Advertisment

ସଚିନଙ୍କ ଡାଏ ହାର୍ଟ ଫ୍ୟାନ୍ ସୁଧୀରଙ୍କୁ ପିଟିଲା ପୁଲିସ୍

ମୁଜାଫରପୁର୍: ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକରଙ୍କୁ ନିଜର ଭଗବାନ୍ ମାନୁଥିବା ସୁଧୀର କୁମାର ଚୌଧୁରୀଙ୍କୁ ପୁଲିସ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣା ବିହାରର ମୁଜାଫରପୁର ଜିଲ୍ଲାରେ ଘଟିଛି, ଯେଉଁଠାରେ ଟାଉନ୍ ଥାନାରେ ସଚିନଙ୍କ ଡାଏ ହାର୍ଟ ଫ୍ୟାନ୍ ସୁଧୀରଙ୍କୁ ଜଣେ ପୁଲିସ୍ କର୍ମୀ ମାଡ଼ ମାରିଛନ୍ତି। ତେବେ ବଡ଼ କଥା ହେଉଛି ଯେଉଁ ଟାଉନ୍ ଥାନାରେ ସୁଧୀରଙ୍କୁ ମାଡ଼ କରାଯାଇଛି, ତା’ର ଉଦଘାଟନ ଖୋଦ୍ ସୁଧୀର କରିଥିଲେ। ଘଟଣା ସାମ୍ନାକୁ ଆସିବା ପରେ ବିହାରର କ୍ରିକେଟ୍ […]

ସଚିନଙ୍କ ଡାଏ ହାର୍ଟ ଫ୍ୟାନ୍ ସୁଧୀରଙ୍କୁ ପିଟିଲା ପୁଲିସ୍

sachin-and-sudhir

Advertisment

ମୁଜାଫରପୁର୍: ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକରଙ୍କୁ ନିଜର ଭଗବାନ୍ ମାନୁଥିବା ସୁଧୀର କୁମାର ଚୌଧୁରୀଙ୍କୁ ପୁଲିସ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣା ବିହାରର ମୁଜାଫରପୁର ଜିଲ୍ଲାରେ ଘଟିଛି, ଯେଉଁଠାରେ ଟାଉନ୍ ଥାନାରେ ସଚିନଙ୍କ ଡାଏ ହାର୍ଟ ଫ୍ୟାନ୍ ସୁଧୀରଙ୍କୁ ଜଣେ ପୁଲିସ୍ କର୍ମୀ ମାଡ଼ ମାରିଛନ୍ତି। ତେବେ ବଡ଼ କଥା ହେଉଛି ଯେଉଁ ଟାଉନ୍ ଥାନାରେ ସୁଧୀରଙ୍କୁ ମାଡ଼ କରାଯାଇଛି, ତା’ର ଉଦଘାଟନ ଖୋଦ୍ ସୁଧୀର କରିଥିଲେ।

Advertisment

ଘଟଣା ସାମ୍ନାକୁ ଆସିବା ପରେ ବିହାରର କ୍ରିକେଟ୍ ପ୍ରେମୀ କ୍ଷୁବ୍ଧ ହୋଇଛନ୍ତି। ସୁଧୀର ଟାଉନର ଡିଏସପି ରାମନରେଶ ପାସୱାନଙ୍କୁ ପୂରା ଘଟଣାକ୍ରମ ଉପରେ ଅବଗତ କରାଇଛନ୍ତି ଏବଂ ଅଭିଯୋଗ ମଧ୍ୟ ଦାଖଲ କରିଛନ୍ତି। ଡିଏସପି ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କୁ ଆଶ୍ୱାସନା ଦେଇଛନ୍ତି। ଏହି ମାମଲା ଗୁରୁବାର ସନ୍ଧ୍ୟାରେ ଘଟିଥିବା କୁହାଯାଉଛି।

ସୁଧୀରଙ୍କ କହିବା ଅନୁଯାୟୀ, ଟାଉନ୍ ଥାନା ପୁଲିସ୍ ତାଙ୍କର ସମ୍ପର୍କୀୟ ଭାଇ କିଶନଙ୍କୁ ବିନା ଦୋଷରେ ଉଠାଇ ନେଇଥିଲେ। ଏହା ଜାଣିବା ପରେ ସୁଧୀର ଥାନାକୁ ଯାଇଥିଲେ। ଥାନାରେ ତାଙ୍କ ଭାଇ ହାଜତରେ ଥିବା ସେ ଦେଖିବାକୁ ପାଇଲେ। କିଶନଙ୍କ ସାଙ୍ଗ ଏକ ଜମି କିଣିଥିଲା ଏବଂ ସାକ୍ଷୀ ଭାବେ ତାଙ୍କ (କିଶନ) ନାଁ ଦିଆଯାଇଥିଲା। ଜମିକୁ ନେଇ କିଛି ବିବାଦ ଥିଲା ଏବଂ ସାକ୍ଷୀ ପଡ଼ିଥିବାରୁ ପୁଲିସ୍ କିଶନଙ୍କୁ ଉଠାଇ ନେଇଥିଲା।

Advertisment

ସୁଧୀର ନିଜ ଭାଇ ସହ କଥା ହେଉଥିବା ବେଳେ ସମୟରେ ଥାନା ଅଧିକାରୀ ପହଞ୍ଚିଥିଲେ। ଥାନା ଅଧିକାରୀ ରାଗିକି ସୁଧୀରଙ୍କୁ ବାହାରକୁ ଯିବାକୁ କହିବା ସହ ତାଙ୍କୁ ଗାଳିଗୁଲଜ କରିଥିଲେ। ଯେତେବେଳେ ସୁଧୀର ଏହାର ପ୍ରତିବାଦ କଲେ, ଥାନା ଅଧିକାରୀ ତାଙ୍କୁ ମାରପିଟ୍ କରିଥିଲେ। ଏହା ପରେ ସୁଧୀର ଚୁପଚାପ୍ ସେଠାରୁ ପଳାଇ ଆସିଥିଲେ ଏବଂ ପରେ ଡିଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ।

ସୁଧୀର କହିଛନ୍ତି ଯେ ଏହା ତାଙ୍କର ଦୁର୍ଭାଗ୍ୟ ଯେ କିଛି ବର୍ଷ ତଳେ ଏହି ଭବ୍ୟ ଥାନା ନିର୍ମାଣ କରାଯାଇଥିଲା, ସେତେବେଳେ ସେଲିବ୍ରିଟୀ ଭାବେ ଏହାର ଉଦଘାଟନ ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେ ମଧ୍ୟ ଫିତା କାଟି ଏହାର ଉଦଘାଟନ କରିଥିଲେ। କିନ୍ତୁ ଆଜି ସେହି ଥାନାରେ ତାଙ୍କ ସହ ମାରପିଟ୍ କରାଯାଇଛି। ସୁଧୀର କହିଛନ୍ତି, ଯଦି ମୋ ସହ ଏଭଳି ଘଟଣା ଘଟୁଛି, ତାହେଲେ ସାଧାରଣ ଜନତାଙ୍କ ସହ ପୁଲିସ୍ କିପରି ବ୍ୟବହାର କରୁଛନ୍ତି, ତାହା ଜଣାପଡ଼ୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe