Advertisment

ସାମସନଙ୍କ ଅର୍ଦ୍ଧଶତକ, ଜିମ୍ବାୱେକୁ ଶେଷ ମ୍ୟାଚ୍‌ରେ ୧୬୮ ରନର ଟାର୍ଗେଟ

ସିରିଜ ହାରି ସାରିଥିବା ଘରୋଇ ଟିମ ଜିମ୍ବାୱେକୁ ସାନ୍ତ୍ୱନାମୂଳକ ବିଜୟ ପାଇଁ ୧୬୮ ରନର ଟାର୍ଗେଟ ମିଳିଛି। ସାମସନଙ୍କ ବ୍ୟତୀତ ଶିବମ ଦୁବେ ୧୨ ବଲରେ ୨୬ ଓ ରିୟାନ ପରାଗ ୨୪ ବଲରେ ୨୨ ରନର ଇନିଂସ ଖେଳିଛନ୍ତି।

samson

samson

Advertisment

ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜକୁ ଆଗୁଆ କବଜା କରି ସାରିଥିବା ଭାରତ ଆଜି ଶେଷ ମ୍ୟାଚ୍‌ରେ ଚ୍ୟାଲେଞ୍ଜିଂ ସ୍କୋର କରିଛି। ପ୍ରଥମେ ବ୍ୟାଟିଂ କରୁଥିବା ଟିମ ଇଣ୍ଡିଆ ସଞ୍ଜୁ ସାମାସନଙ୍କ ୪୫ ବଲରେ ୫୮ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୭ ରନ କରିନେଇଛି।

Advertisment

ଫଳରେ ସିରିଜ ହାରି ସାରିଥିବା ଘରୋଇ ଟିମ ଜିମ୍ବାୱେକୁ ସାନ୍ତ୍ୱନାମୂଳକ ବିଜୟ ପାଇଁ ୧୬୮ ରନର ଟାର୍ଗେଟ ମିଳିଛି। ସାମସନଙ୍କ ବ୍ୟତୀତ ଶିବମ ଦୁବେ ୧୨ ବଲରେ ୨୬ ଓ ରିୟାନ ପରାଗ ୨୪ ବଲରେ ୨୨ ରନର ଇନିଂସ ଖେଳିଛନ୍ତି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ଯଶସ୍ୱୀ ଜୈସୱାଲ ଡବଲ ଛକାରୁ ଇନିଂସ ଆରମ୍ଭ କରିଥିଲେ। ହେଲେ ସେ ପ୍ରଥମ ଓଭରରେ ହିଁ ୧୨ ରନ କରି ସିକନ୍ଦର ରାଜାଙ୍କ ବଲରେ ଆଉଟ ହୋଇଯାଇଥିଲେ। ଅଭିଷେକ ଶର୍ମା ଗୋଟିଏ ଛକା ଓ ଗୋଟିଏ ଚୌକା ବଲରେ ୧୪ ରନ ଏବଂ ଅଧିନାୟକ ଶୁବମନ ଗିଲ ୧୩ ରନ କରି ପ୍ୟାଭିଲିୟନ ଫେରିଥିଲେ।

Advertisment

ଭାରତ ୪୦ ରନରେ ୩ଟି ୱିକେଟ ହରାଇଥିଲା। ଏତିକି ବେଳେ ଦଳକୁ ସମ୍ଭାଳିଥିଲେ ସଞ୍ଜୁ ସାମସନ ଓ ରିୟାନ ପରାଗ। ଉଭୟ ଦମଦାର ବ୍ୟାଟିଂ କରି ୪ର୍ଥ ୱିକେଟ ପାଇଁ ୬୫ ରନ ଯୋଡ଼ିଥିଲେ। ରିୟାନ ଭଲ ଲୟରେ ଥିଲେ ହେଁ ବ୍ରାଣ୍ଡନ ମାଭଉତାଙ୍କୁ ବଡ଼ ଶଟ ମାରିବାକୁ ଯାଇ ଆଉଟ ହୋଇଯାଇଥିଲେ। ସେ ୨୪ ବଲରେ ୨୨ ରନର ଇନିଂସ ଖେଳିଛନ୍ତି।

ରିୟାନ ଆଉଟ ହୋଇଥିଲେ ହେଁ ସଞ୍ଜୁ ସାମସନ ବଡ଼ ଶଟ ଖେଳିବା ବନ୍ଦ କରି ନଥିଲେ। ଏଥିସହ ସେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ସେ ୪୫ ବଲରେ ୫୮ ରନ କରି ୫ମ ବ୍ୟାଟର ଭାବେ ପ୍ୟାଭିଲିୟନ ଫେରିଥିଲେ। ସାମସନ ତାଙ୍କ ଇନିଂସରେ ୪ଟି ଛକା ଓ ଗୋଟିଏ ଚୌକା ମାରିଛନ୍ତି।

ସାମସନ ଆଉଟ ହେବା ବେଳେ ଭାରତ ସ୍କୋର ୧୭.୩ ଓଭରରେ ୧୩୫ ଥିଲା। କ୍ରିଜ୍‌ରେ ଥିବା ଶିବମ ଦୁବେଙ୍କୁ ସାଥ ଦେବାକୁ ଆସିଥିଲେ ରିଙ୍କୁ ସିଂହ। ସେ ବଡ଼ ଶଟ ଖେଳିବାକୁ ଚାହିଁଥିଲେ ହେଁ ୧୯ତମ ଓଭର ବୋଲିଂ କରୁଥିବା ରିଚାର୍ଡ ନାଗାରାଭା ଏହା କରାଇ ଦେଇ ନଥିଲେ।

କିନ୍ତୁ ସେହି ଓଭରର ୪ର୍ଥ ବଲରେ ଦୁବେ ଚୌକା ମାରି ଦଳୀୟ ସ୍କୋରକୁ ୧୪୦ ପାର କରାଇଥିଲେ। ୫ମ ବଲକୁ ସେ ସିଧା ବାଉଣ୍ଡରୀ ବାହାରକୁ ମାରିଥିଲେ। ଶେଷ ବଲରେ ମଧ୍ୟ ସେ ଚୌକା ମାରି ଦଳୀୟ ସ୍କୋରକୁ ୧୫୦ ପାର କରାଇଥିଲେ। ୧୯ ଓଭର ଶେଷ ସୁଦ୍ଧା ଭାରତର ସ୍କୋର ୧୫୩ ରନରେ ପହଞ୍ଚି ଯାଇଥିଲା।

୨୦ତମ ଓଭରର ପ୍ରଥମ ବଲରେ ରିଙ୍କୁ ସିଂହଙ୍କ ସହ ଭୁଲ ବୁଝାମଣା ଯୋଗୁ ଦୁବେ ୧୨ ବଲରେ ୨୬ ରନ କରି ରନ ଆଉଟ ହୋଇଯାଇଥିଲେ। ଦ୍ୱିତୀୟ ବଲରେ ରିଙ୍କୁ ୨ ରନ ଆଦାୟ କରିଥିଲେ। ତୃତୀୟ ବଲରୁ ୧ ରନ ମିଳିଥିଲା। ୪ର୍ଥ ବଲରେ ୱାଶିଂଟନ ସୁନ୍ଦର ୧ ରନ କରିଥିଲେ।

୫ମ ବଲରେ ରିଙ୍କୁ ଛକା ମାରି ବଲ ସିଧା ଷ୍ଟାଡିୟମ ବାହାରକୁ ପଠାଇ ଦେଇଥିଲେ। ଶେଷ ବଲରେ ସେ ଚୌକା ମାରିବାରୁ ଦଳୀୟ ସ୍କୋର ୧୬୭ ରନରେ ପହଞ୍ଚିଥିଲା। ରିଙ୍କୁ ଶେଷ ଯାଏ ୯ ବଲରେ ୧୧ ରନ କରି ଅପରାଜିତ ରହିଥିଲେ।

Bcci Team India INDVsZIM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe