Advertisment

ବୋଲର ଦେଖାଇଲେ ଦମ୍, ଭାରତକୁ ୮୬ ରନ୍‌ର ଟାର୍ଗେଟ୍

ଦୁବାଇ: ଆଫଗାନିସ୍ତାନ ପରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ମଧ୍ୟ ଟିମ୍ ଇଣ୍ଡିଆର ବୋଲର ଦେଖାଇଛନ୍ତି ଦମ୍। ଶୁକ୍ରବାର ଦୁବାଇରେ ଖେଳାଯାଉଥିବା ଆଇସିସି ଟି-୨୦ ବିଶ୍ୱକପ୍ ଗ୍ରୁପ୍-୨ର ଏକ ମ୍ୟାଚରେ ଭାରତର ଘାତକ ବୋଲିଂକୁ ସାମ୍ନା କରିନପାରି ସ୍କଟଲ୍ୟାଣ୍ଡ ଟିମ୍ ୧୭.୪ ଓଭରରେ ୮୫ ରନ୍ କରି ଅଲଆଉଟ୍ ହୋଇଯାଇଛି। ଫଳରେ ଏହି ମୁକାବିଲା ଜିତିବା ପାଇଁ ଭାରତକୁ ମାତ୍ର ୮୫ ରନ୍ କରିବାକୁ ପଡ଼ିବ। ଉକ୍ତ ମ୍ୟାଚରେ ଭାରତ ପାଇଁ ଜବରଦସ୍ତ ବୋଲିଂ କରିଛନ୍ତି ରବୀନ୍ଦ୍ର ଜାଡେଜା ଓ […]

ଅଦ୍ୟତନ ହୋଇଛି
ବୋଲର ଦେଖାଇଲେ ଦମ୍, ଭାରତକୁ ୮୬ ରନ୍‌ର ଟାର୍ଗେଟ୍

team-india

Advertisment

ଦୁବାଇ: ଆଫଗାନିସ୍ତାନ ପରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ମଧ୍ୟ ଟିମ୍ ଇଣ୍ଡିଆର ବୋଲର ଦେଖାଇଛନ୍ତି ଦମ୍। ଶୁକ୍ରବାର ଦୁବାଇରେ ଖେଳାଯାଉଥିବା ଆଇସିସି ଟି-୨୦ ବିଶ୍ୱକପ୍ ଗ୍ରୁପ୍-୨ର ଏକ ମ୍ୟାଚରେ ଭାରତର ଘାତକ ବୋଲିଂକୁ ସାମ୍ନା କରିନପାରି ସ୍କଟଲ୍ୟାଣ୍ଡ ଟିମ୍ ୧୭.୪ ଓଭରରେ ୮୫ ରନ୍ କରି ଅଲଆଉଟ୍ ହୋଇଯାଇଛି। ଫଳରେ ଏହି ମୁକାବିଲା ଜିତିବା ପାଇଁ ଭାରତକୁ ମାତ୍ର ୮୫ ରନ୍ କରିବାକୁ ପଡ଼ିବ।

Advertisment

ଉକ୍ତ ମ୍ୟାଚରେ ଭାରତ ପାଇଁ ଜବରଦସ୍ତ ବୋଲିଂ କରିଛନ୍ତି ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ଶାମି। ଦୁହେଁ ୩ଟି ଲେଖାଏ ୱିକେଟ୍ ହାସଲ କରିଛନ୍ତି। ତେବେ ବାକି ବୋଲରମାନେ ମଧ୍ୟ ଆଶା ମୁତାବକ ପ୍ରଦର୍ଶନ କରିଛନ୍ତି। ଯେଉଁ କାରଣରୁ ଭାରତ ସ୍କଟଲ୍ୟାଣ୍ଡକୁ ୧୦୦ ରନ୍ ଭିତରେ ରୋକିପାରିଛି। ନେଟ୍ ରନ୍ ରେଟକୁ ମଜଭୁତ୍ କରିବା ଓ ଆଫଗାନିସ୍ତାନକୁ ପଛରେ ପକାଇବା ଲାଗି ଭାରତକୁ ୪୩ ବଲରେ ମ୍ୟାଚ୍ ଜିତିବାକୁ ପଡ଼ିବ।

ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ତଥା ବର୍ଥ ଡେ' ବୟ ବିରାଟ୍‌ କୋହଲି ପ୍ରଥମ ଥର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ସ୍କଟଲ୍ୟାଣ୍ଡର କୌଣସି ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କୁ ଉଚିତ୍ ସାମ୍ନା କରିପାରିନଥିଲେ। ଓପ୍ନର ଜର୍ଜ ମୁନସେ (୨୪)ଓ ମିଡଲ୍ ଅର୍ଡରରେ ମାଇକେଲ୍ ଲିସ୍କ (୨୧)ଙ୍କୁ ଛାଡ଼ି ଦେଲେ ବାକି ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ।

Advertisment

ଭାରତକୁ ଆଜି ପ୍ରଥମ ସଫଳତା ଦେଇଥିଲେ ଯଶପ୍ରୀତ ବୁମ୍ରା। ବୁମ୍ରା ଇନିଂସର ତୃତୀୟ ଓଭରରେ ସ୍କଟଲ୍ୟାଣ୍ଡ କ୍ୟାପଟେନ୍ କୋଏଜର(୧)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ। ଏହା ପରେ ମୁନସେଙ୍କୁ ମହମ୍ମଦ ଶାମି ପ୍ୟାଭିଲିୟନ୍ ପଠାଇଥିଲେ। ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜା ନିଜର ପ୍ରଥମ ଓଭରରେ ଯଥାକ୍ରମେ ରିଚି ବେରିଙ୍ଗଟନ୍ (୦) ମାଥ୍ୟୁ କ୍ରସ୍ (୨)ଙ୍କୁ ଆଉଟ୍ କରି ସ୍କଟଲ୍ୟାଣ୍ଡର ଚତୁର୍ଥ ୱିକେଟ୍‌ ପତନ କରାଇଥିଲେ।

କାଲମ୍ ମ୍ୟାକଲିଅଡ୍ ଓ ମାଇକେଲ୍ ଲିସ୍କ ପାର୍ଟନରଶିପ୍ ଗଢ଼ିବାକୁ ପ୍ରୟାସ କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ବି ଭାଙ୍ଗିଥିଲେ ଜାଡେଜା। ଲିସ୍କ ୨୧ ରନ୍ କରି ଜାଡେଜାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ପୂର୍ବ ମ୍ୟାଚରେ କମାଲ୍ କରିଥିବା ରବିଚନ୍ଦ୍ରନ୍ ଅଶ୍ୱିନ ଏକମାତ୍ର ସଫଳତା ଭାବେ କ୍ରିସ୍ ଗ୍ରେଭ୍ସ (୧)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ମ୍ୟାକଲିଅଡ୍ (୧୬)ଙ୍କୁ ଶାମି ଆଉଟ୍ କରିଥିଲେ। ଏହା ପରେ ସ୍କଟଲ୍ୟାଣ୍ଡ ୪ ରନ୍ ଭିତରେ ୪ ୱିକେଟ୍ ହରାଇ ୮୫ ରନରେ ଅଲଆଉଟ୍ ହୋଇଯାଇଥିଲା। ମାର୍କ ୱାଟ୍ଟ ୧୪ ରନ୍ ବୁମ୍ରାଙ୍କ ଶିକାର ହୋଇଥିଲେ। ଭାରତ ପକ୍ଷରୁ ବୁମ୍ରା ୨ଟି ଓ ଅଶ୍ୱିନ୍ ଗୋଟିଏ ୱିକେଟ୍‌ ନେଇଥିଲେ।

ICCT20 World Cup 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe