Advertisment

ସଚିନ୍ ତେନ୍ଦୁଲକରଙ୍କ ପୋଷ୍ଟରରେ କାଳି ବୋଳିଲେ କଂଗ୍ରେସ କର୍ମୀ

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ପପ୍ ଷ୍ଟାର୍ ରିହାନା ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ଏକ ଟ୍ୱିଟ୍ କରିଥିଲେ, ଯାହାର ଜବାବରେ ପୂରା ଭାରତ ଏକଜୁଟ୍ ହୋଇଥିଲା। ଏହି ଟ୍ୱିଟ୍ ବିରୋଧରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର #IndiaTogether ଏବଂ #IndiaAgainstPropoganda ହ୍ୟାଶଟ୍ୟାଗ୍ ବ୍ୟବହାର କରି ଏକ ଟ୍ୱିଟ୍ କରିଥିଲେ। କିନ୍ତୁ ସଚିନଙ୍କ ଏହି ଟ୍ୱିଟରେ କିଛି ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ସଚିନଙ୍କ ଟ୍ୱିଟରେ ଅସନ୍ତୋଷ ପ୍ରକାଶ କରିଛି କେରଳରେ ଭାରତୀୟ ଯୁବ କଂଗ୍ରେସ। […]

ଅଦ୍ୟତନ ହୋଇଛି
ସଚିନ୍ ତେନ୍ଦୁଲକରଙ୍କ ପୋଷ୍ଟରରେ କାଳି ବୋଳିଲେ କଂଗ୍ରେସ କର୍ମୀ

sachin

Advertisment

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ପପ୍ ଷ୍ଟାର୍ ରିହାନା ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ଏକ ଟ୍ୱିଟ୍ କରିଥିଲେ, ଯାହାର ଜବାବରେ ପୂରା ଭାରତ ଏକଜୁଟ୍ ହୋଇଥିଲା। ଏହି ଟ୍ୱିଟ୍ ବିରୋଧରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର #IndiaTogether ଏବଂ #IndiaAgainstPropoganda ହ୍ୟାଶଟ୍ୟାଗ୍ ବ୍ୟବହାର କରି ଏକ ଟ୍ୱିଟ୍ କରିଥିଲେ। କିନ୍ତୁ ସଚିନଙ୍କ ଏହି ଟ୍ୱିଟରେ କିଛି ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ସଚିନଙ୍କ ଟ୍ୱିଟରେ ଅସନ୍ତୋଷ ପ୍ରକାଶ କରିଛି କେରଳରେ ଭାରତୀୟ ଯୁବ କଂଗ୍ରେସ। କିଛି ଯୁବ କଂଗ୍ରେସ କର୍ମୀ କୋଚିରେ ସଚିନଙ୍କ କଟଆଉଟ୍ ଉପରେ କାଳି ବୋଳି ବିରୋଧ ପ୍ରଦର୍ଶନ କରିଛନ୍ତି। 'ଭାରତ ରତ୍ନ' ସଚିନଙ୍କ କଟଆଉଟରେ ଏଭଳି କଳା ରଙ୍ଗ ବୋଳିବା ନେଇ ଅନେକେ ସମାଲୋଚନା କରିଛନ୍ତି।

ଏହା ପୂର୍ବରୁ ସଚିନ୍ ଟ୍ୱିଟ୍ କରି ଲେଖିଥିଲେ, 'ଭାରତର ସାର୍ବଭୌମତ୍ୱ ସହ ସାଲିସ୍ କରାଯାଇପାରିବ ନାହିଁ। ବାହ୍ୟ ଶକ୍ତି ଦର୍ଶକ ହୋଇପାରନ୍ତି, କିନ୍ତୁ ସେମାନେ ଅଂଶଗ୍ରହଣକାରୀ ହୋଇପାରିବେ ନାହିଁ। ଭାରତକୁ ଭାରତୀୟ ଭଲଭାବେ ଜାଣନ୍ତି ଏବଂ ଭାରତ ପାଇଁ ନିଷ୍ପତ୍ତି ନିଆଯିବା ଦରକାର। ଆସନ୍ତୁ ସମସ୍ତେ ଏକ ରାଷ୍ଟ୍ର ଭାବେ ଏକତ୍ରିତ ହେବା।

Advertisment

ସୂଚନାଯୋଗ୍ୟ, ପପ୍ ଷ୍ଟାର୍ ରିହାନା ଓ ଗ୍ରେଟା ଥୁନବର୍ଗଙ୍କ ବ୍ୟତୀତ ଅନେକ ଅନ୍ତର୍ଜାତୀୟ ସେଲିବ୍ରିଟୀ ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଏହି ମାମଲାରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ ଆନ୍ଦୋଳନ ସମ୍ବନ୍ଧରେ କୌଣସି ମନ୍ତବ୍ୟ ଦେବା ପୂର୍ବରୁ ପ୍ରଥମେ ଏହାର ଭଲଭାବେ ଯାଞ୍ଚ କରିବା ଦରକାର। ଏହାସହ ସୋଶାଲ୍ ମିଡିଆରେ ହ୍ୟାଶଟ୍ୟାଗ୍ ତଥା ସମ୍ବେଦନଶୀଳ ମନ୍ତବ୍ୟ ଦେବା ଉଚିତ୍ ନୁହେଁ।

Sachin Tendulkar Farmer Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe