Advertisment

ସୁନୀଲ ଗାଭାସ୍କରଙ୍କ ସମକକ୍ଷ ହେଲେ ସର୍ଫରାଜ ଖାନ୍‌

ସର୍ଫରାଜ ଘରୋଇ କ୍ରିକେଟରେ କ୍ରମାଗତ ରନ କରିବା ପରେ ତାଙ୍କୁ ଭାରତୀୟ ଟିମରେ ସୁଯୋଗ ମିଳିଛି। ୪୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ସେ ୩୯୧୨ ରନ କରିଛନ୍ତି।

author-image
Hemant Lenka
Khan

Khan

ଟିମ ଇଣ୍ଡିଆର ଯୁବ ବ୍ୟାଟର ସର୍ଫରାଜ ଖାନ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ସେ ୪ର୍ଥ ଭାରତୀୟ ଭାବେ ଟେଷ୍ଟ ଡେବ୍ୟୁର ଦୁଇଟି ଯାକ ଇନିଂସରେ ଅର୍ଦ୍ଧଶତକ ହାସଲ କରିଛନ୍ତି।

Advertisment

ସର୍ଫରାଜ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ୪ର୍ଥ ଦିନରେ ୬୮ ରନର ଇନିଂସ ଖେଳିଥିଲେ। ଏହାପୂର୍ବରୁ ପ୍ରଥମ ଇନିଂସରେ ସେ ୬୨ ରନ କରିଥିଲେ। ଦୁଇଟି ଯାକ ଇନିଂସରେ ସର୍ଫରାଜ ଅର୍ଦ୍ଧଶତକ ହାସଲ କରିବା ସହ ଭାରତ ମଧ୍ୟ ଇଂଲଣ୍ଡକୁ ବିଶାଳ ୪୩୪ ରନରେ ପରାସ୍ତ କରିଛି।

ତେବେ ଡେବ୍ୟୁ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିବା ପରେ ସର୍ଫରାଜ ଏବେ ଗାଭାସ୍କର, ଦିଲାୱର ହୁସେନ ଓ ଶ୍ରେୟସ ଆୟରଙ୍କ କ୍ଲବରେ ସାମିଲ ହୋଇଛନ୍ତି। ଏମାନେ ମଧ୍ୟ ସର୍ଫରାଜଙ୍କ ଭଳି ନିଜ ନିଜର ଟେଷ୍ଟ ଡେବ୍ୟୁର ଦୁଇଟି ଯାକ ଇନିଂସରେ ୫୦ କିମ୍ବା ତା’ ଠାରୁ ଅଧିକ ରନ କରିଥିଲେ।

Advertisment

ଦିଲାୱର ହୁସେନ ଇଂଲଣ୍ଡ ବିପକ୍ଷ ଡେବ୍ୟୁ ମ୍ୟାଚ୍‌ରେ ଯଥାକ୍ରମେ ୫୯ ଓ ୫୭ ରନ କରିଥିଲେ। ସେହିପରି ଗାଭାସ୍କର ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟର ପ୍ରଥମ ଇନିଂସରେ ୬୫ ଓ ଦ୍ୱିତୀୟ ଇନିଂସରେ ଅପରାଜିତ ୬୭ ରନ, ଶ୍ରେୟସ ଆୟର ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧୦୫ ଓ ୬୫ ରନ ଏବଂ ସର୍ଫରାଜ ଖାନ ଇଂଲଣ୍ଡ ବିପକ୍ଷରେ ୬୧ ଓ ଅପରାଜିତ ୬୮ ରନ କରି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି।

ସର୍ଫରାଜ ଘରୋଇ କ୍ରିକେଟରେ କ୍ରମାଗତ ରନ କରିବା ପରେ ତାଙ୍କୁ ଭାରତୀୟ ଟିମରେ ସୁଯୋଗ ମିଳିଛି। ୪୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ସେ ୩୯୧୨ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୬୯.୮୫ ରହିଛି। ସେ ୧୪ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ସହାୟତାରେ ଏପରି ରନ କରିଛନ୍ତି।

Test Cricket Sunil Gavaskar Sarfaraz Khan Test Match