Advertisment

କ୍ରମାଗତ ବିଜୟ ସହ ଗ୍ରୁପ୍ ଶୀର୍ଷରେ ସ୍କଟଲ୍ୟାଣ୍ଡ୍

ଅଲ୍ ଅମିରାତ: ଚଳିତ ଆଇସିସି ଟି-୨୦ ବିଶ୍ୱକପ୍ ରାଉଣ୍ଡ-୧ରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି ସ୍କଟଲ୍ୟାଣ୍ଡ। ମଙ୍ଗଳବାର ସ୍କଟଲ୍ୟାଣ୍ଡ ୧୭ ରନରେ ପାପୁଆ ନ୍ୟୁ ଗିନୀ (ପିଏନଜି)କୁ ପରାସ୍ତ କରିଛି। ଏହି ବିଜୟ ସହ ସ୍କଟଲ୍ୟାଣ୍ଡ ସୁପର୍-୧୨ ରାଉଣ୍ଡ ନିକଟତର ହୋଇଛି। ଆଜି ସନ୍ଧ୍ୟାରେ ଖେଳାଯାଉଥିବା ମୁକାବିଲାରେ ଯଦି ବାଂଲାଦେଶ ଓମାନ୍ ନିକଟରୁ ହାରିଯାଏ, ତାହେଲେ ସ୍କଟଲ୍ୟାଣ୍ଡ ସୁପର୍-୧୨ ରାଉଣ୍ଡରେ ପ୍ରବେଶ କରିବ। ସେହିପରି ଆୟୋଜକ ଓମାନ ମଧ୍ୟ କ୍ୱାଲିଫାଏ କରିବ। ଆଜି ଖେଳାଯାଇଥିବା ମ୍ୟାଚରେ […]

କ୍ରମାଗତ ବିଜୟ ସହ ଗ୍ରୁପ୍ ଶୀର୍ଷରେ ସ୍କଟଲ୍ୟାଣ୍ଡ୍

scotland

Advertisment

ଅଲ୍ ଅମିରାତ: ଚଳିତ ଆଇସିସି ଟି-୨୦ ବିଶ୍ୱକପ୍ ରାଉଣ୍ଡ-୧ରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି ସ୍କଟଲ୍ୟାଣ୍ଡ। ମଙ୍ଗଳବାର ସ୍କଟଲ୍ୟାଣ୍ଡ ୧୭ ରନରେ ପାପୁଆ ନ୍ୟୁ ଗିନୀ (ପିଏନଜି)କୁ ପରାସ୍ତ କରିଛି। ଏହି ବିଜୟ ସହ ସ୍କଟଲ୍ୟାଣ୍ଡ ସୁପର୍-୧୨ ରାଉଣ୍ଡ ନିକଟତର ହୋଇଛି। ଆଜି ସନ୍ଧ୍ୟାରେ ଖେଳାଯାଉଥିବା ମୁକାବିଲାରେ ଯଦି ବାଂଲାଦେଶ ଓମାନ୍ ନିକଟରୁ ହାରିଯାଏ, ତାହେଲେ ସ୍କଟଲ୍ୟାଣ୍ଡ ସୁପର୍-୧୨ ରାଉଣ୍ଡରେ ପ୍ରବେଶ କରିବ। ସେହିପରି ଆୟୋଜକ ଓମାନ ମଧ୍ୟ କ୍ୱାଲିଫାଏ କରିବ।

Advertisment

ଆଜି ଖେଳାଯାଇଥିବା ମ୍ୟାଚରେ ସ୍କଟଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା। ଜବାବରେ ପିଏନଜି ୧୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୮ ରନ୍ କରିବାକୁ ସକ୍ଷମ ହୋଇଛି। ସ୍କଟଲ୍ୟାଣ୍ଡ ପକ୍ଷରୁ ୭୦ ରନର ଇନିଂସ୍ ଖେଳିଥିବା ରିଚି ବେରିଙ୍ଗଟନ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଅଲ୍ ଅମିରାତ କ୍ରିକେଟ୍ ଗ୍ରାଉଣ୍ଡରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସ୍କଟଲ୍ୟାଣ୍ଡ ଆରମ୍ଭରୁ ସଂକଟରେ ପଡ଼ିଥିଲା। ଟିମର ଦୁଇ ଓପ୍ନର ଜର୍ଜ ମୁନସେ (୧୫) ଓ କ୍ୟାପଟେନ୍ କାଇଲ୍ କୋଏଜର (୬) ନିରାଶ କରିଥିଲେ। ତେବେ ମାଥ୍ୟୁ କ୍ରସ୍ ଓ ବେରିଙ୍ଗଟନ୍ ତୃତୀୟ ୱିକେଟ୍ ପାଇଁ ୯୨ ରନର ଭାଗିଦାରୀ କରିଥିଲେ। କ୍ରସ୍ ୩୬ ବଲରେ ୨ ଚୌକା ଓ ୨ ଛକା ସହ ୪୫ ଓ ବେରିଙ୍ଗଟନ୍ ୪୯ ବଲରେ ୬ ଚୌକା ଓ ୩ ଛକା ସହ ସହ ୭୦ ରନ୍ କରି ଆଉଟ୍ ହୋଇଥିଲେ। ଦୁହିଁଙ୍କୁ ଛାଡ଼ି ଦେଲେ ବାକି କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ରନ୍ କରିନାହାନ୍ତି। କାଲମ୍ ମ୍ୟାକଲିଅଡ୍ ୧୦, ମାଇକେଲ୍ ଲିସ୍କ ୯ ଓ କ୍ରିସ୍ ଗ୍ରିଭ୍ସ ୨ ରନ କରିଥିଲେ। ପିଏନଜି ପକ୍ଷରୁ କାବୁଆ ମୋରିଆ ୪ଟି ଓ ଚାଡ୍ ସୋପର ୩ଟି ୱିକେଟ୍ ନେଇଥିଲେ।

Advertisment

୧୬୬ ରନର ଲକ୍ଷ୍ୟର ପିଛା କରୁଥିବା ପିଏନଜି ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଦଳ ୬୭ ରନ୍ ଭିତରେ ୬ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା ବେଳେ ନର୍ମାନ୍ ଭାନୁଆ ଦ୍ରୁତ ରନ୍ କରି ଆଶା ସଞ୍ଚାର କରିଥିଲେ। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଭାନୁଆ ୪୭ (୩୭ ବଲ୍, ୨ ଚୌକା, ୨ ଛକା), ସେସେ ବାଉ ୨୪, କ୍ୟାପଟେନ୍ ଅସଦ୍ ଭାଲା ୧୮, କିପଲିନ୍ ଡୋରିଗା ୧୮ ଓ ଚାଡ୍ ସୋପର୍ ୧୬ ରନ୍ କରିଥିଲେ। ସ୍କଟଲ୍ୟାଣ୍ଡର ଜୋଶ ଡାଭେ ୪ଟି ୱିକେଟ୍ ନେଇଥିଲେ।

ICCT20 World Cup 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe