Advertisment

କଥା ରଖିଲେ ସଚିନ, ଆମୀରଙ୍କୁ ଭେଟିଲେ

ଆମୀର କ୍ରିକେଟ ଖେଳୁଥିବାର ଏକ ଭିଡିଓ ସୋଶାଲ ମିଡିଆରେ ଦେଖିବା ପରେ ଏହା ଉପରେ କମେଣ୍ଟ ଦେଇ ସଚିନ ଲେଖିଥିଲେ ଯେ ଦିନେ ନା ଦିନେ ସେ ଜମ୍ମୁ ଓ କଶ୍ମୀରର ପାରା କ୍ରିକେଟ୍ ଟିମ୍‌ର ଅଧିନାୟକଙ୍କୁ ଭେଟିବେ।

ଅଦ୍ୟତନ ହୋଇଛି
Sachin and Amir

Sachin and Amir

Advertisment

କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ କଥା ରଖିଛନ୍ତି। ଜମ୍ମୁ ଓ କଶ୍ମୀର ଗସ୍ତରେ ଥିବା ସଚିନ ପାରା କ୍ରିକେଟର ଆମୀର ହୁସୈନ ଲୋନ୍‌ଙ୍କୁ ଭେଟିଛନ୍ତି। ଆମୀର ଜମ୍ମୁ ଓ କଶ୍ମୀର ପାରା କ୍ରିକେଟ ଟିମ୍‌ର ଅଧିନାୟକ ଅଛନ୍ତି।

Advertisment

ସଚିନ ତାଙ୍କ ହୋଟେଲ୍ ରୁମ୍‌କୁ ଆମୀର ହୁସୈନ ଲୋନ୍‌ଙ୍କୁ ନିମନ୍ତ୍ରଣ କରିଥିଲେ। ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ସଚିନ ଏକ ବ୍ୟାଟରେ ସ୍ୱାକ୍ଷର କରି ଆମୀରଙ୍କୁ ଉପହାରରେ ଦେଇଥିଲେ।

ଆମୀରଙ୍କୁ ଭେଟିବା ବେଳର ଏକ ଭିଡିଓ ସଚିନ ତାଙ୍କ X ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ ଆମୀର ହେଉଛନ୍ତି ପ୍ରକୃତ ହିରୋ। ଏମିତି ଆମକୁ ଉତ୍ସାହିତ କରୁଥାଅ। ତାଙ୍କୁ ଭେଟି ବହୁତ ଭଲ ଲାଗିଲା।

Advertisment

ଆଲୋଚନା ବେଳେ ସଚିନ ତାଙ୍କ ପ୍ରେରଣା ବୋଲି କହିଥିଲେ ଆମୀର। ସଚିନ ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଇଥିଲେ। ଆମୀର ମଧ୍ୟ ସମସ୍ତଙ୍କ ପ୍ରେରଣାର ଉତ୍ସ ବୋଲି କହିଥିଲେ ସଚିନ। ସେ ଯାହା କରିଛନ୍ତି ତାହା ଅନ୍ୟ କେହି କରିପାରିବେ ନାହିଁ ବୋଲି ସଚିନ କହିଥିଲେ। ଏହା ଶୁଣି ଆମୀର ଭାବବିହ୍ୱଳ ହୋଇଯାଇଥିଲେ। ଆମୀରଙ୍କ ସହିତ ତାଙ୍କ ପରିବାରର ସଦସ୍ୟଙ୍କୁ ଭେଟିଥିଲେ ସଚିନ। ସେମାନଙ୍କ ସହିତ ସେ ଫଟୋ ମଧ୍ୟ ଉଠାଇଥିଲେ।

ପୂର୍ବରୁ ଆମୀର କ୍ରିକେଟ ଖେଳୁଥିବାର ଏକ ଭିଡିଓ ସୋଶାଲ ମିଡିଆରେ ଦେଖିବା ପରେ ଏହା ଉପରେ କମେଣ୍ଟ ଦେଇ ସଚିନ ଲେଖିଥିଲେ ଯେ ଦିନେ ନା ଦିନେ ସେ ଜମ୍ମୁ ଓ କଶ୍ମୀରର ପାରା କ୍ରିକେଟ୍ ଟିମ୍‌ର ଅଧିନାୟକଙ୍କୁ ଭେଟିବେ।

୮ ବର୍ଷର ହୋଇଥିବା ବେଳେ ଆମୀରଙ୍କ ଜୀବନରେ ଆସିଥିଲା ଝଡ଼। ତାଙ୍କ ବାପାଙ୍କ ମିଲ୍‌ରେ ଘଟିଥିବା ଏକ ଦୁର୍ଘଟଣାରେ ସେ ଦୁଇଟି ଯାକ ହାତ ହରାଇଥିଲେ। ହେଲେ ସେ ହତାଶ ହୋଇନଥିଲେ। ସମସ୍ତ ପ୍ରକାର ପ୍ରତିକୂଳ ସ୍ଥିତି ସତ୍ତ୍ୱେ ସେ ଜଣେ ପ୍ରଫେସନାଲ କ୍ରିକେଟର ହୋଇପାରିଛନ୍ତି। ୨୦୧୩ରୁ ସେ ତାଙ୍କ ମଧ୍ୟରେ ରହିଥିବା ଅସାଧାରଣ କ୍ରିକେଟ ପ୍ରତିଭାକୁ ଦେଖାଇ ଚାଲିଛନ୍ତି।

Sachin Tendulkar Amir Hussain Lone
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe