/odisha-reporter/media/post_attachments/uploads/2022/03/sachin-and-warne.jpg)
sachin-and-warne
ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର୍ ଶେନ୍ ୱାର୍ଣ୍ଣଙ୍କ ପରଲୋକ କ୍ରିକେଟ୍ ଜଗତକୁ ବଡ଼ ଆଘାତ ଦେଇଛି। ୱାର୍ଣ୍ଣଙ୍କ ଦେହାନ୍ତ ପରେ ପ୍ରତିକ୍ରିୟା ଦେଇଛନ୍ତି ଭାରତର ମହାନ୍ କ୍ରିକେଟର୍ ସଚିନ୍ ତେନ୍ଦୁଲକର। ୱାର୍ଣ୍ଣ ଓ ସଚିନଙ୍କ ସମ୍ପର୍କକୁ ପ୍ରତିଟି କ୍ରିକେଟ୍ ଫ୍ୟାନ୍ ଅଙ୍ଗେ ନିଭାଇଛନ୍ତି। ୱାର୍ଣ୍ଣଙ୍କ ଦେହାନ୍ତରେ ସଚିନ୍ ଭାଙ୍ଗି ପଡ଼ିଛନ୍ତି।
ସଚିନ୍ ଟ୍ୱିଟ୍ କରି ଲେଖିଛନ୍ତି, ଆପଣଙ୍କ ଅନୁପସ୍ଥିତି ସର୍ବଦା ଅନୁଭୂତ ହେବ। ପଡ଼ିଆ ଭିତରେ କିମ୍ବା ବାହାରେ ଆପଣଙ୍କ ସହ କୌଣସି ବୋରିଂ ମୁହୂର୍ତ୍ତ ନଥିଲା। ପଡ଼ିଆ ଭିତରେ ଆମର ପ୍ରତିଦ୍ୱନ୍ଦ୍ୱିତା ଓ ବାହାରେ ହସଖୁସିକୁ ସର୍ବଦା ମନେ ପକାଇବି। ଆପଣଙ୍କ ହୃଦୟରେ ଭାରତର ଏକ ସ୍ୱତନ୍ତ୍ର ସ୍ଥାନ ଥିଲା ଏବଂ ଭାରତୀୟଙ୍କ ହୃଦୟରେ ମଧ୍ୟ ଆପଣଙ୍କ ପାଇଁ ବିଶେଷ ସ୍ଥାନ ଥିଲା। ବହୁଲ ଜଲଦି ଚାଲିଗଲ।
https://twitter.com/sachin_rt/status/1499766592413962243?s=20&t=12ufsoaufEkEnvjlJlUNlw
ସୂଚନାଯୋଗ୍ୟ, ୱାର୍ଣ୍ଣ ଦୁନିଆର ମହାନ୍ ସ୍ପିନର୍। ସେ ନିଜ କ୍ୟାରିୟରରେ ୧୦୦୦ରୁ ଅଧିକ ୱିକେଟ୍ ନେଇଛନ୍ତି। ୯୦ ଦଶକରେ ସଚିନ ଓ ୱାର୍ଣ୍ଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦର୍ଶକଙ୍କୁ ଖୁବ୍ ପସନ୍ଦ ଥିଲା। ବିଶେଷକରି ୧୯୯୮ରେ ଶାରଜାରେ ଖେଳାଯାଇଥିବା ଦିନିକିଆ ସିରିଜରେ ସଚିନଙ୍କ ଧୂଆଁଧାର ବ୍ୟାଟିଂ ଆଜି ବି ଫ୍ୟାନ୍ ଭୁଲିନାହାନ୍ତି। ଶାରଜାରେ ସଚିନ୍ ଆଗକୁ ଚଢ଼ି ୱାର୍ଣ୍ଣଙ୍କୁ ଛକା ମାରୁଥିଲେ। ସେହି ମୁହୂର୍ତ୍ତକୁ ୱାର୍ଣ୍ଣ କେବେବି ଭୁଲିପାରିନଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
