Advertisment

ଟି-୨୦ ମହିଳା ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ଏକତରଫା ବିଜୟ

ୱେଷ୍ଟଇଣ୍ଡିଜ ପକ୍ଷରୁ ଏସ୍‌ ଟେଲର ଅପରାଜିତ ୪୪ ରନର ଇନିଂସ ଖେଳିଥିଲେ ହେଁ ଆଉ କେହି ତାଙ୍କ ସାଥ ଦେଇ ନଥିଲେ। ଶେଷ ପୂରା ଟିମ ୬ ୱିକେଟ ହରାଇ ୧୧୮ ରନରେ ଅଟକି ଯାଇଥିଲା।

Mlaba

Mlaba

Advertisment

ବାଂଲାଦେଶ ପରିବର୍ତ୍ତେ ୟୁଏଇରେ ଆରମ୍ଭ ହୋଇଥିବା ଟି-୨୦ ମହିଳା ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଏକତରଫା ବିଜୟ ହାସଲ କରିଛି। ଗ୍ରୁପ ବି’ରେ ଥିବା ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୧୦ ୱିକେଟ ହରାଇ ଦେଇଛି। ଏଥିସହ ବିଜୟରୁ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।

Advertisment

ଟସ୍‌ ହାରି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକା ମାତ୍ର ୧୧୮ ରନରେ ୱେଷ୍ଟଇଣ୍ଡିଜକୁ ଅଟକାଇ ଦେଇଥିଲା। ଦଳ ପକ୍ଷରୁ ଏନ ମ୍ଲାବା ୨୯ ରନ ଦେଇ ୪ ୱିକେଟ ଦଖଲ କରିଥିଲେ। ଏହି ମ୍ୟାଚ୍‌ ବିଜୟୀ ଇନିଂସ ପାଇଁ ତାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଛି। 

ୱେଷ୍ଟଇଣ୍ଡିଜ ପକ୍ଷରୁ ଏସ୍‌ ଟେଲର ଅପରାଜିତ ୪୪ ରନର ଇନିଂସ ଖେଳିଥିଲେ ହେଁ ଆଉ କେହି ତାଙ୍କ ସାଥ ଦେଇ ନଥିଲେ। ଶେଷ ପୂରା ଟିମ ୬ ୱିକେଟ ହରାଇ ୧୧୮ ରନରେ ଅଟକି ଯାଇଥିଲା।

Advertisment

୧୧୯ ରନ ବିଜୟ ଲକ୍ଷ୍ୟକୁ ଅଧିନାୟକ ଲାଉରା ୱଲଭାରଡଟ୍‌ ଓ ଅନ୍ୟତମ ଓପନର ତାଜମିନ ବ୍ରିଟ୍ସ ବେଶ ସହଜରେ ହାସଲ କରି ନେଇଥିଲା। ଲାଉରା ୫୫ ବଲରେ ୫୯ ଓ ତାଜମିନ ୫୨ ବଲରେ ୫୭ ରନର ଇନିଂସ ଖେଳି ଦଳକୁ ବିନା କୌଣସି କ୍ଷତି ଘଟାଇ ୧୩ ବଲ ପୂର୍ବରୁ ବିଜୟ ଭେଟି ଦେଇଥିଲେ।

ଏହି ଯୋଡ଼ିକୁ ଭାଙ୍ଗିବା ପାଇଁ ଇଣ୍ଡିଜ ଦଳର ଅଧିନାୟକ ହେଲୀ ମାଥ୍ୟୁସ ବାରମ୍ବାର ବୋଲିଂ ଏଣ୍ଡରେ ପରିବର୍ତ୍ତନ କରିଥିଲେ ହେଁ କିଛି ବି ଲାଭ ମିଳି ନଥିଲା। ଲାଉରା ତାଙ୍କ ୫୯ ରନର ଇନିଂସରେ ୭ଟି ଓ ତାଜମିନ ୫୭ ରନର ଇନିଂସରେ ୬ଟି ଚୌକା ମାରିଛନ୍ତି।

T 20 World Cup Womens T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe