Advertisment

ସୁରକ୍ଷାରେ ତ୍ରୁଟି, ଖେଳ ବେଳେ ପଡ଼ିଆରେ ପଶି ବିରାଟଙ୍କୁ କୁଣ୍ଢାଇଲେ ଯୁବକ

ଡ଼ା ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ଗୋଟିଏ ବଡ଼ ତ୍ରୁଟି ଦେଖିବାକୁ ମିଳିଛି। ମ୍ୟାଚ୍‌ ଚାଲିଥିବା ବେଳେ ଜଣେ ଯୁବକ ସୁରକ୍ଷାବଳୟ ଭେଦ କରି ପଡ଼ିଆ ମଧ୍ୟରେ ପଶିବାକୁ ସକ୍ଷମ ହୋଇଛନ୍ତି।

Virat

Virat

Advertisment

ଗୁଜରାଟର ଅହମଦାବାଦ ସ୍ଥିତି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଖେଳା ଯାଉଛି। ଭାରତ ଓ ଅଷ୍ଟ୍ରେଲିଆ ଟ୍ରଫି ପାଇଁ ଟକ୍କର କରୁଛନ୍ତି। ଷ୍ଟାଡିୟମରେ ୧.୩୦ ଲକ୍ଷରୁ ଅଧିକ ଲୋକ ଉପସ୍ଥିତ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Advertisment

ହେଲେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ଗୋଟିଏ ବଡ଼ ତ୍ରୁଟି ଦେଖିବାକୁ ମିଳିଛି। ମ୍ୟାଚ୍‌ ଚାଲିଥିବା ବେଳେ ଜଣେ ଯୁବକ ସୁରକ୍ଷାବଳୟ ଭେଦ କରି ପଡ଼ିଆ ମଧ୍ୟରେ ପଶିବାକୁ ସକ୍ଷମ ହୋଇଛନ୍ତି।

ବିରାଟ କୋହଲି ଓ କେଏଲ ରାହୁଲ କ୍ରିଜ୍‌ରେ ଥିବା ବେଳେ ଏପରି ଘଟଣା ଘଟିଛି। ଏହା ଦେଖି ସମସ୍ତ ଖେଳାଳି ଓ ଫ୍ୟାନ୍ସ ମଧ୍ୟ ତାଟକା ହୋଇଯାଇଛନ୍ତି। ପଡ଼ିଆରେ ପଶିଥିବା ଯୁବକ ଜଣଙ୍କ ଧଳା ଟି-ଶାର୍ଟ ଓ ନାଲି ପ୍ୟାଣ୍ଟ ପିନ୍ଧିଥିଲେ। ସେ ବିରାଟଙ୍କୁ ମଧ୍ୟ କୁଣ୍ଢାଇଥିଲେ।

Advertisment

ତାଙ୍କ ଟି-ଶାର୍ଟରେ ‘ଷ୍ଟପ ବମିଂ ପାଲେଷ୍ଟାଇନ୍‌’ ଲେଖା ହୋଇଥିଲା। ଏହାର ଅର୍ଥ ପାଲେଷ୍ଟାଇନରେ ଇସ୍ରାଏଲ କରୁଥିବା ହମଲାକୁ ବିରୋଧ କରିବା ଲକ୍ଷ୍ୟରେ ସେ ଏପରି ଟି-ଶାର୍ଟ ପିନ୍ଧି ପଡ଼ିଆରେ ପ୍ରବେଶ କରିଥିଲେ। ମୁକ୍ତ ପାଲେଷ୍ଟାଇନ ମଧ୍ୟ ତାଙ୍କ ଟି-ଶାର୍ଟରେ ଲେଖା ହୋଇଥିଲା।

ଯୁବକ ଜଣଙ୍କ ବିରାଟଙ୍କୁ କୁଣ୍ଢାଇବା କ୍ଷଣି ତୁରନ୍ତ ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚିଥିଲେ। ଏହାପରେ ସେମାନେ ଯୁବକ ଜଣଙ୍କୁ ପଡ଼ିଆରୁ ନେଇ ଯାଇଥିଲେ। ତେବେ ଏତେ କଡ଼ା ସୁରକ୍ଷାବଳୟକୁ ଯୁବକ ଜଣଙ୍କ କେମିତି ଭେଦ କଲେ, ତାହା ହିଁ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

ଯୁବକ ଜଣଙ୍କ ଅନୁପ୍ରବେଶ କରିବାରୁ ମ୍ୟାଚ୍‌ ମଧ୍ୟ କିଛି ସମୟ ଅଟକି ଥିଲା। ଏହାପରେ ପୁଣି ମ୍ୟାଚ୍‌ ଆରମ୍ଭ ହୋଇଛି। ଏହାର ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି।

ICC Men’s Cricket World Cup 2023 CWC 2023 CWC Final
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe