Advertisment

ଆଇପିଏଲ ଅକ୍ସନ: ରେକର୍ଡ କଲେ ସମୀର ରିଜଭୀ ଓ ଶୁଭମ ଦୁବେ

ଉତ୍ତର ପ୍ରଦେଶର ଯୁବ ଖେଳାଳି ସମୀର ଘରୋଇ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି। ୟୁପି ଟି୨୦ ଲିଗରେ ସେ ୯ଟି ଇନିଂସରେ ୪୫୫ ରନ କରିଥିଲେ।

author-image
Hemant Lenka
CSK

CSK

ଆଇପିଏଲ ଅକ୍ସନରେ ରେକର୍ଡ କରିଛନ୍ତି ଭାରତର ଦୁଇ ଯୁବ ତଥା ଅନକ୍ୟାପଡ ଖେଳାଳି ସମୀର ରିଜଭୀ ଓ ଶୁଭମ ଦୁବେ। ୨୦ ବର୍ଷୀୟ ସମୀର ଚଳିତ ଅକ୍ସନରେ ଅନକ୍ୟାପଡ ଖେଳାଳି ଭାବେ ରେକର୍ଡ ଟଙ୍କାରେ ବିକ୍ରି ହୋଇଛନ୍ତି। ତାଙ୍କୁ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ୮.୪୦ କୋଟି ଟଙ୍କା ଦେଇ ନିଜ ସହ ସାମିଲ କରିଛି।

Advertisment

ତାଙ୍କ ବେସ ପ୍ରାଇସ କେବଳ ୨୦ ଲକ୍ଷ ଟଙ୍କା ଥିଲା। ହେଲେ ଏହି ମଧ୍ୟକ୍ରମ ବ୍ୟାଟରଙ୍କୁ ନେବା ପାଇଁ ପ୍ରଥମେ ଗୁଜରାଟ ଟାଇଟନ୍ସ ଓ ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସ ଚେଷ୍ଟା କରିଥିଲା। କିନ୍ତୁ ଚେନ୍ନାଇ ସମସ୍ତଙ୍କୁ ପଛରେ ପକାଇ ସମୀରଙ୍କୁ କିଣିଛି।

ଉତ୍ତର ପ୍ରଦେଶର ଏହି ଯୁବ ଖେଳାଳି ଜଣଙ୍କ ଘରୋଇ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି। ୟୁପି ଟି୨୦ ଲିଗରେ ସେ ୯ଟି ଇନିଂସରେ ୪୫୫ ରନ କରିଥିଲେ। ଏଥିରେ ଦୁଇଟି ଶତକ ମଧ୍ୟ ରହିଥିଲା। ସେହିପରି ସୟଦ ମୁସ୍ତାକ ଅଲୀ ଟ୍ରଫିରେ ସମୀର ୭ଟି ଇନିଂସରେ ୨୭୭ ରନ କରିଥିଲେ। ତାଙ୍କ ଷ୍ଟ୍ରାଇକ ୧୩୯.୮୯ ରହିଥିବା ବେଳେ ସେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ତେଣୁ ତାଙ୍କୁ ଚେନ୍ନାଇ ରେକର୍ଡ ୮.୪୦ କୋଟି ଟଙ୍କାରେ କିଣିଛି।

Advertisment

ସେହିପରି ଶୁଭମ ଦୁବେଙ୍କୁ ରାଜସ୍ଥାନ ରୟାଲ୍ସ ୫.୮୦ କୋଟି ଟଙ୍କାରେ କିଣିଛି। ୨୯ ବର୍ଷୀୟ ଦୁବେଙ୍କ ବେସ ପ୍ରାଇସ ମାତ୍ର ୨୦ ଲକ୍ଷ ଟଙ୍କା ଥିଲା। ସେ ପ୍ରଥମଥର ଆଇପିଏଲ ଅକ୍ସନରେ ସାମିଲ ହୋଇଥିଲେ। ତାଙ୍କୁ ନେବା ପାଇଁ ମଧ୍ୟ ଏକାଧିକ ପ୍ରାଞ୍ଚାଇଜ ଆଗ୍ରହ ଦେଖାଇଥିଲେ।

ବିର୍ଦ୍ଦଭା ପାଇଁ ଖେଳୁଥିବା ଶୁଭମ ଦୁବେ ନିକଟରେ ଶେଷ ହୋଇଥିବା ସୟଦ ଅଲୀ ମୁସ୍ତାକ ଟ୍ରଫିର ୭ଟି ଇନିଂସରେ ୨୨୧ ରନ କରିଥିଲେ। ଏହି ବାମହାତୀ ବ୍ୟାଟରଙ୍କ ଷ୍ଟ୍ରାଇକ ରେଟ ୧୮୭.୨୮ ରହିଥିଲା। ସେ ବେଙ୍ଗଲ ବିପକ୍ଷ ରେକର୍ଡ ୨୧୩ ରନର ଟାର୍ଗେଟ ବେଳେ ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଉକ୍ତ ମ୍ୟାଚ୍‌ରେ ସେ ୨୦ ବଲରୁ ୫୮ ରନର ଇନିଂସ ଖେଳି ସମସ୍ତଙ୍କୁ ନିଜ ଦକ୍ଷତାର ପରିଚୟ ଦେଇଥିଲେ।

IPL IPL Dubai IPL Auction