Advertisment

କରୋନାରୁ ସୁସ୍ଥ ହେବା ପରେ ଜନ୍ମଦିନରେ ଆସିଲା ସଚିନଙ୍କ ପ୍ରଥମ ଭିଡିଓ

ମୁମ୍ବାଇ: ମହାନ୍ କ୍ରିକେଟର୍ ସଚିନ୍ ତେନ୍ଦୁଲକର ଆଜି ନିଜର ୪୮ତମ ଜନ୍ମଦିବସ ମନାଉଛନ୍ତି। କ୍ରୀଡ଼ା ଜଗତ ଠାରୁ ଆରମ୍ଭ କରି ସିନେମା ଦୁନିଆର ଲୋକେ ସଚିନଙ୍କୁ ଜନ୍ମଦିନର ବଧେଇ ଜଣାଇଛନ୍ତି। ଏହାରି ଭିତରେ ସଚିନ୍ ଭିଡିଓ ଜାରି କରି ସମସ୍ତଙ୍କୁ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି। ସଚିନ୍ ସୋଶାଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ନିଜ ଫ୍ୟାନ୍ ଓ ସମସ୍ତ ଶୁଭାକାଂକ୍ଷୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଚିନ୍ କହିଛନ୍ତି, ଜନ୍ମଦିନର ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଏହା ବାସ୍ତବରେ […]

author-image
Ranjit Kumar Jena
କରୋନାରୁ ସୁସ୍ଥ ହେବା ପରେ ଜନ୍ମଦିନରେ ଆସିଲା ସଚିନଙ୍କ ପ୍ରଥମ ଭିଡିଓ

sachin

ମୁମ୍ବାଇ: ମହାନ୍ କ୍ରିକେଟର୍ ସଚିନ୍ ତେନ୍ଦୁଲକର ଆଜି ନିଜର ୪୮ତମ ଜନ୍ମଦିବସ ମନାଉଛନ୍ତି। କ୍ରୀଡ଼ା ଜଗତ ଠାରୁ ଆରମ୍ଭ କରି ସିନେମା ଦୁନିଆର ଲୋକେ ସଚିନଙ୍କୁ ଜନ୍ମଦିନର ବଧେଇ ଜଣାଇଛନ୍ତି। ଏହାରି ଭିତରେ ସଚିନ୍ ଭିଡିଓ ଜାରି କରି ସମସ୍ତଙ୍କୁ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି। ସଚିନ୍ ସୋଶାଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ନିଜ ଫ୍ୟାନ୍ ଓ ସମସ୍ତ ଶୁଭାକାଂକ୍ଷୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

ସଚିନ୍ କହିଛନ୍ତି, ଜନ୍ମଦିନର ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଏହା ବାସ୍ତବରେ ଆଜି ଦିନଟିକୁ ସାକାର କରିଦେଇଛି। ଗତ ମାସେ ହେଲା ମୋ ପାଇଁ ବହୁତ କଠିନ ରହିଆସିଛି। ମୁଁ କରୋନା ଭାଇରସରେ ସଂକ୍ରମିତ ହୋଇଥଲି ଏବଂ ୨୧ ଦିନ ପର୍ଯ୍ୟନ୍ତ ମୋତେ ଆଇସୋଲେଟ୍ ହେବାକୁ ପଡ଼ିଥିଲା।

ସଚିନ୍ ଆହୁରି କହିଛନ୍ତି, ଆପଣ ସମସ୍ତଙ୍କର ପ୍ରାର୍ଥନା ଓ ଶୁଭକାମନା, ମୋ ପରିବାର ଓ ସାଙ୍ଗସାଥୀଙ୍କର ପ୍ରାର୍ଥନା ଏବଂ ଶୁଭକାମନା ସହ ସମସ୍ତ ଚିକିତ୍ସକ ଓ ସେମାନଙ୍କର ସହକର୍ମୀ ମୋତେ ସକାରାତ୍ମକ କରିଛନ୍ତି, ଯାହାଦ୍ୱାରା ମୋତେ ଏହି ମହାମାରୀରୁ ସୁସ୍ଥ ହେବାରେ ସହାୟକ ହୋଇଛି। ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।

Advertisment

https://twitter.com/sachin_rt/status/1385862342609625089?s=20

ସଚିନ୍ ମଧ୍ୟ ସମସ୍ତଙ୍କୁ ପ୍ଲାଜମା ଦାନ କରିବାକୁ ଆବେଦନ କରିଛନ୍ତି। ସଚିନ୍ କହିଛନ୍ତି, ଯଦି ପ୍ଲାଜମା ସଠିକ୍ ସମୟରେ ଦିଆଯାଏ, ତାହେଲେ କରୋନା ରୋଗୀ ଶୀଘ୍ର ସୁସ୍ଥ ହୋଇପାରିବେ। ଡାକ୍ତର ଯେବେ ମୋତେ ଅନୁମତି ଦେବେ, ମୁଁ ମଧ୍ୟ ପ୍ଲାଜମା ଦାନ କରିଛି। ଯେଉଁମାନେ କରୋନାରୁ ସୁସ୍ଥ ହୋଇସାରିଛନ୍ତି, ସେମାନେ ଡାକ୍ତରଙ୍କ ସହ କଥା ହୋଇ ପ୍ଲାଜମା ଦାନ କରନ୍ତୁ। ଏହାଦ୍ୱାରା ଅନେକ ସମସ୍ୟାର ସମାଧାନ ହୋଇପାରିବ। ଆମେ ଜାଣିଛୁ ଯେ ଯେପର୍ଯ୍ୟନ୍ତ ଅଆମେ ଅସୁସ୍ଥ ରହୁ, ସେପର୍ଯ୍ୟନ୍ତ ଆମ ପରିବାର, ସାଙ୍ଗସାଥୀଙ୍କୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୭ ତାରିଖରେ ସଚିନ୍ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ଏପ୍ରିଲ୍ ୨ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପାଖାପାଖି ସପ୍ତାହେ ପରେ ସଚିନ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ।

ସଚିନ୍ ୨୪ ବର୍ଷ (୧୯୮୯-୨୦୧୩) ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି। ଟେଷ୍ଟ ଓ ଦିନିକିଆରେ ସଚିନଙ୍କ ନାମରେ ଅନେକ ରେକର୍ଡ ରହିଛି। ସେ ୬୬୪ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୪,୩୫୭ ରନ୍ କରିଛନ୍ତି। ଏହାରି ମଧ୍ୟରେ ସେ ୧୦୦ ଶତକ ଓ ୧୬୪ ଅର୍ଦ୍ଧଶତକ ମାରିଛନ୍ତି। ବୋଲିଂରେ ମଧ୍ୟ ସେ କମାଲ ୨୦୧ ୱିକେଟ୍ ନେଇଛନ୍ତି।