/odisha-reporter/media/post_attachments/uploadimage/library/16_9/16_9_0/Boland_1752568649.jpg)
Boland
ଅଷ୍ଟ୍ରେଲିଆର ଦ୍ରୁତ ବୋଲର ସ୍କଟ ବୋଲାଣ୍ଡ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ କମାଲ କରିଛନ୍ତି। ସେ ଇଣ୍ଡିଜ ବିପକ୍ଷ ତୃତୀୟ ଟେଷ୍ଟରେ ସମସ୍ତଙ୍କୁ ଜଳକା କରିବା ଭଳି ହ୍ୟାଟ୍ରିକ ନେଇଛନ୍ତି। ତାଙ୍କ ହ୍ୟାଟ୍ରିକ ବଳରେ ଅଷ୍ଟ୍ରେଲିଆ ମଧ୍ୟ ତୃତୀୟ ଟେଷ୍ଟକୁ ୧୭୬ ରନରେ ଜିତି ନେଇଛି। ଏଥିସହ ଇଣ୍ଡିଜ ବିପକ୍ଷ ୩ ଟିକିଆ ଟେଷ୍ଟ ସିରିଜକୁ ମୂଳପୋଛ କରି ଦେଇଛି।
ଜାମାଇକାର ସାବିନା ପାର୍କରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜ ତୃତୀୟ ଦିନରେ ମାତ୍ର ୨୦୪ ରନର ପିଛା କରୁଥିଲା। କିନ୍ତୁ ସ୍ଥିତି ଏମିତି ହୋଇଥିଲା ଯେ ପୂରା ଟିମ ମାତ୍ର ୨୭ ରନ ରନରେ ଅଲଆଉଟ ହୋଇ ଯାଇଛି। ଟେଷ୍ଟ କ୍ରିକେଟରେ ଏହା ଅନ୍ୟତମ ସର୍ବନିମ୍ନ ସ୍କୋର। ଇଣ୍ଡିଜ ଟିମ ଏହି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି।
ଅଷ୍ଟ୍ରେଲିଆର ଐତିହାସିକ ସଫଳତାର ଅନ୍ୟତମ ହିରୋ ମିଚେଲ ଷ୍ଟାର୍କ ଏକାକୀ ୬ଟି ୱିକେଟ ନେଇଛନ୍ତି। ସେ ପ୍ରଥମ ୫ ୱିକେଟ କେବଳ ୨.୩ ଓଭରରେ ଦଖଲ କରି ଏକାଧିକ ରେକର୍ଡ ଭାଙ୍ଗି ଦେଇଛନ୍ତି। କିନ୍ତୁ ବୋଲାଣ୍ଡ ନେଇଥିବା ହ୍ୟାଟ୍ରିକ ଚର୍ଚ୍ଚାର ବିଷୟ ପାଲଟିଛି।
ୱେଷ୍ଟଇଣ୍ଡିଜ ୨୦୪ ରନର ପିଛା କରୁଥିବା ବେଳେ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହେଲେ ୧୪ତମ ଓଭରରେ ବୋଲାଣ୍ଡ ଭୟଙ୍କର ସ୍ଥିତି ସୃଷ୍ଟି କରିଥିଲେ। ପ୍ରଥମେ ସେ ଜଷ୍ଟିନ ଗ୍ରେଭେସଙ୍କୁ ୱେବଷ୍ଟରଙ୍କ ହାତରେ କ୍ୟାଚ ଆଉଟ କରାଇଥିଲେ। ପରବର୍ତ୍ତୀ ବଲରେ ଶମାର ଯୋଶେଫ ତାଙ୍କ ଶିକାର ବନିଥିଲେ। ହ୍ୟାଟ୍ରିକ ବଲରେ ବୋଲାଣ୍ଡ ତାଙ୍କ ବେଗକୁ ବ୍ୟବହାର କରି ଜୋମେଲ ୱାରିକାନଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ।
୩ ବଲରେ ସେ ୩ ୱିକେଟ ଦଖଲ କରି ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ହ୍ୟାଟ୍ରିକ ହାସଲ କରିଛନ୍ତି। ବୋଲାଣ୍ଡ ୨ ଓଭରରେ ୨ ରନ ଦେଇ ୩ ୱିକେଟ ଦଖଲ କରିଛନ୍ତି। ଇଣ୍ଡିଜ ଟିମ ୧୪.୩ ଓଭରରେ ୨୭ ରନ କରି ଅଲଆଉଟ ହୋଇ ଯିବାରୁ ଅଷ୍ଟ୍ରେଲିଆ ୧୭୬ ରନରେ ମ୍ୟାଚ୍ ସହ ସିରିଜକୁ ୩-୦ରେ କବଜା କରିଛି।
Boland’s Hat-trick Lights Up Sabina 🔥
Scott Boland rips through West Indies with a searing hat-trick as they collapse for 27 all out — their lowest Test score ever 😧#WIvAUSpic.twitter.com/uc8iPj3dS6
— FanCode (@FanCode) July 14, 2025
ଜାମାଇକା ପୂର୍ବରୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ବାର୍ବୋଡସ ଓ ଗ୍ରେନାଡାରେ ମଧ୍ୟ ବାଜିମାତ କରିଥିଲା। ଷ୍ଟାର୍କ ଐତିହାସିକ ୪୦୦ ଟେଷ୍ଟ ୱିକେଟ ଦଖଲ କରିଥିବା ବେଳେ ଇଣ୍ଡିଜ ଲଜ୍ଜାଜନକ ଟେଷ୍ଟ ରେକର୍ଡରୁ ଅଳ୍ପକେ ବର୍ତ୍ତି ଯାଇଛି।
ଟେଷ୍ଟରେ ସର୍ବନିମ୍ନ ସ୍କୋର କରିବାର ଲଜ୍ଜାଜନକ ରେକର୍ଡ ଏବେ ବି ନ୍ୟୁଜିଲ୍ୟାଣ୍ଡ ନାଁରେ ରହିଛି। ଦଳ ୧୯୫୫ରେ ମାତ୍ର ୨୬ ରନରେ ଅଲଆଉଟ ହୋଇ ଯାଇଥିଲା। ୱେଷ୍ଟଇଣ୍ଡିଜ ୨୭ ରନରେ ଅଲଆଉଟ ହୋଇଛି।
ମ୍ୟାଚ୍ କଥା ବିଚାରକୁ ନେଲେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୨୫ ରନ କରିଥିବା ବେଳେ ୱେଷ୍ଟଇଣ୍ଡିଜ ମାତ୍ର ୧୪୩ ରନ କରିପାରିଥିଲେ। ଦ୍ୱିତୀୟ ଇନିଂସରେ କାମେରନ ଗ୍ରୀନ ୪୨ ରନ କରିବାରୁ ଅଷ୍ଟ୍ରେଲିଆ ବହୁତ କଷ୍ଟରେ ୧୨୧ ରନ କରିପାରିଥିଲା। ଫଳରେ ଇଣ୍ଡିଜ ଟିମକୁ ମାତ୍ର ୨୦୪ ରନର ବିଜୟ ଲକ୍ଷ୍ୟ ମିଳିଥିଲା। କିନ୍ତୁ ଘରୋଇ ଟିମ ୨୭ ରନରେ ଅଲଆଉଟ ହୋଇଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
