/odisha-reporter/media/media_files/2026/02/15/abhi-2026-02-15-19-11-47.jpg)
ଅଭିଷେକ ଶର୍ମା
ପାକିସ୍ତାନ ବିପକ୍ଷ ଟି-୨୦ ବିଶ୍ୱକପ ମ୍ୟାଚ୍ ଆରମ୍ଭରୁ ଭାରତକୁ ବଡ଼ ଝଟକା। ଖାତା ଖୋଲିବା ପୂର୍ବରୁ ପ୍ରଥମ ଓଭରରେ ହିଁ ଆଉଟ ହୋଇ ଯାଇଛନ୍ତି ବିସ୍ଫୋରକ ଅଭିଷେକ ଶର୍ମା। ସମସ୍ତଙ୍କୁ ଚକିତ କରି ପାକିସ୍ତାନ( IND Vs PAK) ଅଧିନାୟକ ସଲମାନ ଅଲୀ ଆଗା ପ୍ରଥମ ଓଭର ବୋଲିଂ କରିଥିଲେ। ଆଉ ସମସ୍ତଙ୍କୁ ଜଳକା କରି ସେ ଓଭରର ଶେଷ ବଲରେ ଅଭିଷେକ ଶର୍ମାଙ୍କୁ ଆଉଟ କରି ଦେଇଛନ୍ତି। ଅଭିଷେକ ଶର୍ମା ୪ ବଲର ସାମ୍ନା କରି ବିନା ରନରେ ଆଉଟ ହୋଇଛନ୍ତି।
ଚଳିତ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଭିଷେକ ଶର୍ମା ଖାତା ଖୋଲିବା ଆଗରୁ ଆଉଟ ହୋଇଛନ୍ତି। ଏହାପୂର୍ବରୁ ଆମେରିକା ବିପକ୍ଷ ପ୍ରଥମ ମ୍ୟାଚ୍ରେ ସେ ପ୍ରଥମ ବଲରେ ହିଁ ଶୂନରେ ପ୍ୟାଭିଲିୟନ ଫେରିଥିଲେ। ସେହିପରି ଅସୁସ୍ଥତା କାରଣରୁ ଅଭିଷେକ ଶର୍ମା ନାମିବିୟା ବିପକ୍ଷ ମ୍ୟାଚ୍ ଖେଳି ନଥିଲେ। ଆଜି ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଅଭିଷେକ ଫେରିଥିଲେ ହେଁ ପ୍ରଭାବ ଦେଖାଇ ପାରି ନାହାନ୍ତି।
ଭାରତ ପ୍ରଥମ ଓଭରରେ ୧ ରନରେ ୧ ୱିକେଟ ହରାଇଥିବା ବେଳେ ଦ୍ୱିତୀୟ ଓଭରରେ ଈଶାନ କିଶନ ୬କା ମାରି ଶାହୀନ ଆଫ୍ରିଦିଙ୍କୁ ସ୍ୱାଗତ କରିଥିଲେ। ସେହିପରି ସେ ଆଉ ଚୌକା ଓ ଶେଷ ବଲରେ ତିଳକ ବର୍ମା ମଧ୍ୟ ଚୌକା ମାରିଛନ୍ତି। ଦ୍ୱିତୀୟ ଓଭରରେ ଭାରତକୁ ୧୫ ରନ ମିଳିଛି। ସେହିପରି ତୃତୀୟ ଓଭରରେ ଭାରତ ୧୦ ରନ ଆଦାୟ କରିଛି। ୩ ଓଭର ସୁଦ୍ଧା ଦଳ ୧ ୱିକେଟ ହରାଇ ୨୫ ରନ କରିଛି।
ଏହାପୂର୍ବରୁ ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ କ୍ରମାଗତ ତୃତୀୟ ଥର ପାଇଁ ଟସ ହାରିଛି ଭାରତ। ଟସ୍ ଜିତି ପାକିସ୍ତାନ ଅଧିନାୟକ ସଲମାନ ଅଲୀ ଆଗା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ଭାରତ ପ୍ରଥମେ ବ୍ୟାଟିଂ କରିବ। ଭାରତର ତା’ର ଚୂଡ଼ାନ୍ତ ଏକାଦଶରେ ୨ଟି ପରବର୍ତ୍ତନ କରିଛି ଅର୍ଶଦୀପ ସିଂହଙ୍କ ସ୍ଥାନରେ କୁଲଦୀପ ଯାଦବ ଓ ସଞ୍ଜୁ ସାମସନଙ୍କ ସ୍ଥାନରେ ଅଭିଷେକ ଶର୍ମା ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
