Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଶାମି ବାଦ୍, ଦିନିକିଆ ଖେଳିବେନି ଚହର

ଶାମି ପ୍ରଥମ ଦୁଇ ଟେଷ୍ଟ ମ୍ୟାଚରୁ ବାଦ୍ ପଡିଥିବା ବେଳେ ଚହର ଦିନିକିଆ ମ୍ୟାଚ୍ ଖେଳିବେନି।

ଅଦ୍ୟତନ ହୋଇଛି
Mohammad Shami & Deepak Chahar

Mohammad Shami & Deepak Chahar

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା। ଦ୍ରୁତ ବୋଲର ଦୀପକ ଚହର ଦିନିକିଆ ସିରିଜରୁ ନିଜ ନାମ ପ୍ରତ୍ୟାହାର କରି ନେଇଥିବା ବେଳେ ମହମ୍ମଦ ଶାମି ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି। ପରିବାରରେ ମେଡିକାଲ ଏମର୍ଜେନ୍ସି ଥିବା ଦର୍ଶାଇ ଚହର ଦିନିକିଆ ସିରିଜରୁ ନିଜ ନାମ ପ୍ରତ୍ୟାହାର କରି ନେଇଛନ୍ତି। ଏନେଇ ବିସିସିଆଇ ସୂଚନା ଦେଇଛି। ବୋର୍ଡ କହିଛି ଯେ, ଦୀପକଙ୍କ ସ୍ଥାନରେ ଦ୍ରୁତ ବୋଲର ଆକାଶ ଦୀପଙ୍କୁ ଦଳରେ ସାମିଲ୍ କରାଯାଇଛି। 

Advertisment

ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ମଧ୍ୟ ଫାଷ୍ଟ ବୋଲର୍ ମହମ୍ମଦ ଶାମି ବାଦ୍ ପଡିଛନ୍ତି। ଅସୁସ୍ଥତା କାରଣରୁ ସେ ଦୁଇଟି ଟେଷ୍ଟ ସିରିଜ୍ ଖେଳିବେ ନାହିଁ ବୋଲି ବୋର୍ଡ କହିଛି। ବିସିସିଆଇ କହିବା ଅନୁସାରେ, ଟେଷ୍ଟ ସିରିଜରେ ଶାମିଙ୍କ ଅଂଶଗ୍ରହଣ ତାଙ୍କ ଫିଟନେସ ଉପରେ ନିର୍ଭର କରୁଥିଲା। ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ବୋର୍ଡର ମେଡିକାଲ ଟିମ୍ କହିଛନ୍ତି। ଏଥିପାଇଁ ତାଙ୍କୁ ଦୁଇଟି ଟେଷ୍ଟ ମ୍ୟାଚରୁ ବାଦ୍ ଦିଆଯାଇଛି।

ତେବେ ଶାମିଙ୍କ ସ୍ଥାନରେ କେଉଁ ଖେଳାଳି ଟେଷ୍ଟ ସିରିଜରେ ସାମିଲ୍ ହେବେ ତାଙ୍କ ନାମ ଘୋଷଣା କରିନି ବିସିସିଆଇ। ସେପଟେ ଶ୍ରେୟସ ଆୟର ମଧ୍ୟ ଶେଷ ଦୁଇ ଦିନିକିଆ ମ୍ୟାଚ୍ ଖେଳିବେନି। ବିସିସିଆଇ କହିଛି ଯେ, ଶ୍ରେୟସ ଡିସେମ୍ବର 17ରେ ଜୋହାନ୍ସବର୍ଗରେ ହେବାକୁ ଥିବା ପ୍ରଥମ ଦିନିକିଆ ଖେଳିବା ପରେ ଟେଷ୍ଟ ଦଳରେ ଯୋଗଦେବେ। ସେ ଶେଷ ଦୁଇ ଦିନିକିଆ ଖେଳିବେନି।

Advertisment

ଭାରତର ଦିନିକିଆ ଦଳ: ଋତୁରାଜ ଗାଏକ୍ୱାଡ, ସାଇ ସୁଦର୍ଶନ, ତିଲକ ବର୍ମା, ରଜତ ପଟିଦାର, ରିଙ୍କୁ ସିଂହ, ଶ୍ରେୟାସ ଆୟର (କେବଳ ପ୍ରଥମ ଦିନିକିଆ ଖେଳିବେ), କେ.ଏଲ୍ ରାହୁଲ (ଅଧିନାୟକ / ୱିକେଟ୍ କିପର), ସଞ୍ଜୁ ସାମସନ (ୱିକେଟ୍ କିପର), ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, କୁଳଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ମୁକେଶ କୁମାର, ଆବେଶ ଖାନ, ଅର୍ଶଦୀପ ସିଂହ, ଆକାଶ ଦୀପ।

Mohammed Shami Deepak Chahar SA Vs IND SA Vs IND ODIs
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe