Advertisment

ବକ୍ସିଂ ଡେ ଟେଷ୍ଟ: ରୋହିତଙ୍କୁ ସଅଳ ହରାଇଲା ଭାରତ

ଅଧିନାୟକ ରୋହିତ ଶର୍ମା ମାତ୍ର ୫ ରନ କରି ଆଉଟ ହୋଇଛନ୍ତି।

Rohit

Rohit

Advertisment

ଆଜି ଠାରୁ ସେଞ୍ଚୁରିଅନରେ ଭାରିତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ୨ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌। ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ବକ୍ସିଂ ଡେ’ ଟେଷ୍ଟରେ ଭାରତ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଛି। ତେବେ ଦଳକୁ ଆରମ୍ଭରୁ ହିଁ ଝଟକା ଲାଗିଛି।

Advertisment

ଅଧିନାୟକ ରୋହିତ ଶର୍ମା ମାତ୍ର ୫ ରନ କରି ଆଉଟ ହୋଇଛନ୍ତି। କାଗିସୋ ରବାଡାଙ୍କ ଶଟ ବଲକୁ ପୁଲ ମାରିବାକୁ ଚେଷ୍ଟା କରି ସେ ଫାଇନ ଲେଗ ଅଞ୍ଚଳରେ ଆଉଟ ହୋଇଛନ୍ତି।

ତାଙ୍କ ସହ ଇନିଂସ ଆରମ୍ଭ କରିଥିବା ଯଶସ୍ୱୀ ଜୈସୱାଲଙ୍କୁ ସାଥ ଦେବାକୁ ଏବେ ଶୁବମନ ଗିଲ ଆସିଛନ୍ତି। ଉଭୟ ଏବେ ସତର୍କତାର ସହ ଭାରତର ଇନିଂସକୁ ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି। କାରଣ ସେଞ୍ଚୁରିଅନ ପିଚ୍‌ ଏବେ ପେସ୍‌ ବୋଲିଂକୁ ବେଶ ସୁହାଉଛି। ରିପୋର୍ଟ ଲେଖା ହେବା ବେଳକୁ ଭାରତ ଗୋଟିଏ ୱିକେଟ ହରାଇ ୧୭ ରନ କରିଛି। 

Advertisment

ଅନ୍ୟପକ୍ଷରେ ଆଜି ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଛନ୍ତି ପ୍ରସିଦ୍ଧ କ୍ରିଷ୍ଣା। ତାଙ୍କ ସହ ପେସ ବୋଲିଂର କମାଣ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ସମ୍ଭାଳିବେ। ଅଲରାଉଣ୍ଡରେ ଭାବେ ଶାର୍ଦ୍ଦୁଲ ଠାକୁର ଦଳରେ ରହିଛନ୍ତି। ରବୀନ୍ଦ୍ର ଜାଡେଜା ଆଜିର ମ୍ୟାଚ୍‌ ଖେଳୁ ନାହାନ୍ତି।

ଚୂଡ଼ାନ୍ତ ଏକାଦଶରେ ଏକମାତ୍ର ସ୍ପିନର ଭାବେ ରବିଚନ୍ଦ୍ର ଅଶ୍ୱିନ ରହିଛନ୍ତି। କେଏଲ ରାହୁଲ ୱିକେଟ କିପିଂ କରିବେ। ଏମାନଙ୍କ ବ୍ୟତୀତ ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ଉପରେ ମଧ୍ୟକ୍ରମର ଦାୟିତ୍ୱ ରହିଛି।

India Vs South Africa Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe