Advertisment

ବିରାଟ ରେକର୍ଡ ଭାଙ୍ଗିବା ପରେ ଏମିତି କିଛି କହିଲେ ସଚିନ ତେନ୍ଦୁଲକର

ବିରାଟ ଶତକ ହାସଲ କରିବା ପରେ ହେଲମେଟ ଖୋଲି ସଚିନଙ୍କ ଆଗରେ ମୁଣ୍ଡ ନୁଆଁ ଥିଲେ। ସଚିନ ମଧ୍ୟ ତାଳି ମାରି ବିରାଟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିରାଟ ଆଜି ୧୧୭ ରନର ଇନିଂସ ଖେଳିଛନ୍ତି। ଏଥିରେ ୯ଟି ଚୌକା ଓ ୨ଟି ଛକା ରହିଛି।

author-image
Hemant Lenka
sachin

sachin

କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସର୍ବକାଳୀନ ଶତକ ରେକର୍ଡ ଆଜି ବିରାଟ କୋହଲି ଭାଙ୍ଗିବାକୁ ସକ୍ଷମ ହୋଇଛନ୍ତି। ସେ ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଉଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚ୍‌ରେ ୫୦ତମ ଶତକ ହାସଲ କରିଛନ୍ତି। ବିରାଟଙ୍କ ଐତିହାସିକ ଶତକ ବେଳେ ସଚିନ ମଧ୍ୟ ୱାଙ୍ଖେଡେ ଷ୍ଟାଣ୍ଡରେ ଉପସ୍ଥିତ ରହିଥିଲେ।

Advertisment

ବିରାଟ ଶତକ ହାସଲ କରିବା ପରେ ହେଲମେଟ ଖୋଲି ସଚିନଙ୍କ ଆଗରେ ମୁଣ୍ଡ ନୁଆଁ ଥିଲେ। ସଚିନ ମଧ୍ୟ ତାଳି ମାରି ବିରାଟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିରାଟ ଆଜି ୧୧୭ ରନର ଇନିଂସ ଖେଳିଛନ୍ତି। ଏଥିରେ ୯ଟି ଚୌକା ଓ ୨ଟି ଛକା ରହିଛି।

ତେବେ ବିରାଟଙ୍କ ୫୦ତମ ଶତକ ପରେ ବଡ଼ ବୟାନ ଦେଇଛନ୍ତି ସଚିନ। ସେ କହିଛନ୍ତି ଯେ ତାଙ୍କ ରେକର୍ଡ ଜଣେ ଭାରତୀୟ ଭାଙ୍ଗିଥିବାରୁ ସେ ବହୁତ ଖୁସି। ଏଥିସହ ବିଶ୍ୱକପର ଗୋଟିଏ ବଡ଼ ମ୍ୟାଚ୍‌ରେ ଏପରି ଶତକ ଆସିଥିବାରୁ ଏହା ଆହୁରି ସ୍ୱତନ୍ତ୍ର ବୋଲି ସଚିନ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।

Advertisment

ଏଥିସହ ଡ୍ରେସିଂ ରୁମରେ ସେ ପ୍ରଥମଥର ବିରାଟଙ୍କୁ ଦେଖିବା ବେଳେ କେମିତି ସମସ୍ତଙ୍କ ସମ୍ମୁଖରେ ସେ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ, ସେକଥା ମଧ୍ୟ ସଚିନ କହିଛନ୍ତି।

Virat Kohli Sachin Tendulkar