Advertisment

କ୍ୟାପଟେନ୍ ଭାବେ ପ୍ରଥମ ଟସ୍ ଜିତିଲେ ସାମସନ୍, ବ୍ୟାଟିଂ କରିବ ରାହୁଲଙ୍କ ଟିମ୍

ମୁମ୍ବାଇ: ଚଳିତ ଆଇପିଏଲର ଚତୁର୍ଥ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ୍ ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ କିଙ୍ଗସ୍ ପଞ୍ଜାବ ପ୍ରଥମେ ବ୍ୟାଟିଂ ପାଇଁ ସୁଯୋଗ ପାଇଛି। ଉଭୟ ଦଳର ଏହା ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ହୋଇଥିବାରୁ କେହି ବି ସୁଯୋଗ ହାତଛଡ଼ା କରିବାକୁ ଚାହିଁବେ ନାହିଁ। ଆଜି ମ୍ୟାଚରେ ପଞ୍ଜାବ ଟିମ୍ ପକ୍ଷରୁ ତିନି ଖେଳାଳି ଡେବ୍ୟୁ କରିଛନ୍ତି। ତାମିଲନାଡୁର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
କ୍ୟାପଟେନ୍ ଭାବେ ପ୍ରଥମ ଟସ୍ ଜିତିଲେ ସାମସନ୍, ବ୍ୟାଟିଂ କରିବ ରାହୁଲଙ୍କ ଟିମ୍

ipl-14

ମୁମ୍ବାଇ: ଚଳିତ ଆଇପିଏଲର ଚତୁର୍ଥ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ୍ ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ କିଙ୍ଗସ୍ ପଞ୍ଜାବ ପ୍ରଥମେ ବ୍ୟାଟିଂ ପାଇଁ ସୁଯୋଗ ପାଇଛି। ଉଭୟ ଦଳର ଏହା ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ହୋଇଥିବାରୁ କେହି ବି ସୁଯୋଗ ହାତଛଡ଼ା କରିବାକୁ ଚାହିଁବେ ନାହିଁ।

Advertisment

ଆଜି ମ୍ୟାଚରେ ପଞ୍ଜାବ ଟିମ୍ ପକ୍ଷରୁ ତିନି ଖେଳାଳି ଡେବ୍ୟୁ କରିଛନ୍ତି। ତାମିଲନାଡୁର ଶାହରୁଖ୍ ଖାନ୍, ହୋବାର୍ଟ ହରିକେନ୍ସର ରିଲେ ମେରେଡିଥ୍ ଓ ପର୍ଥ ସ୍କଚର୍ସର ଝାଇ ରିଚାର୍ଡସନ୍ ପଦାର୍ପଣ କରିଛନ୍ତି।

ସେହିପରି ରାଜସ୍ଥାନ ରୟାଲ୍ସ ପକ୍ଷରୁ ବାଂଲାଦେଶର ଷ୍ଟାର୍ ପେସର ମୁସ୍ତାଫିଜୁର ରେହମାନ୍ ଓ ଶିବମ୍ ଦୁବେ ପଦାର୍ପଣ କରିଛନ୍ତି। ସେହିପରି ଆଉ ଦୁଇ ଖେଳାଳି ଚେତନ ସାକାରିୟା ଓ ମନନ୍ ବୋହରା ମଧ୍ୟ ରୟାଲ୍ସ ପକ୍ଷରୁ ଡେବ୍ୟୁ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ରବିବାର ଖେଳାଯାଇଥିବା ଆଇପିଏଲର ତୃତୀୟ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ୧୦ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଥିଲା।

ରାଜସ୍ଥାନ ରୟାଲ୍ସ: ମନନ୍ ବୋହରା, ବେନ୍ ଷ୍ଟୋକ୍ସ, ସଞ୍ଜୁ ସାମସନ୍ (କ୍ୟାପଟେନ୍), ଜୋସ ବଟଲର୍, ଶିବମ୍ ଦୁବେ, ରିୟାନ୍ ପରାଗ, ରାହୁଲ୍ ତେୱାତିଆ, କ୍ରିସ୍ ମୋରିସ୍, ଶ୍ରେୟସ୍ ଗୋପାଳ, ଚେତନ ସାକାରିୟା ଓ ମୁସ୍ତାଫିଜୁର ରେହମାନ୍।

କିଙ୍ଗସ୍ ପଞ୍ଜାବ: ଲୋକେଶ ରାହୁଲ୍ (କ୍ୟାପଟେନ୍), ମୟଙ୍କ ଅଗ୍ରୱାଲ୍, କ୍ରିସ୍ ଗେଲ୍, ନିକୋଲାସ୍ ପୁରନ୍, ଦୀପକ ହୁଡା, ଶାହରୁଖ୍ ଖାନ୍, ଝାଇ ରିଚାର୍ଡସନ୍, ମୁରୁଗାନ୍ ଅଶ୍ୱିନ୍, ମହମ୍ମଦ ଶାମି, ରିଲେ ମେରେଡିଥ୍, ଅର୍ଶଦୀପ ସିଂହ।

IPL 2021