Advertisment

ବଡ଼ ବିଜୟ ସହ ସିରିଜ କ୍ଲିନ ସୁଇପ କଲା ଟିମ ଇଣ୍ଡିଆ

ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜକୁ କ୍ଲିନ ସୁଇପ କରିଛି ଟିମ ଇଣ୍ଡିଆ। ଶେଷ ମ୍ୟାଚକୁ ବିଶାଳ ୧୩୩ ରନରେ ଜିତି ବାଂଲାଦେଶ ବିପକ୍ଷ ସିରିଜକୁ ୩-୦ରେ କବଜା କରିଛି ଭାରତୀୟ ଟିମ।

author-image
Hemant Lenka
India

India

ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜକୁ କ୍ଲିନ ସୁଇପ କରିଛି ଟିମ ଇଣ୍ଡିଆ। ଶେଷ ମ୍ୟାଚକୁ ବିଶାଳ ୧୩୩ ରନରେ ଜିତି ବାଂଲାଦେଶ ବିପକ୍ଷ ସିରିଜକୁ ୩-୦ରେ କବଜା କରିଛି ଭାରତୀୟ ଟିମ।

Advertisment

ସଞ୍ଜୁ ସାମସନଙ୍କ ବସ୍ଫୋରକ ଶତକ(୪୭ ବଲରେ ୧୧୧) ଓ ସୂର୍ଯ୍ୟ କୁମାର ଯାଦବଙ୍କ ୩୫ ବଲରେ ୭୫ ରନ ବଳରେ ଟିମ ଇଣ୍ଡିଆ ୬ ୱିକେଟ ହରାଇ ବିଶାଳ ୨୯୭ ରନ କରିଥିଲା। ଏହାର ଜବାବରେ ବାଂଲାଦେଶ ଟିମ ୭ ୱିକେଟ ହରାଇ ମାତ୍ର ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ଏହି ମ୍ୟାଚ୍‌କୁ ୧୩୩ ରନରେ ଜିତିବା ସହ ବାଂଲାଦେଶ ବିପକ୍ଷରେ ଅପରାଜେୟ ଧାରା ବଜାୟୀ ରଖିଛି। ଏହାପୂର୍ବରୁ ଭାରତୀୟ ଟିମ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜକୁ ମଧ୍ୟ ୨-୦ରେ ହାତେଇଥିଲା। 

ଟି-୨୦ରେ ଭାରତ ୨୯୭ ରନ କରିବା ପ୍ରଥମ ଘଟଣା। ଏହାପୂର୍ବରୁ ଦଳ କେବେ ବି ୨୬୦ ରନରୁ ଅଧିକ କରି ନଥିଲା। ଏହାପୂର୍ବରୁ ଭାରତ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ୨୬୦ ରନ କରିଥିଲା। ନିଜର ବିସ୍ଫୋରକ ଇନିଂସ ପାଇଁ ସଞ୍ଜୁ ସାମସନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

Advertisment

୨୯୮ ରନର ଟାର୍ଗେଟ ପାଇଥିବା ବାଂଲାଦେଶ ପ୍ରଥମ ବଲରେ ହିଁ ୱିକେଟ ହରାଇଥିଲା। ପରଭେଜ ହୁସେନ ଇମୋନ ଖାତା ଖୋଲିବା ପୂର୍ବରୁ ମୟଙ୍କ ଯାଦବଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ତାନଜିଦ ହାସନ ୧୫ ଓ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ କେବଳ ୧୪ ରନ କରିଥିଲେ। ତାନଜିଦଙ୍କୁ ୱାଶିଂଟନ ସୁନ୍ଦର ଓ ସାଣ୍ଟୋଙ୍କ ୱିକେଟ ରବି ବିଷ୍ଣୋଇ ନେଇଥିଲେ। 

୪ର୍ଥ ୱିକେଟ ପାଇଁ ଲିଟନ ଦାସ ଓ ତୋହିଦ ହ୍ରିଦୟ କିଛି ସମୟ ପାଇଁ ଲଢ଼ିଥିଲେ। ଉଭୟ ଦଳୀୟ ସ୍କୋରକୁ ୫୯ରୁ ନେଇ ୧୧୨ରେ ପହଞ୍ଚାଇଥିଲେ। ତେବେ ୨୫ ବଲରେ ୪୨ ରନ କରିଥିବା ଲିଟନଙ୍କୁ ରବି ବିଷ୍ଣୋଇ ଆଉଟ କରି ବାଂଲାଦେଶକୁ ୪ର୍ଥ ଝଟକା ଦେଇଥିଲେ।

ନିଜ ଟି-୨୦ କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳୁଥିବା ବାଂଲାଦେଶର ଅଭିଜ୍ଞ ଖେଳାଳି ମହମ୍ମଦୁଲ୍ଲା ଆଜି କେବଳ ୮ ରନ କରିଛନ୍ତି। ତାଙ୍କ ୱିକେଟ ମୟଙ୍କ ଯାଦବଙ୍କ ଖାତାକୁ ଯାଇଛି। ମାହେଦି ହାସନ ୩ ରନ କରିଥିବା ବେଳେ ନୀତୀଶ କୁମାର ରେଡ୍ଡୀ ତାଙ୍କୁ ଆଉଟ କରିଥିଲେ। ସେହିପରି ରିହାଦ ହୁସେନ ଖାତା ଖୋଲିବା ପୂର୍ବରୁ ରବି ବିଷ୍ଣୋଇଙ୍କ ଶିକାର ବନିଥିଲେ।

ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଅନ୍ୟପଟେ ହ୍ରିଦୟ ସଂଘର୍ଷ ଜାରି ରଖିଥିଲେ। ଏଥିସହ ୧୮ତମ ଓଭରରେ ରବି ବିଷ୍ଣୋଇଙ୍କୁ ଚୌକା ମାରି ସେ ୩୫ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଏହା କେବଳ ସମୁଦ୍ରକୁ ଶଙ୍ଖେ ସଦୃଶ ଥିଲା। ୧୮ ଓଭର ଶେଷ ସୁଦ୍ଧା ବାଂଲାଦେଶର ସ୍କୋର ୭ ୱିକେଟରେ ୧୫୦ ରନ ରହିଥିଲା। ୧୯ତମ ଓଭର ବୋଲିଂ କରୁଥିବା ମୟଙ୍କ ଯାଦବ ମାତ୍ର ୬ ରନ ଦେଇଥିଲେ। 

ବାଂଲାଦେଶକୁ ଶେଷ ଓଭରରେ ମ୍ୟାଚ ଜିତିବା ପାଇଁ ୧୪୨ ରନ ଦରକାର ଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ନୀତୀଶ କୁମାର ରେଡ୍ଡୀ। ପ୍ରଥମ ବଲରେ ହ୍ରିଦୟ ତାଙ୍କୁ ଚୌକା ମାରିଥିଲେ। ଦ୍ୱିତୀୟ ବଲରୁ କେବଳ ୧ ରନ ମିଳିଥିଲା। ତୃତୀୟ ବଲରେ ମଧ୍ୟ ୧ ରନ ହୋଇଥିଲା। ୪ର୍ଥ ବଲ ହ୍ରିଦୟ ମିସ କରିଥିଲେ। ୫ମ ବଲରେ ୧ ରନ ମିଳିବାରୁ ତାନଜିଦ ହାସନ ଶେଷ ବଲ ଖେଳିବାକୁ ଯାଇଥିଲେ। ଶେଷ ବଲରେ ସେ ୧ ରନ ନେବାକୁ ବାଂଲାଦେଶ ୭ ୱିକେଟ ହରାଇ ୧୬୪ ରନ କରିପାରିଥିଲା। 

ଭାରତ ପକ୍ଷରୁ ବିଷ୍ଣୋଇ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମୟଙ୍କ ଯାଦବ ୨ଟି, ନୀତୀଶ କୁମାର ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

T20 Match T20 Cricket India Vs Bangladesh