Advertisment

୨୦୨୩ ଆଇପିଏଲରୁ ଓହରି ଗଲେ ସାମ ବିଲିଙ୍ଗ୍ସ

ନୂଆଦିଲ୍ଲୀ: ଇଂଲଣ୍ତ ଟିମ୍‌ର ଷ୍ଟାର ବ୍ୟାଟର ସାମ ବିଲିଙ୍ଗ୍ସ ୨୦୨୩ ଆଇପିଏଲ ଖେଳିବେ ନାହିଁ। ସୋମବାର ସେ ଆଇପିଏଲରୁ ନିଜ ନାଁକୁ ପ୍ରତ୍ୟାହାର କରିନେଇଛନ୍ତି। ଇଂଲଣ୍ଡର ରେଡ୍‌ ବଲ କ୍ରିକେଟ ଉପରେ ଫୋକସ କରିବା ପାଇଁ ବିଲିଙ୍ଗ୍ସ ଏପରି ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଆଇପିଏଲ ୨୦୨୩ ଖେଳାଳି ରିଟେନ କରିବାର ଶେଷ ତାରିଖ। ଡିସେମ୍ବର ୨୩ରେ ଆଇପିଏଲର ମିନି ଅକ୍ସନ ହେବ। ଏହାପୂର୍ବରୁ ହିଁ ବିଲିଙ୍ଗ୍ସ ନିଜର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି। ୨୦୨୨ରେ କୋଲକାତା ନାଇଟ […]

author-image
Hemant Lenka
୨୦୨୩ ଆଇପିଏଲରୁ ଓହରି ଗଲେ ସାମ ବିଲିଙ୍ଗ୍ସ

sam

ନୂଆଦିଲ୍ଲୀ: ଇଂଲଣ୍ତ ଟିମ୍‌ର ଷ୍ଟାର ବ୍ୟାଟର ସାମ ବିଲିଙ୍ଗ୍ସ ୨୦୨୩ ଆଇପିଏଲ ଖେଳିବେ ନାହିଁ। ସୋମବାର ସେ ଆଇପିଏଲରୁ ନିଜ ନାଁକୁ ପ୍ରତ୍ୟାହାର କରିନେଇଛନ୍ତି। ଇଂଲଣ୍ଡର ରେଡ୍‌ ବଲ କ୍ରିକେଟ ଉପରେ ଫୋକସ କରିବା ପାଇଁ ବିଲିଙ୍ଗ୍ସ ଏପରି ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଆଇପିଏଲ ୨୦୨୩ ଖେଳାଳି ରିଟେନ କରିବାର ଶେଷ ତାରିଖ। ଡିସେମ୍ବର ୨୩ରେ ଆଇପିଏଲର ମିନି ଅକ୍ସନ ହେବ। ଏହାପୂର୍ବରୁ ହିଁ ବିଲିଙ୍ଗ୍ସ ନିଜର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି।

Advertisment

୨୦୨୨ରେ କୋଲକାତା ନାଇଟ ରାଇଡର୍ସ ସାମ ବିଲିଙ୍ଗ୍ସଙ୍କୁ ୨ କୋଟି ଟଙ୍କାରେ କିଣିଥିଲା। ସେ ଗତ ସିଜିନରେ ୮ଟି ମ୍ୟାଚ ଖେଳି ୧୬୯ ରନ କରିଥିଲେ। ତାଙ୍କ ବ୍ୟାଟିଂ ହାର ୨୪ ଓ ଷ୍ଟ୍ରାଇକ ରେଟ୍‌ ୧୨୦ରୁ ସାମାନ୍ୟ ଅଧିକ ରହିଥିଲା।

ବିଲିଙ୍ଗ୍ସ କହିଛନ୍ତି, ୨ ବର୍ଷର ବ୍ୟବଧାନ ପରେ ୨୦୨୨ରେ ଆଇପିଏଲକୁ ଫେରିବା ବେଶ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଥିଲା। ଏବେ ଆଉ ଗୋଟିଏ ବଡ଼ ନିଷ୍ପତ୍ତିକ୍ରମେ ଆସନ୍ତାବର୍ଷ କୋଲକାତା ପାଇଁ ଆଇପିଏଲ ଖେଳିବି ନାହିଁ। କେଣ୍ଟ କ୍ରିକେଟ ସହ ଇଂଲଣ୍ଡର ଲଙ୍ଗର ଫର୍ମାଟ(ଟେଷ୍ଟ) ଉପରେ ଫୋକସ କରିବାକୁ ଚାହୁଁଛି। କେକେଆର ଦେଇଥିବା ସୁଯୋଗ ପାଇଁ ଧନ୍ୟବାଦ। ଆଶା ଭବିଷ୍ୟତରେ ଦେଖା ହେବ ବୋଲି ବିଲିଙ୍ଗ୍ସ ଟ୍ୱିଟ କରିଛନ୍ତି। କୋଲକାତା ପୂର୍ବରୁ ବିଲିଙ୍ଗ୍ସ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ମଧ୍ୟ ଆଇପିଏଲରେ ଖେଳିଥିଲେ।

Advertisment


ଅନ୍ୟପକ୍ଷରେ ୨୦୨୩ ଆଇପିଏଲରେ ଏକାଧିକ ଇଂଲିଶ ଖେଳାଳିଙ୍କୁ ଦେଖିବାକୁ ମିଳିପାରେ। ୨୦୨୩ରେ ଦିନିକିଆ ବିଶ୍ୱକପ ଭାରତରେ ଖେଳାଯିବ। ତେଣୁ ବେନ ଷ୍ଟୋକ୍ସ ଓ ଆଲେକ୍ସ ହେଲ୍ସଙ୍କ ଭଳି ଖେଳାଳି ୨୦୨୩ରେ ଆଇପିଏଲରେ ଭାଗ ନେଇପାରନ୍ତି। ସେହିପରି ଜୋଫ୍ରା ଆର୍ଚର ୨୦୨୩ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ ଡେବ୍ୟୁ କରିବାର ସମ୍ଭାବନା ରହିଛି। ୨୦୨୨ ଆଇପିଏଲ ପୂର୍ବରୁ ଆର୍ଚରଙ୍କୁ ମୁମ୍ବାଇ କିଣିଥିଲା। ହେଲେ ଆହତ ଯୋଗୁ ସେ ମ୍ୟାଚ୍‌ ଖେଳିବାକୁ ସକ୍ଷମ ହୋଇ ନଥିଲେ।

କୋଲକାତା ଇତି ମଧ୍ୟରେ ନିଜର ଟ୍ରେଡିଂ ୱିଣ୍ଡୋ ଜରିଆରେ ଲକି ଫର୍ଗୁସନ ଓ ଆଫଗାନ ୱିକେଟ କିପର ରହମନୁଲ୍ଲା ଗୁରବାଜଙ୍କୁ ଗୁଜରାଟ ଟାଇଟନ୍ସ ଠାରୁ ଆଣି ସାରିଛି।