Advertisment

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିବେ ସର୍ଫରାଜ! ବିସିସିଆଇ କହିଲା ବଡ଼ କଥା

ଏବେ ୨୭ ତାରିଖରୁ ଆରମ୍ଭ ହେଉଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚୂଡ଼ାନ୍ତ ଏକାଦଶରୁ ମଧ୍ୟ ସର୍ଫରାଜ ବାଦ ପଡ଼ିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

author-image
Hemant Lenka
Sarfaraz Khan

Sarfaraz Khan

ଇଂଲଣ୍ଡ ବିପକ୍ଷ ସିରିଜରେ ଡେବ୍ୟୁ କରି ଦମ ଦେଖାଇଥିବା ଟିମ ଇଣ୍ଡିଆର ବ୍ୟାଟର ସର୍ଫରାଜ ଖାନଙ୍କ କ୍ରିକେଟିଂ କ୍ୟାରିୟରକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ ସତ୍ତ୍ୱେ ସର୍ଫରାଜ ଖାନଙ୍କୁ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳି ନଥିଲା। ତାଙ୍କ ବଦଳରେ କେଏଲ ରାହୁଲ ସୁଯୋଗ ପାଇଥିଲେ।

Advertisment

ଏବେ ୨୭ ତାରିଖରୁ ଆରମ୍ଭ ହେଉଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚୂଡ଼ାନ୍ତ ଏକାଦଶରୁ ମଧ୍ୟ ସର୍ଫରାଜ ବାଦ ପଡ଼ିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ସେ ବାଂଲାଦେଶ ବିପକ୍ଷ ଟେଷ୍ଟ ସ୍କ୍ୱାଡରେ ଥିଲେ ହେଁ ତାଙ୍କୁ ଇରାନୀ କପ ପାଇଁ ମୁମ୍ବାଇ ଦଳରେ ଚୟନ କରାଯାଇଛି। ମୁମ୍ବାଇ ଟିମ ପାଇଁ ତାଙ୍କୁ ଚୟନ କରାଯାଇଥିବାରୁ ସେ ଟେଷ୍ଟ ସ୍କ୍ୱାଡରୁ ବାଦ ପଡ଼ିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ତେବେ ଏହା ଉପରେ ବିସିସିଆଇ ତା’ର ସ୍ପଷ୍ଟୀକରଣ ଦେଇଛି। ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ସର୍ଫରାଜ ଖାନ ଯଦି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ ସୁଯୋଗ ନ ପାଇବେ, ତା’ହେଲେ ତାଙ୍କୁ ଇରାନୀ କପ ପାଇଁ ସ୍କ୍ୱାଡରୁ ରିଲିଜ କରାଯିବ। ବର୍ତ୍ତମାନ ସେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ସ୍କ୍ୱାଡରେ ରହିଛନ୍ତି। ଯଦି ସେ କାନପୁରରେ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ନ ପାଇବେ, ତା’ହେଲେ ତାଙ୍କୁ ମୁମ୍ବାଇ ଟିମ ପାଇଁ ରିଲିଜ କରାଯିବ।

Advertisment

ସ୍କ୍ୱାଡରେ ଥିବା ୟାଶ ଦୟାଲ ଓ ଧ୍ରୁବ ଜୁରେଲ ମଧ୍ୟ ରେଷ୍ଟ ଅଫ ଭାରତ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ଯଦି ଉଭୟ ଚୂଡ଼ାନ୍ତ ଏକାଦଶରେ ସାମିଲ ନ ହୁଅନ୍ତି, ତା’ହେଲେ ସେମାନେ ମଧ୍ୟ ସ୍କ୍ୱାଡରୁ ରିଲିଜ ହେବାର ସୁଯୋଗ ପାଇବେ ବୋଲି ବିସିସିଆଇ ସ୍ପଷ୍ଟ କରିଛି। ଆସନ୍ତା ୨୭ରୁ କାନପୁରରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ।

ଆଗାମୀ ଇରାନୀ କପରେ ମୁମ୍ବାଇ ଟିମର ନେତୃତ୍ୱ ଅଜିଙ୍କ୍ୟ ରାହାଣେ ନେବେ। ମୁମ୍ବାଇ ଲକ୍ଷ୍ନୌରେ ତା’ର ଇରାନୀ କପ ମ୍ୟାଚ ରେଷ୍ଟ ଅଫ ଭାରତ ଟିମ ବିପକ୍ଷରେ ଖେଳିବ। ଇରାନୀ କପ ପାଇଁ ମୁମ୍ବାଇ ଟିମକୁ ଶାର୍ଦ୍ଦୁଲ ଠାକୁର ଅପରେସନ ପରେ ପ୍ରଥମଥର ଫେରିଛନ୍ତି। ତାଙ୍କ ବ୍ୟତୀତ ଶ୍ରେୟସ ଆୟର, ମୁଶୀର ଖାନ, ଶାମ୍ସ ମୁଲାନି ଓ ତନୁଷ କୋଟିୟାନ ମଧ୍ୟ ସ୍କ୍ୱାଡରେ ରହିଛନ୍ତି। ଇରାନୀ କପ ଅକ୍ଟୋବର ୧ରୁ ୫ ଯାଏ ଚାଲିବ।

ଅନ୍ୟପକ୍ଷରେ ଇରାନୀ କପରେ ଟି-୨୦ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଓ ଅଲରାଉଣ୍ଡର ଶିବମ ଦୁବେ ଖେଳିବେ ନାହିଁ। କାରଣ ବାଂଲାଦେଶ ବିପକ୍ଷ ଟି-୨୦ ପାଇଁ ଉଭୟଙ୍କୁ ଅକ୍ଟୋବର ୩ ବେଳକୁ ଗ୍ୱାଲିୟରରେ ରିପୋର୍ଟିଂ କରିବାକୁ ପଡ଼ିବ। ଅକ୍ଟୋବର ୬ରୁ ଟି-୨୦ ସିରିଜ ଆରମ୍ଭ ହେବ।

Test Cricket Test Match Sarfaraz Khan