Advertisment

ମ୍ୟାଚ୍‌ ଜିତିଲେ, କିନ୍ତୁ ୧୨ ଲକ୍ଷ ଫାଇନ ଦେବେ ସଞ୍ଜୁ ସାମସନ

ଦୁବାଇ: ପଞ୍ଜାବ କିଙ୍ଗସକୁ ୨ ରନ୍‌ରେ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। କିନ୍ତୁ ମ୍ୟାଚ୍‌ ପରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନଙ୍କ ଉପରେ ଜୋରିମାନା ଲାଗୁ କରାଯାଇଛି। ଧିମା ବୋଲିଂ ପାଇଁ ଅଧିନାୟକ ଭାବେ ତାଙ୍କ ଉପରେ ମ୍ୟାଚ୍‌ ରେଫରୀ ୧୨ ଲକ୍ଷ ଟଙ୍କାର ଫାଇନ ଲାଗୁ କରିଛନ୍ତି। ଆଇପିଏଲ୍‌ର ଅଫିସିଆଲ ବିବୃତି ଅନୁଯାୟୀ, ଚଳିତ ସିଜିନରେ ପ୍ରଥମଥର ପାଇଁ ଓଭର ରେଟ ନିୟମ ଉଲ୍ଲଙ୍ଘନ କରିଛି ରାଜସ୍ଥାନ ରୟାଲ୍ସ। ପଞ୍ଜାବ ବିପକ୍ଷ […]

author-image
Hemant Lenka
ଅଦ୍ୟତନ ହୋଇଛି
ମ୍ୟାଚ୍‌ ଜିତିଲେ, କିନ୍ତୁ ୧୨ ଲକ୍ଷ ଫାଇନ ଦେବେ ସଞ୍ଜୁ ସାମସନ

sanju-samson

ଦୁବାଇ: ପଞ୍ଜାବ କିଙ୍ଗସକୁ ୨ ରନ୍‌ରେ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। କିନ୍ତୁ ମ୍ୟାଚ୍‌ ପରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନଙ୍କ ଉପରେ ଜୋରିମାନା ଲାଗୁ କରାଯାଇଛି। ଧିମା ବୋଲିଂ ପାଇଁ ଅଧିନାୟକ ଭାବେ ତାଙ୍କ ଉପରେ ମ୍ୟାଚ୍‌ ରେଫରୀ ୧୨ ଲକ୍ଷ ଟଙ୍କାର ଫାଇନ ଲାଗୁ କରିଛନ୍ତି।

Advertisment

ଆଇପିଏଲ୍‌ର ଅଫିସିଆଲ ବିବୃତି ଅନୁଯାୟୀ, ଚଳିତ ସିଜିନରେ ପ୍ରଥମଥର ପାଇଁ ଓଭର ରେଟ ନିୟମ ଉଲ୍ଲଙ୍ଘନ କରିଛି ରାଜସ୍ଥାନ ରୟାଲ୍ସ। ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ଧାର୍ଯ୍ୟ ସମୟ ଭିତରେ ଓଭର ସାରି ପାରି ନଥିଲା। ତେଣୁ ଧିମା ଓଭର ରେଟ୍‌ ପାଇଁ ଦଳର ଅଧିନାୟକ ସଞ୍ଜୁ ସାମସନଙ୍କୁ ୧୨ ଲକ୍ଷ ଟଙ୍କାର ଫାଇନ ଲାଗୁ କରାଯାଇଛି।

ମ୍ୟାଚ୍‌ କଥା ବିଚାରକୁ ନେଲେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୧୮୫ ରନ୍‌ କରିଥିଲା। ଏହାର ଜବାବରେ ପଞ୍ଜାବ ୧୮୩ ରନ୍‌ କରିବାକୁ ସକ୍ଷମ ହୋଇଥିଲ। ପଞ୍ଜାବ ପାଇଁ ଅଧିନାୟକ ରାହୁଲଙ୍କ ସହ ଓପନର ମୟଙ୍କ ଅଗ୍ରୱାଲ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ୧୧ ଓଭର୍‌ରେ ପ୍ରଥମ ୱିକେଟ ପାଇଁ ୧୨୦ ରନ୍‌ ଯୋଡ଼ିଥିଲେ। ଶେଷ ଓଭର୍‌ରେ ଦଳକୁ ଜିତିବା ପାଇଁ ୪ ରନ୍‌ ଦରକାର ଥିବା ବେଳେ ହାତରେ ୮ଟି ୱିକେଟ ଥିଲା।

Advertisment

ତଥାପି କାର୍ତ୍ତିକ ତ୍ୟାଗୀ ଦମଦାର ବୋଲିଂ କରି ପଞ୍ଜାବ ପଞ୍ଝାରୁ ବିଜୟ ଛଡ଼ାଇ ଆଣିଥିଲେ। ତ୍ୟାଗୀ ଅନ୍ତିମ ଓଭର୍‌ରେ ୧ ରନ୍‌ ବ୍ୟୟ କରି ୨ଟି ୱିକେଟ ଦଖଲ କରିଥିଲେ। ଏଥିସହ ରାଜସ୍ଥାନକୁ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ। ଏହି ବିଜୟ ପରେ ରାଜସ୍ଥାନ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ପହଞ୍ଚି ଯାଇଛି।

IPL 2021