Advertisment

ଇତିହାସ ରଚିଲେ ୧୭ ବର୍ଷୀୟ ଶେଫାଳି

ବ୍ରିଷ୍ଟଲ: ଭାରତୀୟ ମହିଳା କ୍ରିକେଟ୍ ଟିମର ଯୁବ ଓପ୍ନର ଶେଫାଳି ବର୍ମା ନିଜର ପଦାର୍ପଣ ଟେଷ୍ଟରେ ହିଁ ଇତିହାସ ରଚିଛନ୍ତି। ଇଂଲଣ୍ଡ ବିପକ୍ଷ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ୫୦ରୁ ଅଧିକ ରନ୍ କରିବାରେ ଭାରତର ପ୍ରଥମ ଓ ଦୁନିଆର ଚତୁର୍ଥ ମହିଳା ବ୍ୟାଟ୍ସଓମ୍ୟାନ୍ ହୋଇଛନ୍ତି। ଶେଫାଳି ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟର ପ୍ରଥମ ଇନିଂସରେ ୯୬ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୫୫ ରନ୍ କରି ଅପରାଜିତ ରହିଛନ୍ତି। ଶେଫାଳିଙ୍କ ପୂର୍ବରୁ ଏହି ଉପଲବ୍ଧି […]

ଇତିହାସ ରଚିଲେ ୧୭ ବର୍ଷୀୟ ଶେଫାଳି

shafali-verma

Advertisment

ବ୍ରିଷ୍ଟଲ: ଭାରତୀୟ ମହିଳା କ୍ରିକେଟ୍ ଟିମର ଯୁବ ଓପ୍ନର ଶେଫାଳି ବର୍ମା ନିଜର ପଦାର୍ପଣ ଟେଷ୍ଟରେ ହିଁ ଇତିହାସ ରଚିଛନ୍ତି। ଇଂଲଣ୍ଡ ବିପକ୍ଷ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ୫୦ରୁ ଅଧିକ ରନ୍ କରିବାରେ ଭାରତର ପ୍ରଥମ ଓ ଦୁନିଆର ଚତୁର୍ଥ ମହିଳା ବ୍ୟାଟ୍ସଓମ୍ୟାନ୍ ହୋଇଛନ୍ତି। ଶେଫାଳି ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟର ପ୍ରଥମ ଇନିଂସରେ ୯୬ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୫୫ ରନ୍ କରି ଅପରାଜିତ ରହିଛନ୍ତି।

Advertisment

ଶେଫାଳିଙ୍କ ପୂର୍ବରୁ ଏହି ଉପଲବ୍ଧି ଇଂଲଣ୍ଡର ଲେସଲୀ କୁକ୍ (୭୨ ଏବଂ ୧୧୭ ବନାମ ଭାରତ, ୧୯୮୬), ଶ୍ରୀଲଙ୍କାର ବନିସା ବୋବେନ୍ ବୋଓ୍ବେନ୍ (୭୮ ଏବଂ ୬୩ ବନାମ ପାକିସ୍ତାନ, ୧୯୯୮) ଓ ଅଷ୍ଟ୍ରେଲିଆର ଜେଫ୍ ଜନସନ୍ (୯୯ ଏବଂ ୫୪ ବନାମ ଇଂଲଣ୍ଡ, ୨୦୨୧) ହାସଲ କରିଥିଲେ।

୧୭ ବର୍ଷୀୟା ଶେଫାଳି ପ୍ରଥମ ଇନିଂସରେ ମାତ୍ର ଚାରି ରନ୍ ପାଇଁ ପଦାର୍ପଣ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ମହିଳା ହେବାରୁ ବଞ୍ଚିତ ହୋଇଥିଲେ। ଏହାବ୍ୟତୀତ ତାଙ୍କ ପାଖରେ ସବୁଠାରୁ କମ୍ ବୟସରେ ଟେଷ୍ଟ ଶତକ ମାରିବାର ଭଲ ସୁଯୋଗ ମଧ୍ୟ ଥିଲା । କିନ୍ତୁ ଶେଫାଳି ଏହା କରିବାରେ ବିଫଳ ହୋଇଛନ୍ତି । ଏବେ ଶେଫାଳିଙ୍କ ପାଖରେ ଦ୍ୱିତୀୟ ଇନିଂସରେ ଶତକ ମାରିବାର ସୁଯୋଗ ରହିଛି।

Advertisment

ଶେଫାଳିଙ୍କ ବ୍ୟତୀତ ସ୍ମୃତି ମନ୍ଧାନା ମଧ୍ୟ ପ୍ରଥମ ଇନିଂସରେ ୭୮ ରନର ଇନିଂସ୍ ଖେଳିଛନ୍ତି। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୬୭ ରନର ଭାଗିଦାରୀ କରିଥିଲେ। କିନ୍ତୁ ଦୁହିଁଙ୍କ ଆଉଟ୍ ହେବା ପରେ ଭାରତ ପ୍ରଥମ ଇନିଂସରେ ୨୩୧ ରନରେ ଅଲଆଉଟ୍ ହୋଇଯାଇଥିଲା । ପ୍ରଥମ ଇନିଂସରେ ୯ ୱିକେଟରେ ୩୯୬ ରନ୍ କରିଥିବା ଇଂଲଣ୍ଡ ଭ୍ରମଣକାରୀ ଦଳକୁ ଫଲୋଅନ୍ ଡାକିଥିଲା ।

ଭାରତୀୟ ମହିଳା ଟିମ୍ ବର୍ଷା ବାଧାପ୍ରାପ୍ତ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୨ ୱିକେଟ୍ ହରାଇ ୮୩ ରନ୍ କରିଛି। ଶେଫାଳି ୫୫ ଓ ଦୀପ୍ତି ଶର୍ମା ୧୮ ରନରେ ବ୍ୟାଟିଂ କରୁଛନ୍ତି। ଭାରତୀୟ ମହିଳା ଟିମ୍ ଏବେବି ୮୨ ରନରେ ପଛୁଆ ଥିବା ବେଳେ ହାତରେ ୯ ୱିକେଟ୍ ବାକି ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe