Advertisment

ବିରାଟ କୋହଲିଙ୍କ ସୁରକ୍ଷା ପ୍ରତି ସାଂଘତିକ ବିପଦ, ଅଭ୍ୟାସ କଲାନି ଆରସିବି

ବୁଧବାର ମ୍ୟାଚ୍‌ ପୂର୍ବରୁ ଆରସିବି ମଙ୍ଗଳବାର ଗୁଜରାଟ କଲେଜ ଗ୍ରାଉଣ୍ଡରେ ଅଭ୍ୟାସ କରିବାର ଥିଲା। କିନ୍ତୁ ଧାର୍ଯ୍ୟ ସମୟ ଓ ଯୋଜନା ଅନୁସାରେ ଆରସିବି ଅଭ୍ୟାସ କରି ନାହିଁ।

Virat

Virat

Advertisment

ଆଇପିଏଲ ୨୦୨୪ ଏଲିମିନେଟର ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ପ୍ରସ୍ତୁତ ହେଉଥିବା ବେଳେ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ମ୍ୟାଚ୍‌ ପୂର୍ବରୁ ହେବାକୁ ଥିବା ଅଭ୍ୟାସ ସେସନ୍ସକୁ ଆରସିବି ସୁରକ୍ଷା ଦୃଷ୍ଟିରୁ ବାତିଲ କରି ଦେଇଛି। ବିରାଟ କୋହଲିଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିବାରୁ ଆରସିବି ଅଭ୍ୟାସ ସେସନ୍ସ ବନ୍ଦ କରି ଦେଇଥିଲା।

Advertisment

ବୁଧବାର ମ୍ୟାଚ୍‌ ପୂର୍ବରୁ ଆରସିବି ଗୁଜରାଟ କଲେଜ ଗ୍ରାଉଣ୍ଡରେ ଅଭ୍ୟାସ କରିବାର ଥିଲା। କିନ୍ତୁ ଧାର୍ଯ୍ୟ ସମୟ ଓ ଯୋଜନା ଅନୁସାରେ ଆରସିବି ଅଭ୍ୟାସ କରି ନାହିଁ।

ଗୋଟିଏ ରିପୋର୍ଟରେ କୁହାଯାଇଛି ଯେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ର ଦିନକୁ ପୂର୍ବରୁ ଆରସିବି ପ୍ରେସ କନଫରେନ୍ସ ମଧ୍ୟ କରି ନାହିଁ। ସୁରକ୍ଷା ପ୍ରତି ବିପଦ ଥିବା ଜଣାପଡ଼ିବା ପରେ ଦଳ ଏପରି ପଦକ୍ଷେପ ନେଇଛି।

Advertisment

ଗୁଜରାଟ ପୁଲିସ୍‌ ସଙ୍କେତ ଦେଇଛି ଯେ ବିରାଟ କୋହଲିଙ୍କ ସୁରକ୍ଷା ପ୍ରତି ସାଂଘାତିକ ବିପଦ ଥିବା ଜଣାପଡ଼ିବା ପରେ ଅଭ୍ୟାସ ସେସନ୍ସ ଓ ପ୍ରେସ କନଫରେନ୍ସକୁ ବାତିଲ କରାଯାଇଛି। ସେହିପରି ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ପୁଲିସ୍‌ ଅହମଦାବାଦରୁ ୪ ଜଣଙ୍କୁ ମଧ୍ୟ ଗିରଫ କରିଛି।

ସମ୍ଭାବ୍ୟ ବିପଦ ସମ୍ପର୍କରେ ପୁଲିସ୍‌ ଉଭୟ ବେଙ୍ଗାଲୁରୁ ଓ ରାଜସ୍ଥାନକୁ ଜଣାଇଥିଲା। ଆରସିବି ସମସ୍ତ ପ୍ରକାରର ଯୋଜନାକୁ ବାତିଲ କରିଥିଲେ ହେଁ ରାଜସ୍ଥାନ ଧାର୍ଯ୍ୟ କାର୍ଯ୍ୟକ୍ରମକୁ ପୂରା କରିଛି।

ଜଣେ ପୁଲିସ୍‌ ଅଧିକାରୀ ବିଜୟ ସିଂହ ଜୱାଲା କହିଛନ୍ତି, “ଅହମଦାବାଦ ପହଞ୍ଚିବା ପରେ ବିରାଟ କୋହଲି ୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗିରଫ ସମ୍ପର୍କରେ ଜାଣିବାକୁ ପାଇଥିଲେ। ସେ ଜାତୀୟ ସମ୍ପତ୍ତି ଓ ତାଙ୍କ ସୁରକ୍ଷା ସର୍ବୋପରି।

ବିପଦ ଥିବାରୁ ଆରସିବି କୌଣସି ପ୍ରକାରର ରିକ୍ସ ନେବାକୁ ଚାହିଁ ନଥିଲା। ସେମାନେ ଆମକୁ ଅଭ୍ୟାସ ସେସନ୍ସ ହେବ ନାହିଁ ବୋଲି କହିଥିଲେ। ରାଜସ୍ଥାନ ରୟାଲ୍ସକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିଲା। କିନ୍ତୁ ସେମାନେ ଅଭ୍ୟାସ ସେସନ୍ସ ଆୟୋଜନ କରିଥିଲେ।”

ଘଟଣା ପରେ ପୁଲିସ୍‌ ପକ୍ଷରୁ ଆରସିବି ଟିମ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ଏପରି କି ଆଇପିଏଲର ସ୍ୱୀକୃତି ପ୍ରାପ୍ତ ପରିଚୟପତ୍ରଧାରୀଙ୍କ ମଧ୍ୟ ହୋଟେଲ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିନି।

ଅନ୍ୟପକ୍ଷରେ ଟ୍ରେନିଂ ଗ୍ରାଉଣ୍ଡରେ ପହଞ୍ଚିବା ପାଇଁ ରାଜସ୍ଥାନ ଟିମକୁ ସ୍ୱତନ୍ତ୍ର ଗ୍ରୀନ କରିଡର ମଧ୍ୟରେ ନିଆଯାଇଥିଲା। କିନ୍ତୁ ରବି ଅଶ୍ୱିନ, ୟୁଜି ଚହଲ ଓ ରିୟାନ ପରାଗ ଅଭ୍ୟାସ ସେସନ୍ସକୁ ଯାଇ ନଥିଲେ। ଅଧିନାୟକ ସଞ୍ଜୁ ସାମସନ ବିଳମ୍ବରେ ଗ୍ରାଉଣ୍ଡକୁ ଯାଇଥିଲେ।

Virat Kohli IPL IPL 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe