/odisha-reporter/media/media_files/2026/03/09/t20-2026-03-09-13-12-57.jpg)
ବିଶ୍ୱ ବିଜେତା ଭାରତ ଓ ଅଖତର
ଟି-୨୦ ବିଶ୍ୱକପ(T20 World Cup) ୨୦୨୬ର ଫାଇନାଲରେ ଏକତରଫା ବିଜୟ। ନ୍ୟୁଜିଲ୍ୟାଣ୍ଡକୁ ୯୬ ରନରେ ହରାଇ ଭାରତ ରଚିଛି ଇତିହାସ। ବିଶ୍ୱର ପ୍ରଥମ ଦଳ ଭାବେ ଭାରତ କ୍ରମାଗତ ଦୁଇଥର ଓ ମୋଟ ଉପରେ ୩ ଥର ଟି-୨୦ ବିଶ୍ୱକପ ଜିତିବାର ରେକର୍ଡ କରିଛି।
ସେହିପରି ଘରୋଇ ମାଟିରେ ଟି-୨୦ ବିଶ୍ୱକପ ଜିତିବାରେ ଭାରତ ମଧ୍ୟ ବିଶ୍ୱର ପ୍ରଥମ ଦଳ ବନି ଯାଇଛି। ଫାଇନାଲରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନକୁ ନେଇ ଚାରିଆଡ଼େ ଚର୍ଚ୍ଚା। ହେଲେ ଭାରତ ଏହି ବିଜୟକୁ ସହଜରରେ ଗ୍ରହଣ କରିପାରୁନି ପାକିସ୍ତାନ।
ପାକିସ୍ତାନର ପୂର୍ବତନ କ୍ରିକେଟର, କ୍ରିକେଟ ପଣ୍ଡିତ ଓ ଅଧିକାଂଶ ସାଧାରଣ ଲୋକ ଭାରତ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରୁ ବୋଲି ପ୍ରାର୍ଥନା କରିଥିଲେ। ହେଲେ ଭାରତ ବିଜୟ ହୋଇଛି। ଏହାପରେ ପାକିସ୍ତାନରୁ ଆସିଛି ଭାରତ ବିରୋଧୀ ବୟାନ। କିଛି ପୂର୍ବତନ କ୍ରିକେଟର ଭାରତର ପ୍ରଦର୍ଶନକୁ ପ୍ରଶଂସା କରିଥିବା ବେଳେ ଆଉ କିଛି ନିଜର ପୁରୁଣା ରୋଗ ବାହାର କରିଛନ୍ତି।
ଭାରତ କାରସାଦି କରି ଫାଇନାଲକୁ ଜିତି କ୍ରିକେଟକୁ ବରବାଦ କରିଦେଉଛି ବୋଲି ସେମାନେ ମୁହଁ ଫୁଟାଣି ମାରିଛନ୍ତି। ଏପରି ମୁହଁ ଫୁଟାଣି ମାରି ଭାରତର ବିଜୟରେ ଅସହିଷ୍ଣୁ ହୋଇପଡ଼ିଥିବା ଜଣେ ହେଲେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର। ସେ ସବୁଠାରୁ ବିବାଦୀୟ ଦାବି କରିଛନ୍ତି। ଭାରତର ଉତ୍ଥାନ କ୍ରିକେଟକୁ ବରବାଦ କରି ଚାଲିଛି ବୋଲି ସେ କହିଛନ୍ତି।
ପାକିସ୍ତାନ ଗଣମାଧ୍ୟମରେ ଆୟୋଜିତ କ୍ରୀଡ଼ା ଭିତ୍ତିକ କାର୍ଯ୍ୟକ୍ରମରେ ଅଖତର ଭାରତକୁ ଧନୀ ପିଲା ସହ ତୁଳନା କରି ନିଜ ଇଚ୍ଛାରେ ମ୍ୟାଚ ପରିଚାଳନା କରୁଥିବା ଦାବି କରିଛନ୍ତି। ସେ କହିଛନ୍ତି, “ସାହିରେ ରହୁଥିବା ଜଣେ ଧନୀ ପିଲା ସବୁ ଗରିବ ପିଲାଙ୍କୁ ଡାକିବା ଭଳି ଏହି ଘଟଣା। ଧନୀ ପିଲାଟି ସାହିର ସମସ୍ତ ଗରିବ ପିଲାଙ୍କୁ ଡାକିଥାଏ ଓ କହିଥାଏ ଚାଲ କ୍ରିକେଟ ଖେଳିବା। ହେଲେ ଧନୀ ପିଲାଟି କହିଥାଏ ଯେ ଯାହା ହେଲେ ବି ମୁଁ ଜିତିବି। ଭାରତ ଆମ ସହ ଠିକ ସେହି ଭଳି କରୁଛି। ୮ଟି ଟିମରୁ ସେମାନେ ୪ଟି ଟିମକୁ ରଖିଲେ। ଏହି ୪ ଜଣଙ୍କ ମଧ୍ୟରୁ ପୁଣି ୩ ଜଣଙ୍କୁ ଡାକି ହରାଇ ଦେଲେ। ଏହାପରେ ସେମାନେ କହୁଛନ୍ତି, ଦେଖ ଆମେ ଜିତିଗଲୁ। ସେମାନେ କ୍ରିକେଟକୁ ସଂପୂର୍ଣ୍ଣ ଭାବେ ବରବାଦ କରିବାରେ ଲାଗିଛନ୍ତି।”
ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲରଙ୍କ ଏପରି ବୟାନକୁ ସୋଶାଲ ମିଡିଆରେ ତୀବ୍ର ସମାଲୋଚନା କରାଯାଉଛି। ଭାରତର ବିଜୟକୁ ସହି ନ ପାରି ଅଖତର ଏପରି ବୟାନ ଦେଇଥିବା ସେମାନେ କହିଛନ୍ତି।
ତେବେ ଫାଇନାଲ ପୂର୍ବରୁ ଅଖତର ସାମନ୍ୟ ଭିନ୍ନ ବୟାନ ଦେଇଥିଲେ। ଫାଇନାଲରେ ଭାରତର ପଲା ଭାରୀ ଥିବା ସେ ସ୍ୱୀକାର କରିଥିଲେ ହେଁ ବ୍ୟକ୍ତିଗତ ଭାବେ କ୍ରିକେଟ ପାଇଁ ନ୍ୟୁଜିଲ୍ୟାଣ୍ଡ ଚାମ୍ପିୟନ ହେବା ଦରକାର ବୋଲି ମତ ରଖିଥିଲେ।
ସେ କହିଥିଲେ, “ମୁଁ ବାଭୁଛି ନ୍ୟୁଜିଲ୍ୟାଣ୍ଡ ଫାଇନାଲରେ ଭାରତ ଆଗରେ ତିଷ୍ଠି ପାରିବ ନାହିଁ। କିନ୍ତୁ ଭାରତ ଉପରେ ମଧ୍ୟ ୧.୫ ବିଲିୟନ ଲୋକଙ୍କ ଚାପ ରହିବ। ଅହମଦାବାଦରେ ସେମାନେ ଗୋଟିଏ ଫାଇନାଲ ଅଷ୍ଟ୍ରେଲିଆ ଠାରୁ ହାରିଛନ୍ତି। ତଥାପି ଭାରତ ସବୁ ପରେ ମଧ୍ୟ ଜିତୁଥିବା ମୋତେ ଲାଗୁଛି। ହେଲେ କ୍ରିକେଟ ପାଇଁ ନ୍ୟୁଜିଲ୍ୟାଣ୍ଡ ଏବେ ବିଶ୍ୱକପ ଜିତିବା ଦରକାର।”
Look at the hypocrisy of Shoaib Akhtar, on one hand he is saying such things and on the other hand he is listening to the criticism of India. pic.twitter.com/jKKDGtWqtu
— Neeraj Ranjan (@NeerajRanjan84) March 9, 2026
କେବଳ ଅଖତର ନୁହନ୍ତି, ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆମୀର ମଧ୍ୟ ଭାରତର ବିଜୟରେ ଖୁସି ନାହାନ୍ତି। ଭାରତର ବିଜୟ ପଛରେ ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କ ହାତ ରହିଥିବା ସେ କଟାକ୍ଷ କରି କହିଛନ୍ତି।
ନ୍ୟୁଜିଲ୍ୟାଣ୍ଡ ବୋଲରମାନେ ଚାପ ସୃଷ୍ଟି କରିବାରେ ବିଫଳ ହୋଇଥିବା ବେଳେ ଭାରତକୁ ସହଜରେ ରନ କରିବାକୁ ଦେଇଥିଲେ। ଏଥିପାଇଁ ଭାରତୀୟ ବ୍ୟାଟରମାନେ ବଡ଼ ସ୍କୋର କରି ନ୍ୟୁଜିଲ୍ୟାଣ୍ଡ ହାତରୁ ମ୍ୟାଚ ଛଡ଼ାଇ ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
