Advertisment

କେତେ ଟଙ୍କାରେ କିଣା ହେଲେ ସେହୱାଗଙ୍କ ପୁଅ ଓ ବିରାଟଙ୍କ ପୁତୁରା?

ସେହୱାଗଙ୍କ ବଡ଼ ପୁଅ ଆର୍ଯ୍ୟବୀରଙ୍କୁ ୮ ଲକ୍ଷ ଟଙ୍କା ଦେଇ ସେଣ୍ଟ୍ରାଲ ଦିଲ୍ଲୀ କିଙ୍ଗସ ନିଜ ସହ ସାମିଲ କରିଛନ୍ତି। ୧୮ ବର୍ଷ ବୟସରେ ସେହୱାଗଙ୍କ ପୁଅ ଦିଲ୍ଲୀ ଅଣ୍ଡର ୧୯ ଟିମର ସଦସ୍ୟ ରହିଥିଲେ।

DPL

DPL

Advertisment

ଦିଲ୍ଲୀ ପ୍ରିମିୟର ଲିଗ ବା ଡିପିଏଲ ୨୦୨୫ରେ ଭାରତର କିମ୍ବଦନ୍ତୀ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ପୁଅ ଓ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ପୁତୁରା ନଜର ଆସିବେ। କାରଣ ଡିପିଏଲ ନିଲାମରେ ସେହୱାଗଙ୍କ ପୁଅ ଆର୍ଯ୍ୟବୀର ଓ ବିରାଟଙ୍କ କୋହଲିଙ୍କ ପୁତୁରା ଆର୍ଯ୍ୟବୀର ମୋଟା ଦାମରେ କିଣା ହୋଇଛନ୍ତି।

Advertisment

ସେହୱାଗଙ୍କ ବଡ଼ ପୁଅ ଆର୍ଯ୍ୟବୀରଙ୍କୁ ୮ ଲକ୍ଷ ଟଙ୍କା ଦେଇ ସେଣ୍ଟ୍ରାଲ ଦିଲ୍ଲୀ କିଙ୍ଗସ ନିଜ ସହ ସାମିଲ କରିଛନ୍ତି। ୧୮ ବର୍ଷ ବୟସରେ ସେହୱାଗଙ୍କ ପୁଅ ଦିଲ୍ଲୀ ଅଣ୍ଡର ୧୯ ଟିମର ସଦସ୍ୟ ରହିଥିଲେ। ଏବେ ସେ ଦିଲ୍ଲୀ ପ୍ରିମିୟର ଲିଗ ଖେଳିବାକୁ ଯାଉଛନ୍ତି। ସେହିପରି ବିରାଟ କୋହଲିଙ୍କ ପୁତୁରାଙ୍କ ନାଁ ମଧ୍ୟ ଆର୍ଯ୍ୟବୀର। ତାଙ୍କୁ ଡିପିଏଲ ୨୦୨୪ ସଂସ୍କରଣର ରନର୍ସ ଅପ୍‌ ଦକ୍ଷିଣ ଦିଲ୍ଲୀ ସୁପରାଷ୍ଟାର୍ସ ୧ ଲକ୍ଷ ଟଙ୍କାରେ କିଣିଛି।

ସେହୱାଗଙ୍କ ପରି ତାଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ମଧ୍ୟ ଜଣେ ବିସ୍ଫୋରକ ଓପନର। ତାଙ୍କୁ ଡିପିଏଲ ନିଲାମ ବେଳେ ଅନେକ ଦଳ ନିଜ ପାଖକୁ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେଣ୍ଟ୍ରାଲ ଦିଲ୍ଲୀ କିଙ୍ଗ୍ସ ଶେଷରେ ତାଙ୍କୁ କିଣିଥିଲା। କୋହଲିଙ୍କ ପୁତୁରା ଆର୍ଯ୍ୟବୀର ହେଉଛନ୍ତି ଜଣେ ଲେଗ ସ୍ପିନର। ସେ ଦକ୍ଷିଣ ଦିଲ୍ଲୀ ସୁପରଷ୍ଟାର୍ସ ପାଖକୁ ଯାଇଛନ୍ତି। ଏହି ଟିମର କ୍ୟାପ୍ଟେନ ହେଉଛନ୍ତି ଆୟୁଷ ବଦୋନି।

Advertisment

ସେହୱାଗଙ୍କ ସାନ ପୁଅ ବେଦାନ୍ତ ସେହୱାଗଙ୍କୁ କୌଣସି ପ୍ରାଞ୍ଚାଇଜ ଡିପିଏଲ ଅକ୍ସନ ବେଳେ କିଣିବାକୁ ଆଗ୍ରହ ଦେଖାଇ ନାହାନ୍ତି। ବେଦାନ୍ତ ଜଣେ ଅଫ ସ୍ପିନର।

ଅନ୍ୟପକ୍ଷରେ ଦ୍ରୁତ ବୋଲର ସିମରଜିତ ସିଂହ ଡିପିଏଲ ୨୦୨୫ର ସବୁଠାରୁ ଦାମୀ ଖେଳାଳି ବନିଛନ୍ତି। ତାଙ୍କୁ ସେଣ୍ଟ୍ରାଲ ଦିଲ୍ଲୀ କିଙ୍ଗସ ୩୯ ଲକ୍ଷ ଟଙ୍କାରେ କିଣିଛି। ସିମରଜିତଙ୍କ ପଛକୁ ରହସ୍ୟମୟ ସ୍ପିନର ଦିଗବେଶ ସିଂହ ରାଠି ରହିଛନ୍ତି। ତାଙ୍କୁ ଦକ୍ଷିଣ ଦିଲ୍ଲୀ ସୁପରଷ୍ଟାର୍ସ ୩୮ ଲକ୍ଷ ଟଙ୍କାରେ ନିଜ ସହ ସାମିଲ କରିଛି।

Virat Kohli Virender Sehwag dpl
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe