Advertisment

ଟି-୨୦ ବିଶ୍ୱକପ୍‌ ଫାଇନାଲରେ ଦକ୍ଷିଣ ଆଫ୍ରିକା

ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଭାରତ-ଇଂଲଣ୍ଡ ମଧ୍ୟରେ ଟକ୍କର ହେବ।

author-image
Madhupriya Mistry
ଅଦ୍ୟତନ ହୋଇଛି
South Africa Player

South Africa Player

ଟି-୨- ବିଶ୍ୱକପ୍‌ରେ ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା। ଫାଇନାଲରେ କଲା ଏଣ୍ଟ୍ରି। ଆଉ ସେପଟେ ଧୂଳିସାତ୍‌ ଆଫଗାନିସ୍ତାନର ଫାଇନାଲ୍‌ ଆଶା। ସେମି-ଫାଇନାଲ୍ ମୁକାବିଲାରେ ଆଫଗାନିସ୍ତାନକୁ ୯ ଓ୍ୱିକେଟ୍‌ରେ ହରାଇଛି ଦକ୍ଷିଣ ଆଫ୍ରିକା। ଏହାସହ ରାଶିଦ ବାହିନୀର ବିଶ୍ୱକପ୍‌ ଅଭିଯାନ ଶେଷ ହୋଇଛି।

Advertisment

୫୭ ରନ୍‌ର ସହଜ ଟାର୍ଗେଟକୁ ୮.୫ ଓଭରରେ ହାସଲ କରିଛି ଦକ୍ଷିଣ ଆଫ୍ରିକା। ପ୍ରଥମେ ବ୍ୟାଟିଂ କରି ୧୧.୫ ଓଭରରେ ଆଫଗାନିସ୍ତାନ ୫୬ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହାପରେ ୫୭ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ୮.୫ ଓଭରରେ ଗୋଟିଏ ୱିକେଟ ହରାଇ ୬୦ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ୟୁଣ୍ଟନ ଡି କକ୍ ୫ ରନ୍ କରିଥିବାବେଳେ ରେଜା ହେଣ୍ଡ୍ରିକ୍ ଅପରାଜିତ ୨୯ ରନ୍ ଏବଂ ଅଧିନାୟକ ଆଡେନ ମାକ୍ରମ ଅପରାଜିତ ୨୩ ରନ୍ କରିଥିଲେ।

ମ୍ୟାଚ୍‌ରେ ଟସ୍ ଜିତିବା ପରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ଭୁଲ ପ୍ରମାଣିତ ହୋଇଥିଲା। ଦକ୍ଷିଣ ଆଫ୍ରିକାର ବିପଜ୍ଜନକ ବୋଲିଂ ସାମ୍ନାରେ ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନମାନେ କ୍ରିଜରେ ଅଧିକ ସମୟ ରହିପାରି ନ ଥିଲେ।

Advertisment

ପାୱାର ପ୍ଲେରେ ଆଫଗାନିସ୍ତାନ ୫ ୱିକେଟ୍ ହରାଇଥିଲା। ଯାହା ପରେ ଟି-୨୦ ବିଶ୍ୱକପ ଇତିହାସରେ ଆଫଗାନିସ୍ତାନ ନାମରେ ଏକ ଲଜ୍ଜାଜନକ ରେକର୍ଡ ରୁଜୁ ହୋଇଛି। ଆଫଗାନିସ୍ତାନର ୧୦ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କରେ ମଧ୍ୟ ପହଞ୍ଚିପାରି ନାହାନ୍ତି।

ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍‌ରେ ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଟକ୍କର ହେବ। ସନ୍ଧ୍ୟାରେ ଏହି ମ୍ୟାଚ୍‌ ଖେଳାଯିବ।

ICC Mens T20 World Cup SA Vs AFG