ଆଇପିଏଲ ଓ ଟି-୨୦ ବିଶ୍ୱକପରୁ ସାମ କୁରାନ ଆଉଟ

ଦୁବାଇ: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡକୁ ଶକ୍ତ ଝଟକା ଲାଗିଛି। ଆହତ ସମସ୍ୟା ଯୋଗୁ ଷ୍ଟାର ଅଲରାଉଣ୍ଡର ସାମ କୁରାନ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ଏଥିସହ ବର୍ତ୍ତମାନ ଦୁବାଇରେ ଚାଲିଥିବା ଆଇପିଏଲରେ ମଧ୍ୟ ସାମ କୁରାନଙ୍କ ଜଲୱା ଦେଖିବାକୁ ମିଳିବନି। ଲୋୟର ବ୍ୟାକ ଇଞ୍ଜୁରୀ ଯୋଗୁ କୁରାନ ଆଇପିଏଲ ଓ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଥିବା ଜଣାପଡ଼ିଛି। ସେ ଆଇପିଏଲରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିଲେ। ଚେନ୍ନାଇ ପ୍ଲେ-ଅଫକୁ କ୍ୱାଲିଫାଏ […]

sam-curran

sam-curran

Hemant Lenka
  • Published: Wednesday, 06 October 2021
  • Updated: 06 October 2021, 07:50 AM IST

Sports

Latest News

ଦୁବାଇ: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡକୁ ଶକ୍ତ ଝଟକା ଲାଗିଛି। ଆହତ ସମସ୍ୟା ଯୋଗୁ ଷ୍ଟାର ଅଲରାଉଣ୍ଡର ସାମ କୁରାନ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି। ଏଥିସହ ବର୍ତ୍ତମାନ ଦୁବାଇରେ ଚାଲିଥିବା ଆଇପିଏଲରେ ମଧ୍ୟ ସାମ କୁରାନଙ୍କ ଜଲୱା ଦେଖିବାକୁ ମିଳିବନି।

ଲୋୟର ବ୍ୟାକ ଇଞ୍ଜୁରୀ ଯୋଗୁ କୁରାନ ଆଇପିଏଲ ଓ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଥିବା ଜଣାପଡ଼ିଛି। ସେ ଆଇପିଏଲରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିଲେ। ଚେନ୍ନାଇ ପ୍ଲେ-ଅଫକୁ କ୍ୱାଲିଫାଏ କରିଥିବା ବେଳେ ଏବେ ସାମ କୁରାନଙ୍କୁ ଆଉ ଦେଖିବାକୁ ମିଳିବନି।

ଶନିବାର ରାଜସ୍ଥାନ ଓ ଚେନ୍ନାଇ ମଧ୍ୟରେ ମୁକାବିଲା ହୋଇଥିଲା। ଏହି ମ୍ୟାଚ୍‌ ପରେ କୁରାନ ପୀଠିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହି ମ୍ୟାଚ୍‌ରେ ସେ ବ୍ୟାଟିଂ କରି ନଥିଲେ। କିନ୍ତୁ ବୋଲିଂରେ ୪ ଓଭର୍‌ରେ ୫୫ ରନ୍‌ ବ୍ୟୟ କରିଥିଲେ। ପୀଠି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କର ସ୍କାନ କରାଯାଇଥିଲା। ଏହାପରେ ତାଙ୍କର ଲୋୟର ବ୍ୟାକରେ ସମସ୍ୟା ରହିଥିବା ଜଣାପଡ଼ିଛି।

ଏହି କାରଣରୁ ସେ ଟି-୨୦ ବିଶ୍ୱକପ ଓ ଆଇପିଏଲ ଖେଳିପାରିବେ ନାହିଁ। ଅଧିକ ଚିକିତ୍ସା ପାଇଁ ସେ କିଛି ଦିନ ଭିତରେ ୟୁଏଇରୁ ୟୁକେ ଉଡ଼ାଣ ଭରିବେ। ସେଠାରେ ତାଙ୍କର ଆଉ ଥରେ ସ୍କାନ ହେବ ଓ ପରବର୍ତ୍ତୀ ନିଷ୍ପତ୍ତି ମେଡିକାଲ ଟିମ ନେବ ବୋଲି ଇଂଲିଶ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ସାମ କୁରାନ ଆହତ ହୋଇଥିବାରୁ ତାଙ୍କ ଭାଇ ଟମ କୁରାନଙ୍କୁ ଇଂଲଣ୍ଡର ଟି-୨୦ ବିଶ୍ୱକପ ସ୍କ୍ୱାଡରେ ସାମିଲ କରାଯାଇଛି। ସେହିପରି ରିଜର୍ଭ ଖେଳାଳି ଭାବେ ଆର ଟୋପଲେଙ୍କୁ ଦଳ ସହ ୟୁଏଇ ପଠାଯିବ ବୋଲି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story