Advertisment

ଏଲଏଲସିସି କପ୍‌: ଦମଦାର ବିଜୟ ସହ ସେମିରେ ସହିଦ ସ୍ପୋର୍ଟିଂ

ଟୁର୍ଣ୍ଣାମେଣ୍ଟର ତୃତୀୟ ଦଳ ଭାବେ ସେମି ଟିକେଟ ହାତେଇଛି ସହିଦ ସ୍ପୋର୍ଟିଂ। ଏହାପୂର୍ବରୁ ରାମେଶ୍ୱର ଓ ଟାଉନ କ୍ଲବ ସେମିରେ ପ୍ରବେଶ କରିଥିଲେ।

LLCC

LLCC

Advertisment

ଲାଇଭ ଲିଜେଣ୍ଡ କ୍ରିକେଟ କ୍ଲବ(ଏଲଏଲସିସି) ପକ୍ଷରୁ ଆୟୋଜିତ ଅଣ୍ଡର ୧୪ ଡ୍ୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଛି ସହିଦ ସ୍ପୋର୍ଟିଂ। ଆଜି ଖେଳା ଯାଉଥିବା ତୃତୀୟ କ୍ୱାର୍ଟର ଫାଇନାଲରେ ଦଳ କଟକର ଜୁଭେନାଇଲ୍‌ କ୍ରିକେଟ ଏକାଡେମୀକୁ ବେଶ ରୋମାଞ୍ଚକର ଢଙ୍ଗରେ ୨ ୱିକେଟରେ ହରାଇ ଦେଇଛି। ଏଥିସହ ଟୁର୍ଣ୍ଣାମେଣ୍ଟର ତୃତୀୟ ଦଳ ଭାବେ ସେମି ଟିକେଟ ହାତେଇଛି। ଏହାପୂର୍ବରୁ ରାମେଶ୍ୱର ଓ ଟାଉନ କ୍ଲବ ସେମିରେ ପ୍ରବେଶ କରିଥିଲେ।

Advertisment

ପ୍ରଥମ ବ୍ୟାଟିଂ କରି ଜୁଭେନାଇଲ ନିର୍ଦ୍ଧାରିତ ୩୦ ଓଭର୍‌ରେ ୪ ୱିକେଟ ହରାଇ ୧୬୬ ରନ କରିଥିଲା। ଦଳ ପକ୍ଷରୁ ପ୍ରଥମେଶ ୩୩ ଓ ଗତ ମ୍ୟାଚର ହିରୋ ଜେମ୍ସ ଲିମା ୩୪ ରନ କରିଥିଲେ। ପ୍ରୀତିଶ ମିଶ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ୨୫ ରନର ଇନିଂସ ଖେଳିଥିଲେ। ସହିଦ ସ୍ପୋର୍ଟିଂ ପକ୍ଷରୁ ଋତୁରାଜ ମହାନ୍ତି ସର୍ବାଧିକ ୨ଟି ୱିକେଟ, ରଗୀତ ସାହୁ ଓ ଆୟୁଷ ସ୍ୱାଇଁଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଥିଲା।

୧୬୭ ରନର ବିଜୟ ଲକ୍ଷ୍ୟ ପାଇଥିବା ସହିଦ ସ୍ପୋର୍ଟିଂ ଠିକ ଠାକ ଆରମ୍ଭ କରିଥିଲା। ଋତୁରାଜ ମହାନ୍ତି (୪୧) ଓ ସୁପ୍ରତୀକ ମିଶ୍ର (୨୫) ଦମଦାର ବ୍ୟାଟିଂ କରିଥିଲେ। ହେଲେ ମଧ୍ୟକ୍ରମରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ। ୯୬ ରନରେ ଦଳ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।

Advertisment

କିନ୍ତୁ ନୀଲେଶ ଏନ ଦାଶ ସ୍ଥିତି ସମ୍ଭାଳି ସବୁ ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲେ। ସେ ଶେଷ ଯାଏ ଅପରାଜିତ ୪୫ ରନର ଇନିଂସ ଖେଳି ଦଳକୁ ୫ ବଲ ପୂର୍ବରୁ ବିଜୟ ଭେଟି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ମହେଶ କୁମାର ପଣ୍ଡା ୧୦ ଓ ବିଶ୍ୱ ପି ସାମନ୍ତରାୟ ୧୨ ରନ କରିଥିଲେ। ଜୁଭେନାଇଲ ପକ୍ଷରୁ ଆୟୁଷ ଦାସ ୩ଟି, ପ୍ରଥମେଶ ୨ଟି, ଏସ ଶର୍ମା ୨ଟି ଓ ଆୟୁଷ୍ମାନ ପଟ୍ଟନାୟକ ଗୋଟିଏ ୱିକେଟ ନେଇଛନ୍ତି।

ସହିଦ ସ୍ପୋର୍ଟିଂ ପାଇଁ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ନୀଲେଶ ଏନ ଦାଶଙ୍କୁ ବିଏମ ହୋମ୍ସର ନାରାୟଣ ବେହେରା ଓ ଧୀରଜ ଦାସ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରିଛନ୍ତି।

Cricket LLCC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe