍ବା ଅପମାନଜନକ ଶବ୍ଦ ବ୍ୟବହାର କରି ନାହିଁ ବୋଲି ଶ୍ରୀସନ୍ଥ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଲିଜେଣ୍ଡସ୍‌ ଲିଗ୍‌-୨୦୨୩ରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ଗୁଜୁରାଟ ଜାଏଣ୍ଟସ ମଧ୍ୟରେ ହୋଇଥିବା ମୁକାବିଲାର ଦ୍ୱିତୀୟ ଓଭର୍‌ରେ ହିଁ ଶ୍ରୀସନ୍ଥ ଓ ଗମ୍ଭୀରଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଝଗଡ଼ା। ଗମ୍ଭୀର ଶ୍ରୀସନ୍ତଙ୍କ ପ୍ରଥମ ବଲରେ ଛକା ମାରିଥିବା ବେଳେ ଦ୍ୱିତୀୟ ବଲରେ ଚୌକା ମାରିଥିଲେ। ଚତୁର୍ଥ ବଲ ପରେ ଶ୍ରୀସନ୍ଥ ଏବଂ ଗମ୍ଭୀରଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଯାଇଥିଲା। ଅମ୍ପାୟାରମାନେ ହସ୍ତକ୍ଷେପ କରିବା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ଲାଗିଥିବା ଝଗଡ଼ା ଥମିନଥିଲା।

Cricket S Sreesanth Legends League 2023 Goutam Gambhir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe