Advertisment

ପଦାର୍ପଣରେ ବିଶ୍ୱ ରେକର୍ଡ, ମାରିଲେ ତ୍ରିଶତକ

ନୂଆଦିଲ୍ଲୀ: ପଦାର୍ପଣରେ ଶତକ କି ଦ୍ୱିଶତକ ନୁହେଁ, ମାରିଲେ ତ୍ରିଶତକ। ଆଉ ନୂଆ ବିଶ୍ୱ ରେକର୍ଡ ଅର୍ଜନ କଲେ। ୨୨ ବର୍ଷୀୟ ବିହାର ବ୍ୟାଟର୍ ସାକିବୁଲ୍ ଗାନି ଚଳିତ ରଣଜୀ ଟ୍ରଫିରେ ଏହି ବିଶ୍ୱ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ଲେଟ୍ ଗ୍ରୁପର ପ୍ରଥମ ମ୍ୟାଚରେ ଗାନି ମିଜୋରାମ ବିପକ୍ଷରେ ତ୍ରିଶତକୀୟ ଇନିଂସ୍ ଖେଳିଛନ୍ତି। ୩୮୭ ବଲରେ ନିଜର ତ୍ରିଶତକ ପୂରଣ କରିଥିବା ସାକିବୁଲ୍ ୪୦୫ ବଲ୍ ଖେଳି ୩୪୧ ରନ୍ କରିଛନ୍ତି, […]

author-image
Ranjit Kumar Jena
ପଦାର୍ପଣରେ ବିଶ୍ୱ ରେକର୍ଡ, ମାରିଲେ ତ୍ରିଶତକ

sakibul-gani

ନୂଆଦିଲ୍ଲୀ: ପଦାର୍ପଣରେ ଶତକ କି ଦ୍ୱିଶତକ ନୁହେଁ, ମାରିଲେ ତ୍ରିଶତକ। ଆଉ ନୂଆ ବିଶ୍ୱ ରେକର୍ଡ ଅର୍ଜନ କଲେ। ୨୨ ବର୍ଷୀୟ ବିହାର ବ୍ୟାଟର୍ ସାକିବୁଲ୍ ଗାନି ଚଳିତ ରଣଜୀ ଟ୍ରଫିରେ ଏହି ବିଶ୍ୱ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ଲେଟ୍ ଗ୍ରୁପର ପ୍ରଥମ ମ୍ୟାଚରେ ଗାନି ମିଜୋରାମ ବିପକ୍ଷରେ ତ୍ରିଶତକୀୟ ଇନିଂସ୍ ଖେଳିଛନ୍ତି।

Advertisment

୩୮୭ ବଲରେ ନିଜର ତ୍ରିଶତକ ପୂରଣ କରିଥିବା ସାକିବୁଲ୍ ୪୦୫ ବଲ୍ ଖେଳି ୩୪୧ ରନ୍ କରିଛନ୍ତି, ଯେଉଁଥିରେ ୨ ଛକା ଓ ୫୬ ଛକା ସାମିଲ୍ ଅଛି। ଗାନି ଏହି ତ୍ରିଶତକୀୟ ଇନିଂସ୍ ସହ ସବୁ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟର ପଦାର୍ପଣରେ ତ୍ରିଶତକ ମାରିବାରେ ଗାନି ପ୍ରଥମ ଖେଳାଳି ହୋଇଛନ୍ତି। ଏଥିସହ ସେ ଅଜୟ ରୋହେରାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି, ଯିଏ ୨୦୧୮-୧୯ରେ ପ୍ରଥମଶ୍ରେଣୀ କ୍ରିକେଟରେ ୧୬୭ ରନ୍ କରିଥିଲେ। ରୋହେରା ହାଇଦ୍ରାବାଦ ବିପକ୍ଷରେ ଏହି ଇନିଂସ୍ ଖେଳିଥିଲେ।

ତ୍ରିଶତକ ମାରିବା ସହ ଗାନି ଦଳକୁ ବଡ଼ ସ୍କୋରରେ ପହଞ୍ଚାଇଛନ୍ତି। ଟସ୍ ଜିତି ବ୍ୟାଟିଂ କରିଥିବା ବିହାର ୭୧ ରନରେ ୩ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା। ତେବେ ଏହି ସମୟରେ ଗାନି ଓ ବବୁଲ୍ କୁମାର ପ୍ରତିପକ୍ଷ ବୋଲରଙ୍କୁ ଦୃଢ଼ତାର ସହ ମୁକାବିଲା କରିଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୫୩୮ ରନର ଭାଗିଦାରୀ କରିଛନ୍ତି। ଯାହା ବଳରେ ବିହାର ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୬୮୬ ରନ୍ କରି ପାଳି ଘୋଷଣା କରିଛି। ବବୁଲ କୁମାର ଦ୍ୱିଶତକ ହାସଲ କରିଥିବା ବେଳେ ବିପିନ ସୌରଭ ଅପରାଜିତ ଅର୍ଦ୍ଧଶତକ ମାରିଛନ୍ତି। ବବୁଲ୍ ୨୨୯ (୩୯୮ ବଲ୍, ୨୭ ଚୌକା, ୧ ଛକା) ଓ ବିପିନ ୩୯ ବଲରେ ୪ ଚୌକା ଓ ୩ ଛକା ସହ ଅପରାଜିତ ୫୦ ରନ୍ କରିଥିଲେ।

Advertisment

ରଣଜୀ ଟ୍ରଫିରେ ସର୍ବାଧିକ ପାର୍ଟନରଶିପର ରେକର୍ଡ ମହାରାଷ୍ଟ୍ରର ସ୍ୱପ୍ନିଲ ଗୁଗଲେ ଓ ଅଙ୍କିତ ବାୱନେଙ୍କ ନାଁରେ ରହିଛି। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୫୯୪ ରନ୍ ଯୋଡ଼ିଥିଲେ। ତେବେ ବିହାରର ସାକିବୁଲ୍ ଓ ବବୁଲ୍ ଏବେ ରେକର୍ଡ ବୁକରେ ନିଜକୁ ସାମିଲ୍ କରିଛନ୍ତି। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ଦ୍ୱିତୀୟ ସର୍ବାଧିକ ରନର ଭାଗିଦାରୀ କରିଛନ୍ତି। ଏହା ପୂର୍ବରୁ ୧୯୪୬/୪୭ରେ ବିଜୟ ହଜାରେ ଓ ଗୁଲ୍ ମହମ୍ମଦ ବରୋଦା ପକ୍ଷରୁ ୫୭୭ ରନ୍ ଯୋଡ଼ିଥିଲେ।

ସୂଚନାଯୋଗ୍ୟ, ବିହାରର ମୋତିହାରୀରେ ଜନ୍ମିତ ସାକିବୁଲ୍ ଲିଷ୍ଟ୍-ଏ କ୍ରିକେଟରେ ୧୪ ମ୍ୟାଚ୍ ଖେଳି ୩୭୭ ରନ୍ କରିଛନ୍ତି। ଏହାଛଡ଼ା ସେ ୧୧ ଟି-୨୦ ମ୍ୟାଚରେ ୧୯୨ ରନ୍ କରିଛନ୍ତି।