Advertisment

ଜାମିନ ପାଇବା ପରେ ପୃଥ୍ୱୀ ଶ’ଙ୍କ ନାଁରେ କେସ୍‌ କଲେ ସ୍ୱପ୍ନା ଗିଲ୍‌

ସୋଶାଲ ମିଡିଆର ଚର୍ଚ୍ଚିତ ଚେହେରା ସ୍ୱପ୍ନା ଗିଲ ଓ ଯୁବ କ୍ରିକେଟର ପୃଥ୍ୱୀ ଶ’ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସେଲଫି ବିବାଦ ଥମିବାର ନାଁ ଧରୁନି।

Sapna Gill

Sapna Gill

Advertisment

ସୋଶାଲ ମିଡିଆର ଚର୍ଚ୍ଚିତ ଚେହେରା ସ୍ୱପ୍ନା ଗିଲ ଓ ଯୁବ କ୍ରିକେଟର ପୃଥ୍ୱୀ ଶ’ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସେଲଫି ବିବାଦ ଥମିବାର ନାଁ ଧରୁନି। ସେଲଫି ପାଇଁ ଶ’ଙ୍କ ସହ ଝଗଡ଼ା କରି ଗିରଫ ହୋଇଥିବା ସ୍ୱପ୍ନା ସୋମବାର ଜାମିନ ପାଇଥିଲେ। ଜାମିନ ପାଇବା କ୍ଷଣି ସେ ମୁମ୍ବାଇ ଏୟାର ପୋର୍ଟ ପୁଲିସ୍‌ ଷ୍ଟେସନରେ ଶ’ ଓ ତାଙ୍କ ବନ୍ଧୁ ଆଶିଷ ଯାଦବଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ସର୍ବସମ୍ମୁଖରେ ସେ ଜଣେ ମହିଳାଙ୍କ ମର୍ଯ୍ୟାଦାହାନୀ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱପ୍ନା ଦାବି କରିଛନ୍ତି।

Advertisment

ଆଇପିସିର ଧାରା ୩୪, ୧୨୦ବି, ୧୪୬, ୧୪୮, ୧୪୯, ୩୨୩, ୩୨୪,୩୫୧, ୩୫୪ ଓ ୫୦୮ ଅନୁଯାୟୀ ସ୍ୱପ୍ନାଙ୍କ ଅଭିଯୋଗକୁ ପୁଲିସ୍‌ ପଞ୍ଜୀକରଣ କରିଛି। ହେଲେ ଏଫଆଇଆର ଏଯାଏ ଶ’ କିମ୍ବା ତାଙ୍କ ବନ୍ଧୁ ଯାଦବଙ୍କ ବିରୋଧରେ ପୁଲିସ ରୁଜୁ କରିନାହିଁ। କେବଳ ଅଭିଯୋଗକୁ ପୁଲିସ୍‌ ରଖି ସ୍ୱପ୍ନାଙ୍କୁ ଘରକୁ ପଠାଇ ଦେଇଛି।

ପୂରା ଘଟଣା ଫେବୃଆରୀ ୧୫ରେ ଘଟିଥିଲା। ମୁମ୍ବାଇର ସାନ୍ତାକ୍ରୁଜ ଉପକଣ୍ଠରେ ଥିବା ଗୋଟିଏ ପଞ୍ଚ ତାରକା ହୋଟେଲ ପାଖରେ ଗଣ୍ଡଗୋଳ ହୋଇଥିଲା। ଶ’ ତାଙ୍କ ବନ୍ଧୁଙ୍କ ସହ ହୋଟେଲକୁ ଖାଇବା ପାଇଁ ଯାଇଥିଲେ। ଏହି ସମୟରେ ସ୍ୱପ୍ନା ଓ ତାଙ୍କ ପୁରୁଷ ବନ୍ଧୁ ସୋଭିତ ଠାକୁର ମିଳିତ ଭାବେ ପୃଥ୍ୱୀ ଶ’ଙ୍କ ସହିତ ସେଲ୍‌ଫି ନେବା ପାଇଁ ଅନୁରୋଧ କରିଥିଲେ। ଶ’ ସେମାନଙ୍କ ସହ ସେଲ୍‌ଫି ନେଇଥିଲେ। ତେବେ ଅଧିକ ଫଟୋ ଉଠାଇବାକୁ ଚାହିଁବାରୁ ଶ’ ସେମାନଙ୍କୁ ମନା କରିଥିଲେ।

Advertisment

ଏହାପରେ ସ୍ୱପ୍ନା ଓ ତାଙ୍କ ସାଙ୍ଗମାନେ ହୋଟେଲ୍ ବାହାରେ ଜଗି ରହିଥିଲେ। ଶ’ ଓ ତାଙ୍କ ବନ୍ଧୁ ରାତ୍ର ଭୋଜନ କରି ହୋଟେଲ୍‌ରୁ କାର୍‌ରେ ବାହାରିବା ପରେ ସ୍ୱପ୍ନା ଗିଲ୍ ଓ ତାଙ୍କ ସାଙ୍ଗମାନେ ସେମାନଙ୍କୁ ପିଛା କରିଥିଲେ। ଶ’ ଓ ତାଙ୍କ ବନ୍ଧୁଙ୍କୁ ବାଟରେ ଅଟକାଇ ସେମାନେ ଆକ୍ରମଣ କରିଥିଲେ। ସ୍ୱପ୍ନା ଗିଲ୍ ବେସ୍‌ବଲ୍ ଷ୍ଟିକ୍ ସାହାଯ୍ୟରେ ପୃଥ୍ୱୀ ଶ’ଙ୍କ ବନ୍ଧୁଙ୍କ କାରରେ ପ୍ରହରାର କରିଥିଲେ।

ଓସିୱାରା ଥାନା ପୁଲିସ୍ ସ୍ୱପ୍ନା ଗିଲ୍‌ଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗୁରୁବାର ସନ୍ଧ୍ୟାରେ ଗିରଫ କରିଥିଲା। ଏହାପରେ ସେ ୨୦ ତାରିଖ ଯାଏ ପୁଲିସ ହେପାଜତରେ ରହିଥିଲେ। ତେବେ ୨୦ ତାରିଖରେ ତାଙ୍କୁ ଜାମିନ ମିଳିଥିଲା।

Mumbai Cricket Prithvi Shaw
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe